www.samajalive.in
Tuesday, December 9, 2025
15.1 C
Bhubaneswar

କଳାପଥର ବଞ୍ଚିଛି ତାର କଳା ଓ ସଂସ୍କୃତି ପାଇଁ : ବିଧାୟକ

କଳାପଥର : ବାଙ୍କୀ ଉପଖଣ୍ଡ ଅନ୍ତର୍ଗତ କଳାପଥର ଗ୍ରାମର ଅଗ୍ରଣୀ ସ୍ୱେଛାସେବୀ ଅନୁଷ୍ଠାନ ଶ୍ରୀ ଶ୍ରୀ ଚନ୍ଦ୍ରଶେଖର କ୍ଳବର ସାମ୍ବରିକ ଉତ୍ସବ ରବିବାର ସଂଧ୍ୟାରେ ମହା ସମାରୋହରେ ପାଳିତ ହୋଇଛି। ଦୀର୍ଘ ୪୦ ବର୍ଷ ବ୍ୟବଧାନରେ ନୂତନ ଭାବେ ବାର୍ଷିକ ଉତ୍ସବ ପାଳିତ ହୋଇଥିବାରୁ ଗ୍ରାମର ସମସ୍ତ ଜନସାଧାରଣ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସଂଧ୍ୟାରେ ଅନୁଷ୍ଠିତ ସାଧାରଣ ସଭାରେ ଉଦ୍‍ଘାଟକ ଭାବେ ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ଯୋଗଦେଇ କଳାପଥର ମାଟିର ଅସ୍ମିତା, ସଂସ୍କୃତି ଓ ସଂପର୍କ ବିଷୟରେ ବକ୍ତବ୍ୟ ରଖିଥିଲେ। ମୁଖ୍ୟ ଅତିଥିଭାବେ ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ ଯୋଗଦେଇ ମହିଳା ମାନଙ୍କ ପାଇଁ ୫ ଲକ୍ଷ ଟଙ୍କା ବ୍ୟୟରେ  ଯୋଗଶାଳା ନିର୍ମାଣ  ଏବଂ କଳାପଥର ଡାକ୍ତରଖାନାକୁ ଟ୍ରମା ସେଣ୍ଟରରେ ପରିଣତ କରିବାପାଇଁ ପ୍ରତିଶ୍ରୃତି ଦେଇଥିଲେ। କାଳିପୋଇ ସରପଞ୍ଚ ସୁବାସ ସ୍ୱାଇଁ ଏବଂ କ୍ଳବର ସଭାପତି ସୂର୍ଯ୍ୟପ୍ରକାଶ ସାହୁଙ୍କ ଆବାହକତ୍ୱରେ ଉତ୍ସବ ପାଳିତ ହୋଇଥିଲା।

- Advertisement -

କ୍ଳବର ପୂର୍ବତନ ସଭାପତି କୁଳମଣୀ ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ପାଦକ କ୍ଳବର ବରିଷ୍ଠ ସଦସ୍ୟ ରମେଶ ରଞ୍ଜନ ସାହୁ ବିବରଣୀ ପାଠ କରିଥିଲେ। ମୁଖ୍ୟ ବକ୍ତାଭାବେ ଡଃ ଗଣେଶ୍ୱର ସ୍ୱାଇଁ ଯୋଗଦେଇ କହିଲେ କଳାପଥର ବଞ୍ଚିଛି ତାର କଳା ଓ ସଂସ୍କୃତି ପାଇଁ। ସମ୍ମାନୀତ ଅତିଥିଭାବେ ପୂର୍ବତନ ସରପଞ୍ଚ ମିରଜା ସରଦ୍ଧାର ଅଲ୍ଲୀବେଗ,ଅନନ୍ତ ଚରଣ ଦାସ,ପ୍ରଫୁଲ ସ୍ୱାଇଁ,ନାରାୟଣ ଜେନା,ବିଜୟ ସାହୁ ଯୋଗଦେଇ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥରବା ବ୍ୟକ୍ତି ବିଶେଷଙ୍କୁ କ୍ଳବ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଅନ୍ୟପକ୍ଷରେ କ୍ଳବର ସମ୍ପାଦକ ପ୍ରଶାନ୍ତ ବେହେରା, ପ୍ରକାଶ କୁମାର ସାହୁ ପ୍ରମୁଖ ଶତାଧିକ କ୍ଳବ ଉଦ୍ୟମରେ ଗ୍ରାମର ଛୋଟ ଝିଅ ପୁଅ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories