www.samajalive.in
Sunday, December 14, 2025
19.1 C
Bhubaneswar

ମହାଙ୍ଗା ପଡିଲା ଫେସବୁକ ପ୍ରେମ, ଅଶ୍ଳୀଳ ଭିଡ଼ିଓ ଭାଇରାଲ କରି ଯୁବକ ଗିରଫ

ନବରଙ୍ଗପୁର : ଫେସବୁକରେ ପ୍ରେମ ମହାଙ୍ଗା ପଡିଲା। ଆପତିଜନକ ଭିଡିଓ ଭାଇରାଲ କରି ପଞ୍ଜାବର ଜଣେ  ଯୁବକକୁ କୌଶଳ କ୍ରମେ ନବରଙ୍ଗପୁର ପୁଲିସ ଗିରଫ କରିଛି। ଘଟଣା ପ୍ରକାରେ ନବରଙ୍ଗପୁର ଥାନା ଅଂଚଳରେ ଜନୈକ ମହିଳାଙ୍କ ଆପତି ଜନକ ଭିଡିଓ ଭାଇରାଲ କରିବା ଅଭିଯୋଗରେ ପଞ୍ଜାବର ୱାରିଶ ମସିହ ନାମକ ଜଣେ ଯୁବକକୁ ପୁଲିସ ଗିରଫ କରିଥିବା ଜଣାପଡିଛି ।

ମହିଳାଙ୍କ ଅଭିଯୋଗ ଅନୁଯାୟୀ, ପଞ୍ଜାବ ରାଜ୍ୟର ଗୁରୁଦାସପୁର ଜିଲ୍ଲା ଦରଗାବାଦ ଗ୍ରାମର ୱାରିଶ ମସିର ନାମକ ବ୍ୟକ୍ତିଙ୍କ ସହ ୨୦୧୮ ମସିହା ଅକ୍ଟୋବର ୩ ତାରିଖରେ ଫେସବୁକରେ ଫ୍ରେଣ୍ଡ ହୋଇଥିଲା। ପରେ ଉଭୟଙ୍କ ମଧ୍ୟରେ ବନ୍ଧୁତ୍ୱ ସ୍ଥାପନ ଏବଂ ପରେ ଭଲପାଇବା ତା ପରେ ଉଭୟ ଫୋନ ଯୋଗେ କଥାବାର୍ତା କରି ନିବିଡ଼ ହୋଇଥିଲେ । ୱାରିସ ପରବର୍ତୀ ସମୟରେ ମହିଳାଙ୍କୁ ବାହା ହେବା ପ୍ରସ୍ତାବ ଦେଇଥିଲା, ବିବାହ ପ୍ରସ୍ତାବକୁ ମହିଳା ଜଣକ ଅଗ୍ରାହ୍ୟ କରିଥିଲେ । ପ୍ରକାଶ ଥାଉକି ଯେ ମହିଳାଙ୍କ ପୂର୍ବରୁ ୨ଟି ପୁଅ ଅଛନ୍ତି ।

- Advertisement -

ମହିଳାଙ୍କ କହିବା ଅନୁଯାଇ ୱାରିସ ନବରଙ୍ଗପୁର ଆସି ତାଙ୍କୁ ଡରାଇ ଧମକାଇ ୨୦୧୯ ମାର୍ଚ୍ଚ ମାସ ୧୯ ତାରିଖରେ ନିଜର ବଡ ପୁଅକୁ ଧରି ୱାରିସ ମହାରାଷ୍ଟ୍ର ପ୍ରଦେଶର ଏକ ଗ୍ରାମରେ ରଖି ସେଠାରେ ମହିଳା ଓ ତାଙ୍କ ପୁଅ କୁ ନିର୍ୟାତନା ଦେବାରୁ କୌଣସି ମତେ ପୁଅକୁ ନବରଙ୍ଗପୁର ପଠାଇ ଦେଇଥିଲେ । ମହାରାଷ୍ଟ୍ର ରୁ ମହିଳା କୁ ଧରି ୱାରିସ ନିଜ ଗ୍ରାମ ପଞ୍ଜାବର ଗୁରୁଦାସ ପୁର ର ଦରଗା ବାଦ କୁ ନେଇ ରଖିବା ପରେ ତାଙ୍କ ପରିବାର ପକ୍ଷରୁ ମହିଳା ଜଣଙ୍କୁ ପୁଣି ଶାରୀରିକ ଏବଂ ମାନସିକ ନିର୍ୟ୍ୟାତନା ଦେବାରୁ ମହିଳା ଜଣକ କୌଶଳ କ୍ରମେ ୱାରିସ କୁ ବୁଝାସୁଝା କରି ସାଥି ହୋଇ ନବରଙ୍ଗପୁର ଚାଲି ଆସିଥିଲେ । ଏଠାରେ ମହିଳା କୁ ଛାଡି ୱାରିସ ନିଜ ଗ୍ରାମକୁ ଯାଇ ଫୋନ ଯୋଗେ ମହିଳା କୁ ଧମକ ଦେବାସହ ଏଜ ଫେକ ଆଇଡି ତିଆରି କରି ଅଶ୍ଳୀଳ ଭିଡ଼ିଓ ଏବଂ ଫୋଟୋ ବାଇରଲ କରି ବ୍ଲାକ ମେଲ କରି ହଇରାଣ କରିବା ପରେ ଏ ନେଇ ମହିଳା ଜଣକ ନବରଙ୍ଗପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପରେ ପୁଲିସ ପକ୍ଷରୁ ଯୋଜନା କରାଯାଇ ଉକ୍ତ ଯୁବକକୁ ନବରଙ୍ଗପୁର ଡକାଯାଇଥିଲା ଏବଂ ସେ ଆସିବା ପରେ ପୁଲିସ ଯୁବକକୁ ଗିରଫ କରିଥିଲା। ଏନେଇ ମାମଲା ରୁଜୁ କରି ପୁଲିସ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories