www.samajalive.in
Sunday, December 14, 2025
26.1 C
Bhubaneswar

ଘାଟିରେ ଓଲଟିଲା ବରଯାତ୍ରୀ ବସ ; ୨ ମୃତ, ୭ ଗୁରୁତର

ତେଲକୋଇ : କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଥାନା ଅନ୍ତର୍ଗତ କାଞ୍ଜିପାଣି ତେଲକୋଇ ରାସ୍ତାର କୁସୁମ ଘାଟିରେ ଏକ ବରଯାତ୍ରୀ ଓଲଟି ପଡି ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୭ ଜଣ ଆହତ ହୋଇଛନ୍ତି। ବରଯାତ୍ରୀଙ୍କୁ ଧରି ଫେରୁଥିବା ସ୍ନେହ ସଫର ବସ ଚାଳକର ବେପରୁଆ ଗାଡି ଚାଳନା ଯୋଗୁଁ ବସଟି ଓଲଟି ପଡ଼ିଲା। ଘଟଣାସ୍ଥଳରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି।

ସୂଚନା ଅନୁଯାୟୀ, ବୁଧବାର ରାଉରକେଲାର ବନ୍ଧମୁଣ୍ଡା ଅଞ୍ଚଳରୁ ଏକ ବସ ବରଯାତ୍ରୀ ନେଇ କେନ୍ଦୁଝର ଜିଲ୍ଲା ଢେଙ୍କିକୋଟର ଲଙ୍ଗଳକଣ୍ଟି ଗ୍ରାମକୁ ଯାଇଥିଲା। ଗୁରୁବାର ସକାଳ ସମୟରେ ଫେରିବା ବେଳକୁ କାଞ୍ଜିପାଣି କୁସୁମଘାଟିରେ ବସଟି ଭାରସାମ୍ୟ ହରାଇ ଦୁଇ ଥର ଓଲଟି ଏକ ଗଛରେ ପିଟି ହୋଇ ଅଟକି ଯାଇଥିଲା । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ଜଣ ଗୁରୁତର ହୋଇଛନ୍ତି ଏବଂ ୧୫ରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି। ମୃତକ ଜଣକ ଖୋର୍ଦ୍ଧା ଜିଲ୍ଲାର ପିଚଗୋଳିଆର ବରର ସମ୍ପର୍କିୟ ଭାଇ ଅନିଲ ମହାରଣା(୩୦) ବୋଲି ଜଣାପଡ଼ିଛି। ସେହିପରି ଗୁରୁତର ବ୍ରଜମୋହନ ମହାନ୍ତି(ପିଣ୍ଟୁ ୩୩)ଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ନେଉଥିବା ବେଳେ ଢେ଼ଙ୍କାନାଳ ଜିଲ୍ଲା କାମାକ୍ଷାନଗର ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଗୁରୁତର ତଥା ଆହତ ମାନଙ୍କୁ ତେଲକୋଇ ପୁଲିସ, କାଞ୍ଜିପାଣି ପୋଲିସ, ଦମକଳ ବାହିନୀ ଓ ୧୦୮ ଆମ୍ବୁଲାନ୍ସ ଉଦ୍ଧାର କରି ତେଲକୋଇ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚାଇଥିଲେ। ପ୍ରାଥମିକ ଚିକିତ୍ସା ପରେ ଗୁରୁତର ମାନଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ଗୁରୁତର ମାନେ ହେଲେ ପୀୟଶୂ ଦାସ(୧୫), ଦିବ୍ୟ ଧନଉର(୩୩), ସଂଯୁକ୍ତା ମହାରଣା( ୩୫), ଭରତ ମହାରଣା(୨୫), ଭବାନୀ ମହାରଣା(୨୭) ଓ ସ୍ୱର୍ଣ୍ଣ ଲତା ମହାରଣା(୨୫)। ସେହିପରି ୧୫ରୁ ଉର୍ଦ୍ଧ୍ବ ଖଣ୍ଡିଆ ଖାବରା ହୋଇଥିବା ଦେଖା ଯାଇଛି। ଅନ୍ୟ ପକ୍ଷରେ ଉକ୍ତ ବସରେ ୩ଜଣ ଶିଶୁ ରହିଥିଲେ ହେଁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। କାଞ୍ଜିପାଣି ପୋଲିସ କେସ ନଂ ୧୫/୨୧ ରୁଜ୍ଜୁ କରି ତଦନ୍ତ ଜାରି ରଖିଥିବା ବେଳେ ଡ୍ରାଇଭର ଫେରାର ଥିବା ଜଣାପଡ଼ିଛି।

Hot this week

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

Related Articles

Popular Categories