www.samajalive.in
Wednesday, December 10, 2025
26.1 C
Bhubaneswar

ଶାଶୁଘରୁ ବାଳିକା ବଧୂ ଉଦ୍ଧାର,ଯୁବକ ଅଟକ

ଚୌଦ୍ୱାର : ବେଆଇନ୍‍ ଭାବେ ବିବାହ କରାଇ ଦିଆ ଯାଇଥିବା ଜଣେ ୧୫ ବର୍ଷର ନାବାଳିକାକୁ ଟାଙ୍ଗୀ-ଚୌଦ୍ୱାର ବ୍ଲକ ବାଲ୍ୟ ବିବାହ ଟାସ୍କ ଫୋର୍ସର ସଦସ୍ୟମାନେ ଚୌଦ୍ୱାର ପୁଲିସ୍‍ ସହାୟତାରେ ଚୌଦ୍ୱାର ପୌରପାଳିକା ଅନ୍ତର୍ଗତ କପାଳେଶ୍ୱର ନୂଆ ସାହିରୁ ଉଦ୍ଧାର କରିଛନ୍ତି। ଖୋର୍ଦ୍ଧା ଜିଲା ତମାଣ୍ଡୋ ଥାନା ଅନ୍ତର୍ଗତ ପାତ୍ରପଡ଼ା ଗ୍ରାମର ଜନୈକା ନାବାଳିକାକୁ ଚୌଦ୍ୱାର ଅଞ୍ଚଳର ଜଣେ ଯୁବକ ବିବାହ କରିଥିବା କଟକ ଚାଇଲ୍ଡଲାଇନ୍‍ ଠାରୁ ଖବର ପାଇ ବ୍ଲକ୍‍ ବାଲ୍ୟ ବିହାହ ଟାସ୍କ ଫୋର୍ସ ସଦସ୍ୟ ନରୋତ୍ତମ ଦାସ, ଟାଙ୍ଗୀ ସମନ୍ୱିତ ଶିଶୁ ବିକାଶ ସୁପରଭାଇଜର ଆରତୀ ମହାନ୍ତି, ଚୌଦ୍ୱାର ଥାନା ଏସ୍‍ଆଇ ତପସ୍ୱିନୀ କାନୁନ୍‍ଗୋ, ଉଦ୍ଧାର ଫାଉଣ୍ଡେସନ୍‍ର ପ୍ରମିଳା ଓଝା, କିରଣବାଳା ନାୟକ, ଦିଲ୍ଲିପ ସାହୁ, ଶ୍ରୀକାନ୍ତ ଜେନା, ଶୁଭ୍ରଜିତ୍‍ ବିଶୋଇ ପ୍ରମୁଖ ନୂଆସାହିର ରଞ୍ଜିତ ଦତ୍ତଙ୍କ ଘରେ ପହଞ୍ଚି ବିବାହ କରିଥିବା ନାବାଳିକାକୁ ଉଦ୍ଧାର କରିବା ସହିତ ତାକୁ ସ୍ଥାନୀୟ ମନ୍ଦିରରେ ବିବାହ କରିଥିବା ରଣ୍‍ଜିତଙ୍କ ପୁଅ ଦୀପୁ(୨୪)କୁ ଥାନାକୁ ଆଣି ଅଟକ ରଖିଛନ୍ତି। ଉଦ୍ଧାର କରାଯାଇଥିବା ବାଳିକାର ପିତାମାତାଙ୍କୁ ଏସମ୍ପର୍କରେ ଖବର ଦିଆଯିବା ସହିତ ତାକୁ ବସୁନ୍ଧରା ଅନୁଷ୍ଠାନକୁ ପଠାଇ ଦିଆଯାଇଛି। ଅଭିଯୁକ୍ତ ଦୀପୁ ଏହା ପୂର୍ବରୁ ଅନ୍ୟ ଏକ ବିବାହ କରିଥିବା ଓ ପ୍ରଥମ ପତ୍ନୀକୁ ଛାଡ଼ି ଦେଇଥିବା ଜଣାପଡ଼ିଛି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories