www.samajalive.in
Thursday, December 11, 2025
15.1 C
Bhubaneswar

ବେଳାଭୂମି ସଫେଇ ସହ ସ୍ବଛ ସର୍ବେକ୍ଷଣ ୨୦୨୧ ନେଇ ସଚେତନତା

ଗୋପାଳପୁର : ଗୋପାଳପୁର ଏନ୍ଏସି ପକ୍ଷରୁ ବେଳାଭୂମି ସଫେଇ କାର୍ଯ୍ୟ ସହ ସ୍ବଛ ସର୍ବେକ୍ଷଣ ୨୦୨୧ ନେଇ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଉପସ୍ଥିତ ରହି ବେଳାଭୂମି ଆମ ସମସ୍ତଙ୍କର ଏହାର ସୁରକ୍ଷା ଓ ସୁନ୍ଦରତା ବଜାୟ ରଖିବା ଆମ ସମସ୍ତଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ ବୋଲି ମତବ୍ୟକ୍ତ କରିଥିଲେ। ପ୍ରଶାସନ ପକ୍ଷରୁ ଯେତିକି ପରିମାଣରେ ଏହାର ଉନ୍ନତିକରଣ ନିମନ୍ତେ ବିଭିନ୍ନ ଯୋଜନା ହାତକୁ ନିଆଯାଇଛି,ଏହି ଯୋଜନା ଗୁଡ଼ିକର ଉଚିତ୍ ରକ୍ଷଣାବେକ୍ଷଣ ସହ ଏହାର ସଦୁପଯୋଗ କରିବା ଏବଂ ମୋର ବୋଲି ଭାବି ଏହାକୁ ସୁରକ୍ଷା ଦେବା ସମସ୍ତଙ୍କ କର୍ତ୍ତବ୍ୟ ବୋଲି ପ୍ରକାଶ କରିଥିଲେ।
ଏହି କ୍ରମରେ ଏନ୍ଏସିର ସଫେଇ କର୍ମଚାରୀ ସହ ଷ୍ଟାଫ୍ ଏବଂ ନିଜେ ଜିଲ୍ଲାପାଳ ହାତରେ ମୁଣି ଧରି ବେଳାଭୂମି ସଫେଇ କରିବା ସହ ପର୍ଯ୍ୟଟକଙ୍କୁ ଏହି ବେଳାଭୂମିକୁ ସଫା ସୁତୁରା ରଖିବା ପାଇଁ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବ୍ରହ୍ମପୁର ଉପଜିଲ୍ଲାପାଳ ଭି.କୀର୍ତ୍ତି ଭାସନ, ଏନ୍ଏସି ନିର୍ବାହୀ ଅଧିକାରୀ ଉମା ଶଙ୍କର ସେଠୀଙ୍କ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ। ସ୍ବଛ ସର୍ବେକ୍ଷଣ- ୨୦୨୧ ଆରମ୍ଭ ହୋଇଥିବାରୁ ଚଳିତବର୍ଷ ଗୋପାଳପୁର ଏହି ସର୍ବେକ୍ଷଣରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ସମସ୍ତେ ଯତ୍ନବାନ ହେବାକୁ  ଜିଲ୍ଲାପାଳ ପରାମର୍ଶ ଦେଇଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories