www.samajalive.in
Sunday, December 14, 2025
26.1 C
Bhubaneswar

ଅଗ୍ନିକାଣ୍ଡରେ ଜଳିଗଲା ଦୁଇ ବଖରା

ବାଙ୍କୀ : ବାଙ୍କୀ ତହସିଲ ଅଧିନ କଦଳୀବାଡି ପଞ୍ଚାୟତର ମାଳବିହାରପୁର ଗ୍ରାମରେ ଅଗ୍ନିକାଣ୍ଡ ଘଟି ଭରତ ନାଏକଙ୍କର ଗୋଟିଏ ବଖରା ଓ ଆରତ ନାଏକଙ୍କର ଏକ ବଖରା ଚାଳ ଘର ମଙ୍ଗଳବାର ଅପରାହ୍ନରେ ପୋଡି ଜଳି ପାଉଁଶ ହୋଇଛି। ଅଗ୍ନିକାଣ୍ଡର କାରଣ ସମ୍ପର୍କରେ କିଛି ଜଣାପଡିନାହିଁ। ଅଗ୍ନିଶମ ବିଭାଗ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏହି ଅଗ୍ନିକାଣ୍ଡରେ ପ୍ରଭାବିତ ପରିବାରଙ୍କର ଘରର ସମସ୍ତ ଆସବାବ ପତ୍ର ସହ ଦରକାରୀ କାଗଜପତ୍ର,ଧାନ ଚାଉଳ ଓ ଘରେ ସଞ୍ଚିତ ଥିବା ଅର୍ଥ ରାଶି ପୋଡିଯାଇଥିବା ବିପନ୍ନ ପରିବାର ପକ୍ଷରୁ ସୂଚନା ମିଳିଛି। ଉଭୟ ଦୀନମଜୁରିଆ ହୋଇଥିବାରୁ କ୍ଷୟକ୍ଷତି ନେଇ ଚିନ୍ତା ବଢିଛି। ସେହିପରି ଘରେ ପାଳିଥିବା ଛେଳି ମଧ୍ୟରୁ ୩ଟି ଛେଳି ସମ୍ପୂର୍ଣ୍ଣ ଦଗ୍ଧ ହୋଇ ବାହାରେ ପଡିଥିଲା ବେଳେ ୧ବର୍ଷରୁ ଦେଢ ବର୍ଷ ମଧ୍ୟରେ ଥିବା କେତେକ ଛେଳି ଛୁଆ ପାଉଁଶ ତଳେ ପୋଡିଯାଇଥିବା ଭରତ ଓ ଆରତ ନାଏକ ଆଶଙ୍କା କରିଛନ୍ତି। ଖବର ପାଇ ରତାଗଡ ଆରଆଇ ସୁଚିତ୍ରା ନାୟକ ଏବଂ ଏଆରଆଇ ପ୍ରସନ୍ନ ନାୟକ ଘଟଣା ସ୍ଥଳକୁ ଯାଇ ଅନୁସନ୍ଧାନ କରି ଫେରିଛନ୍ତି। ବୁଧବାର ଦିନ ସକାଳେ ବାଙ୍କୀ ତହସିଲ ପକ୍ଷରୁ ସରକାରୀ ସହାୟତା ବ୍ୟବସ୍ଥା କରାଯିବ ବୋଲି ଆରଆଇ କହିଛନ୍ତି। ସ୍ଥାନୀୟ ସରପଞ୍ଚ ପ୍ରକାଶ କୁମାର ବେଉରା ପହଞ୍ଚି ବିପନ୍ନ ପରିବାରଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଆରଆଇଙ୍କୁ ଅନୁରୋଧ କରିଛନ୍ତି।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories