www.samajalive.in
Friday, December 12, 2025
27.1 C
Bhubaneswar

କପିଳାସ ପୀଠରେ ଜାଗର ଯାତ୍ରା ପ୍ରସ୍ତୁତି ବୈଠକ : ଭୋର ୪.୨୦ରେ ମହାଦୀପ ଉଠିବ

କଟକ : ବର୍ତ୍ତମାନ ଦେଖାଦେଇଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜାଗର ଯାତ୍ରା ପାଇଁ ଜିଲା ପ୍ରଶାସନ ପକ୍ଷରୁ କଟକଣା ଭିତରେ ରୀତିନୀତି ଅନୁଯାୟୀ ଜାଗର ଯାତ୍ରା ଅନୁଷ୍ଠିତ ହେବବୋଲି ନିଷ୍ପତ୍ତି ନିଆଯାଇଛି।
ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉଙ୍କ କପିଳାସ ପୀଠରେ ମହାଶିବରାତ୍ରି ଜାଗର ଯାତ୍ରା ଆୟୋଜନ ନିମନ୍ତେ ଜିଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସଭାଗୃହରେ ଜିଲାପାଳ ଭୂମେଶ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ମାର୍ଚ୍ଚ ୧୧ତାରିଖରେ ପାଳିତ ହେବାକୁ ଥିବା ଜାଗର ଯାତ୍ରାକୁ ସରକାରଙ୍କ କୋଭିଡ ନିୟମାବଳୀ ଅନୁଯାୟୀ ପାଳନ କରଯିବ। ମହାଶିବରାତ୍ରି ଜାଗର ଯାତ୍ରା ସମସ୍ତ ରୀତିନୀତି ଅନୁପାଳନ ପୂର୍ବକ ବିଧିବିଧାନ ସହିତ ପାଳନ କରାଯିବ। ସଂକ୍ରମଣ ସ୍ଥିତିକୁ ଦୃଷ୍ଟିରେ ରଖି ସରକାରଙ୍କ ନିର୍ଦେଶ ଅନୁସାରେ ମାର୍ଚ୍ଚ ମାସର ଗାଇଡ ଲାଇନ ଅନୁଯାୟୀ ଜାଗର ଯାତ୍ରା ପାଳନ ପାଇଁ ନିଷ୍ପତ୍ତି ନିଆଯିବ ବୋଲି ଜିଲାପାଳ ପ୍ରକାଶ କରିଛନ୍ତି। ରାଜପୁରୋଧାଙ୍କ ନିର୍ଘଣ୍ଟ ଅନୁଯାୟୀ ରାତ୍ର ୩ଟା ୫୫ମି. ଠାରୁ ବେଢ଼ା ପୂଜା, ବେଢ଼ା ପରିକ୍ରମା ଓ ମହାଦୀପ ଉଠାଣ କାର୍ଯ୍ୟ ରାତ୍ର ୪ଟା ୨୦ମି. ଅମୃତ ବେଳା ମଧ୍ୟରେ ଶେଷ ହେବ। ଜାଗର ଯାତ୍ରାକୁ ବ୍ୟବସ୍ଥିତ କରିବାପାଇଁ ମାର୍ଚ୍ଚ ୯ତାରିଖ ସୁଦ୍ଧା ମନ୍ଦିର ପରିସରକୁ ସ୍ଥାୟୀ ଆଲୋକୀକରଣର ବ୍ୟବସ୍ଥା କରାଯିବା ସହିତ ଆବଶ୍ୟକ ସ୍ଥଳେ ଅଧିକ ସ୍ଥାନକୁ ଆଲୋକ ବ୍ୟବସ୍ଥା କରାଯିବ। ଅତ୍ୟାବଶ୍ୟକ ସେବାର ଗାଡ଼ି ଗୁଡ଼ିକ ପୀଠକୁ ଯାଇ ଯଥାଶୀଘ୍ର ଫେରିବାକୁ ବ୍ୟବସ୍ଥା କରାଯିବ। ବିନା ଅନୁମତି ପ୍ରାପ୍ତ କୌଣସି ଯାନବାହନକୁ ପୀଠକୁ ଛଡ଼ାଯିବ ନାହିଁ। ଆରକ୍ଷୀ ମୁତୟନ ବ୍ୟବସ୍ଥା ସହ ଯାତ୍ରାରେ ଶାନ୍ତି-ଶୃଙ୍ଖଳା ରକ୍ଷା ଓ ଯାନବାହନ ନିୟନ୍ତ୍ରଣ ପ୍ରତି ବିଶେଷ ଧ୍ୟାନ ଦିଆଯିବ ବୋଲି ଆରକ୍ଷୀ ଅଧୀକ୍ଷକ କେ. ଶିବା ସୁବ୍ରମଣି ପ୍ରକାଶ କରିଥିଲେ। ବୈଠକରେ ଉପଜିଲାପାଳ ସାଫଲ୍ୟମଣ୍ଡିତ ପ୍ରଧାନ ଜାଗର ଯାତ୍ରାର ବିବରଣୀ ପାଠ କରି କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ। ବୈଠକରେ ପାନୀୟ ଜଳ ବ୍ୟବସ୍ଥା, ଅଗ୍ନିନିର୍ବାପକ ବ୍ୟବସ୍ଥା, ଅସ୍ଥାୟୀ ଦୋକାନ ନିମନ୍ତେ ସ୍ଥାନ ନିରୂପଣ, ପ୍ଲାଷ୍ଟିକ ବ୍ୟାଗ୍‍ ବ୍ୟବହାର ନିଷେଧ, ଅସ୍ଥାୟୀ ଚିକିତ୍ସା ବ୍ୟବସ୍ଥା, ନିୟନ୍ତ୍ରଣ କକ୍ଷ ପରିଚାଳନା, ବାରବାଙ୍କରେ ଆଲୋକୀକରଣ ଆଦି ସମ୍ପର୍କରେ ବିଷଦ ଆଲୋଚନା ହୋଇଥିଲା। ଏହି ବୈଠକରେ ଅତିରିକ୍ତ ଜିଲାପାଳ ଶଶାଙ୍କ ଶେଖର ଦାଶ, ପ୍ରକଳ୍ପ ନିର୍ଦେଶକ ନରୋତ୍ତମ ବେହେରା, ବନଖଣ୍ଡ ଅଧିକାରୀ ପ୍ରକାଶ ଚାନ୍ଦ ଗୋଗିନେନୀ, ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ସୁଜାତାରାଣି ମିଶ୍ର, ସାସଂଦଙ୍କ ପ୍ରତିନିଧି ମାତୃପ୍ରସାଦ ମିଶ୍ର, ସେସୁର ନିର୍ବାହୀ ଯନ୍ତ୍ରୀ, ଗ୍ରାମ୍ୟ ଜଳଯୋଗାଣ ନିର୍ବାହୀ ଯନ୍ତ୍ରୀ, ଗଁଦିଆ ବିଡ଼ିଓ ଏବଂ ତହସିଲଦାର, ଆଞ୍ଚଳିକ ପରିବହନ ଅଧିକାରୀ, ଅଗ୍ନିଶମ ଅଧିକାରୀ, ଏସ୍‍ଡ଼ିପିଓ ଶ୍ରୀହର୍ଷ ମିଶ୍ର, ଗଁଦିଆ ଥାନା ଅଧିକାରୀ, ଡିଏସ୍‍ପି, ଡ଼ିଆଇବି, ପୌରପାଳିକାର ସହକାରୀ ଯନ୍ତ୍ରୀ, ଦେବୋତ୍ତର ନିରୀକ୍ଷକ ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ, ଦେବୋତ୍ତର ବିଭାଗର କର୍ମକର୍ତ୍ତା, ଗଣମାଧ୍ୟମର ପ୍ରତିନିଧି, ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୀତାଂଶୁ ଶେଖର ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories