www.samajalive.in
Sunday, December 14, 2025
16.1 C
Bhubaneswar

ବାବାଙ୍କ ମଡର୍ ପରେ ଆଜି ପୁଣି ଗୋଟିଏ ଦିନରେ ତିନି ଡକାୟତି….ଅତାବିରାରେ ଆତଙ୍କରାଜ

ରେଙ୍ଗାଲିକେମ୍ପ : ଅତାବିରା ବ୍ଲକ ଆଜି  ଆତଙ୍କରେ ଥରହର। ଛୋଟ ଛୋଟ ଚୋରି ଘଟଣାରୁ ଆରମ୍ଭ କରି ମର୍ଡର ପର୍ଯ୍ୟନ୍ତ ଘଟଣା ସ୍ଥାନୀୟଅଞ୍ଚଳରେ ସାଧାରଣ ହୋଇ ଯାଇଛି। ଆଜି ପୁଣି ଦିନ ଦ୍ବିପ୍ରହରେ  ୩ଟି ସ୍ଥାନରେ ଡକାୟତି ଭଳି ଘଟଣା ଘଟିଛି। ଯାହା ସ୍ଥାନୀୟଅଞ୍ଚଳରେ ଲୋକଙ୍କ ନିଦ ହଜାଇ ଦେଇଛି। ଏହା ସାଙ୍ଗକୁ ଜୁଆ ଓ ସଟ୍ଟା ଆସର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ବିନା ପରିଶ୍ରମରେ କୋଟିପତି ହେବାର ସ୍ଵପ୍ନ ଲୋକଙ୍କ ନିଶା ହେବା ଦ୍ବାରା ଆଜି ଚୋରି ଡକାୟତି ବଢ଼ି ଚାଲିଛି। ଗୋଟିଏ ଦିନରେ ୩ଟି ଡକାୟତି ଘଟଣା ପୁଲିସର ଅପାରଗତାକୁ ଇଙ୍ଗିତ କରୁଛି।

- Advertisement -

ଅତାବିରା ବ୍ଲକ କାଦୋବାହଲ ଗ୍ରାମର ଚମାର ପଡ଼ା ଭକ୍ତ ମେହେରଙ୍କ ପରିବାର କୌଣସି ସମ୍ପର୍କୀୟଙ୍କ ଘରକୁ ବାହାଘର ପାଇଁ ଯାଇଥିବା ବେଳେ ଘରେ କେହି ନ ଥିବାର ସୁଯୋଗ ନେଇ ଦୁର୍ବୃତ୍ତମାନେ ଘରେ ପଶି  ୧୫ଭରି ସୁନା ଗହଣା ଓ ଏକ ଲକ୍ଷ ନଗଦ ଟଙ୍କା ଚୋରି କରି ନେଇ ଯାଇଛନ୍ତି। ଏହି ଘଟଣାକୁ କେନ୍ଦ୍ର କରି ପହଞ୍ଚିଥିଲେ ଗୋଡଭଗା ଫାଣ୍ଡି ଅଧିକାରୀ ବାଲୁଙ୍କେଶ୍ୱର ନାଏକ, ଏସଡିପିଓ ଦୀପକ କୁମାର ଗଛାଏତ୍, ଅତାବିରା ଥାନା ଅଧିକାରୀ ପୁରୁଷୋତ୍ତମ ଭୋଇ । ଘଟଣା ଟିକୁ ଅନୁଧ୍ୟାନ କରି  ଡକାୟତି ମାମଲା ରୁଜୁ କରି ତଦନ୍ତ  ଆରମ୍ଭ କରିଛନ୍ତି । ସେହିପରି ଅତାବିରା  ୫୩ନଂ ଜାତୀୟ ରାଜପଥ କଡ଼ରେ ଥିବା ସତ୍ୟନାରାୟଣ ଜୁଏଲାରୀର ଦୋକାନ ମାଲିକ ଅପରାହ୍ନ ୨ଟାରେ ଦୋକାନ ବନ୍ଦ କରି ଘରକୁ ଖାଇବାକୁ ଯାଇଥିବା ବେଳେ ଚୋର ମାନେ ସଟର ଭାଙ୍ଗି ୭୦ଲକ୍ଷ ଟଙ୍କାର ସୁନା ଗହଣା ଚୋରି କରି ନେଇଥିବା ଓ ଅନ୍ୟ ସାମଗ୍ରୀ ଗୁଡିକୁ ଏପଟ ସେପଟ ଫିଙ୍ଗି ଦେଇ ଚାଲି ଯାଇଥିଲେ। ମାଲିକ ଶ୍ୟାମ ସୁନ୍ଦର ସରାଫ ଅତାବିରା ଥାନାରେ ଅଭିଯୋଗ କରିବା ପରେ ସନ୍ଧ୍ୟା ୬ଟା ରେ ବରଗଡ଼ ଏସ୍‌ପି ପଦ୍ମିନୀ ସାହୁ , ସମ୍ବଲପୁର ସାଇଣ୍ଟିଫିକ ଦଳ ,ଏସଡିପିଓ ଦୀପକ କୁମାର  ଓ ଥାନା ଅଧିକାରୀ ପୁରୁଷୋତ୍ତମ ଭୁଏ ପହଞ୍ଚି ଏହାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି। ରାତ୍ରୀ ୯ଟାରେ ପୁଣି ରେଙ୍ଗାଲିକ୍ୟାମ୍ପ ବିର ସୁରେନ୍ଦ୍ର ସାଏ ହାଇ ସ୍କୁଲ୍ ନିକଟରେ ଥିବା ବିଶ୍ଵକର୍ମା ଅଟୋ ବ୍ୟାଟେରୀ ଦୋକାନରୁ  ମଧ୍ୟ ସଟର ଭାଙ୍ଗି ବ୍ୟାଟେରୀ ଅର୍ମେଚର୍ ତଥା ଅନ୍ୟାନ୍ୟ ସାମଗ୍ରୀ ଲୁଟ୍ ହୋଇଛି। ଯାହାର ମୂଲ୍ୟ ଦେଢ଼ ଲକ୍ଷ ଟଙ୍କା ରୁ ଉର୍ଦ୍ଧ୍ବ ହେବ ବୋଲି ଦୋକାନ ମାଲିକ ପ୍ରକାଶ କରିଛନ୍ତି। ଏମିତି ପ୍ରତିଦିନ ଅପରାଧ ବଢ଼ି ବଢ଼ି ଚାଲିଛି। କିନ୍ତୁ ଦୁଃଖର ବିଷୟ ଯେ ଆଜି ଯାଏ ଗୋଟିଏ ହେଲେ ଚୋର ବା ଅପରାଧୀ କୁ ପୁଲିସ ଧରିପାରିନାହିଁ। ତେଣୁ ଧୀରେ ଧୀରେ ଲୋକଙ୍କ ଆସ୍ଥା ପୁଲିସ ଉପରେ ହଟାଇବାକୁ ଲାଗିଛି। ଆଜିକାଲି ଯୁବ ଗୋଷ୍ଠୀ ମଧ୍ୟରେ କୋରସ ଓ ଅଫିମ ର କାରବାର ଜୋର୍ ଧରୁଥବା ଜଣାପଡିଛି ଯାହା ଏମିତି ଆତଙ୍କ ରାଜ ବଢ଼ିଚାଲିଛି ବୋଲି ଅଞ୍ଚଳବାସୀ ଚର୍ଚ୍ଚା କରୁଛନ୍ତି। ତେବେ ଏଇ ଆତଙ୍କ ଆଉ କେତେ ଦିନ ଧରି ଚାଲିବ ତାହା କେବଳ ପୁଲିସ ହିଁ କହିପାରିବ। ଏହା ପୁଲିସ ର ଅପାରଗତା ନା ଅବହେଳା ତାହା ଲୋକଙ୍କ ମନରେ ପ୍ରାଶ୍ନବାଚୀ ସୃଷ୍ଟି କରିଛି।

I would like to look more posts like this. cialis 20mg I am sure this article has touched all the internet people, its really really nice article on building up new webpage.

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories