www.samajalive.in
Friday, December 12, 2025
23.1 C
Bhubaneswar

ଚାପରେ ରଣବୀର

ରଣବୀର ସିଂଙ୍କ ହାତରେ ଏବେ କିଛି ନାହିଁ, ଯେତେ ବ୍ୟସ୍ତବିବ୍ରତ ହେଲେ ବି ସେ କିଛି କରିପାରୁନାହାନ୍ତି। କରୋନା ମହାମାରୀ କାରଣରୁ କେବଳ ବଲିଉଡ ନୁହେଁ, ହଲିଉଡ ମଧ୍ୟ ପ୍ରଭାବିତ ହୋଇଛି। ଏ ପର୍ଯ୍ୟନ୍ତ ଲୋକେ ସିନେମା ହଲ୍ ଯିବାକୁ ସୁରକ୍ଷିତ ମଣୁନାହାନ୍ତି। ବର୍ତ୍ତମାନ ପରିସ୍ଥିତିରେ ଚଳଚ୍ଚିତ୍ର ହଲ୍‌ରେ ମୁକ୍ତିଲାଭ କରି ପ୍ରଯୋଜନ ଆଉ ଅଧିକ କ୍ଷତି ସହିବାକୁ ଚାହୁଁନାହାନ୍ତି। କବୀର ଖାନ୍ ନିର୍ଦେଶିତ ‘୮୩’ର ମୁକ୍ତିଲାଭକୁ ନେଇ ବିବାଦ ବଢ଼ିଚାଲିଛି।

- Advertisement -

କ୍ରିକେଟ୍ ଜଗତର ମହାନାୟକ ଭାବେ ଜଣାଯାଉଥିବା କପିଲ୍ ଦେବଙ୍କ ଜୀବନୀକୁ ନେଇ ନିର୍ମିତ ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ରଣବୀର ସିଂ, ଦୀପିକା ପାଦୁକୋନ, ତାହିର୍ ରାଜ୍ ଭସିନ୍ ଅଭିନୟ କରିଛନ୍ତି। ପ୍ରଥମେ ‘୮୩’ ଚଳଚ୍ଚିତ୍ର ୨୦୨୦ ଏପ୍ରିଲ୍ ୨୦ରେ ମୁକ୍ତିଲାଭ ହେବାର ନିଷ୍ପତ୍ତି ଥିଲା, ପରେ ଲକ୍-ଡାଉନ୍ କାରଣରୁ ବଡ଼ଦିନ ପର୍ଯ୍ୟନ୍ତ ଏହାର ତାରିଖ ଘୁଞ୍ଚିଲା। ହେଲେ ବଡ଼ଦିନବେଳକୁ ମଧ୍ୟ ସ୍ଥିତି ସୁଧୁରିନଥିବାରୁ ପ୍ରଯୋଜକ ମହଲ ୨୦୨୧ ମାର୍ଚ୍ଚ ପର୍ଯ୍ୟନ୍ତ ସ୍ଥଗିତ ରହିଲା, କିନ୍ତୁ ବ୍ରିଟେନ୍ ଲକ୍-ଡାଉନ୍ କାରଣରୁ ଏବେ ପୂରା ୟୁନିଟ୍ ଚିନ୍ତାରେ ପଡ଼ିଗଲାଣି। କାରଣ ଗୋଟିଏ ତାରିଖରେ ବିଶ୍ବସ୍ତରରେ ‘୮୩’ ମୁକ୍ତିଲାଭ କରିବ ବୋଲି ସେମାନେ ନିଷ୍ପତ୍ତି ନେଇଥିଲେ, ଏହା କିନ୍ତୁ ସମ୍ଭବପର ହେଉନାହିଁ। ସବୁଠୁ ବେଶୀ ଅଥୟ ରଣବୀର ସିଂ ହେଉଛନ୍ତି, ଏଇ ବଡ଼ ବଜେଟ୍‌ର ଚଳଚ୍ଚିତ୍ର ମୁକ୍ତିଲାଭ କଲେ ତାଙ୍କ କ୍ୟାରିୟର ପାଇଁ ମାଇଲ୍‌ଷ୍ଟୋନ୍ ହେବାର ସେ ଆଶା ରଖିଛନ୍ତି।

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories