www.samajalive.in
Sunday, December 14, 2025
16.1 C
Bhubaneswar

ମଣିଷ ସହ ବନ୍ଧୁ ବାନ୍ଧିଛି କଥାକୁହା ବଣି ଚଢେଇ

ପାଟଣା : ଏମିତି ଏକ ସୁନ୍ଦର ପ୍ରାକୃତିକ ପରିବେଶ ମଧ୍ୟରେ ଥିବା ମଣିଷର ବନ୍ଧୁ ପାଲଟିଛି ଛୋଟ ଏକ ବଣି ଚଢେଇ । କଥା କହିଲେ ଉତ୍ତର ଦେଉଛି । ସାଇକେଲ ଅଥବା ବାଇକ୍ ରେ ଆସି ବସି ଯାଉଛି । ବେଳେବେଳେ ଶ୍ରେଣୀ ଗୃହରେ ପଶି ଛାତ୍ରଛାତ୍ରୀଙ୍କ ସହ କଥାବି ହେଉଛି । ଏଭଳି ଘଟଣା ଦେଖିବାକୁ ମିଳିଛି ପିପିଳିଆ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ। ଏଠାରେ ଦୀର୍ଘ ୨ ବର୍ଷ ପୂର୍ବେ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ପ୍ରଧାନ ଗୁରୁଜୀ ଦେବଦତ୍ତ ମହାନ୍ତ ଏଇ ଛୁଆ ବଣି ଚଢେଇକୁ କିଛି ଖାଦ୍ୟ ଦେଇଥିଲେ । ଖାଦ୍ୟକୁ ଖାଇବା ପରେ ବଣି ଚଢ଼େଇ ଟି ଉଡି ଚାଲି ଯାଇଥିଲା । ତାହା ପରଠାରୁ ପ୍ରତେକ ଦିନ ସେଇ ସମୟରେ ବଣି ଚଢେଇଟି ଆସେ ଓ ଖାଦ୍ୟ ଖାଏ। ଏମିତି ଦିନକର କଥା ସ୍କୁଲରେ ଗୁରୁଜୀ ଛାତ୍ରଛାତ୍ରୀ ମାନଙ୍କୁ  ପାଠ ପଢ଼ାଉଥିବା ବେଳେ ବଣି ଚଢ଼େଇ ଟି ଟେବୁଲ୍ ଉପରେ ଯାଇ ବସିଲା। ପିଲା ମାନଙ୍କ ସହ ତାହା ଭାଷାରେ କଥା ହେଲା । ଛୁଟି ଦିନ ହେଉ କି ବିଦ୍ୟାଳୟ ଖୋଲା ଥାଉ ଏମିତି ପ୍ରତେକ ଦିନ ଶିଶୁ ମନ୍ଦିର ପରିସରରେ ଚଢ଼େଇ ଟି ଉଡି ବୁଲେ। ସମସ୍ତ ଛାତ୍ରଛାତ୍ରୀ ତାଙ୍କୁ ଆଦରରେ ଟମି ବୋଲି ଡାକନ୍ତି । ମଣିଷର ଭାଷାକୁ ସେ ଅନୁସରଣ କରି ଯାହା କହିବ ସେ ବି ସେଇ ଭାଷାକୁ ନିର୍ଭୁଲ ଭାବରେ କହିଦିଏ। ନିକଟସ୍ଥ ମୁଣ୍ଡାସାହି ରେ ବଣି ଚଢେଇଟି ଘରେ ଘରେ ବେଶ ପରିଚିତ । ବଣିକୁ ଯେ କେହି ଦେଖିଲେ କିମ୍ବା ଅଟକିଲେ ପାଖକୁ ଆସିବ ଏବଂ ପାଖରେ ବସି ରାବ ଦେବ। ସାହିର ସମସ୍ତ ଲୋକଙ୍କ ଘରକୁ ଯାଏ ଏବଂ ଲୋକଙ୍କ କାନ୍ଧରେ,ହାତରେ ଓ ମୁଣ୍ଡରେ ବସେ। ଶିଶୁ ମନ୍ଦିରର ଛାତ୍ରଛାତ୍ରୀ ମାନଙ୍କ ସହିତ ଖେଳେ ଓ ଗେଲ ମଧ୍ୟ ହୁଏ। ଛାତଛାତ୍ରଛାତ୍ରୀ ଅଭିଭାବକ ମାନେ ପହଞ୍ଚିଲେ ତାଙ୍କ ପାଖକୁ ଯାଇ ମୁଣ୍ଡ ହଲାଇ ନତମସ୍ତକ ହୋଇଥାଏ। ଗତ ବର୍ଷ କରୋନା ମହାମାରୀ ଲକ ଡାଉନରେ ସ୍କୁଲ ଛୁଟି ରହିବାରୁ ସେ ବର୍ତ୍ତମାନ ନିକଟସ୍ଥ ମୁଣ୍ଡା ସାହିର ମଧୁସୂଦନ ମୁଣ୍ଡାଙ୍କ ଘରେ ରହୁଛି। ବଣି ଚଢେଇର ଖାଦ୍ୟ ପସନ୍ଦ ଆଳୁଭଜା, ମାଛ, ମଟର, ସୋଲା ଓ ଶୁଖିଲା ଲଙ୍କା । ଛୋଟ ପିଲାଙ୍କୁ ଦେଖିଲେ ଚଢେଇ ଟି ବହୁତ ଖୁସି ହୁଏ। ପିପିଳିଆ ମୁଣ୍ଡା ସାହିର ୱାର୍ଡ ମେମ୍ବର ଗୀତାଞ୍ଜଳି ମହାନ୍ତ, ଲମ୍ବୋଦର ମୁଣ୍ଡା, ସମରା ମୁଣ୍ଡା,ଚରଣ ମୁଣ୍ଡା, ରମାକାନ୍ତ ମହାନ୍ତ, ଘନଶ୍ୟାମ ମୁଣ୍ଡା, କୁନା ମୁଣ୍ଡା ଓ ଗୁରୁଜୀ କାଳିଚରଣ ମୁଣ୍ଡା କବିବର ନାଏକ ପ୍ରମୁଖ ଏହି ବଣି ଚଢେଇକୁ ସବୁବେଳେ ନିଜର ମନକରି ସୁରକ୍ଷା ଦେଉଥିବା କହିଛନ୍ତି ପିପିଳିଆର ସାମାଜିକ କର୍ମୀ ଗଣେଶ୍ଵର ମହାପାତ୍ର ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories