www.samajalive.in
Saturday, December 13, 2025
26.1 C
Bhubaneswar

୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ନବରଙ୍ଗପୁର : ନବରଙ୍ଗପୁର ପୁଲିସକୁ ମିଳିଛି ସଫଳତା। କୌଣସି ସୂତ୍ରରୁ ଖବର ପାଇ ନବରଙ୍ଗପୁର ଏସପି ପ୍ରହଲ୍ଲାଦ ସାହାଇ ମିନାଙ୍କ ନିର୍ଦ୍ଦେଶ କ୍ରମେ ନବରଙ୍ଗପୁର ଏସ୍ ଡ଼ିପିଓ ଆଦିତ୍ୟ ସେନ ଏବଂ ନବରଙ୍ଗପୁର ଆଇଆଇସି ତାରିକ ଅହମ୍ମଦଙ୍କ ତତ୍ୱବାଧାନରେ ନବରଙ୍ଗପୁର ପୁଲିସ ଇନ୍ଦ୍ରାବତୀ ନଦୀ ପୋଲ ନିକଟରେ ଲାଗିଥିବା ଚେକ ପଏଣ୍ଟ ନିକଟରେ ଜୟପୁର ପଟୁ ଆସୁଥିବା ଏକ ପଶ୍ଚିମ ବଙ୍ଗ ନମ୍ବର ଥିବା ଜାଇଲୋ ଗାଡିକୁ  ଅଟକାଇ ଥିଲା। ଗାଡିଟି ଅଟକିବା ପରେ ପୁଲିସ ଗାଡିଟିକୁ ଯାଞ୍ଚ କରିବାବେଳେ ଗାଡିର ମଝି ସିଟ ଏବଂ ପଛ ସିଟ ତଳେ ଏକ ସିକ୍ରେଟ ଚାମ୍ବର ରହିଥିବାର ଅନୁମାନ କରିଥିଲେ । ଏହା ପରେ ଏହି ସିକ୍ରେଟ ଚାମ୍ବର ଖୋଲି ବାହାର କରି ଦେଖିଲା ବେଳକୁ ତାର ଭିତରୁ ବିପୁଳ ପରିମାଣର ଗଂଜେଇ ବାହାରୁଛି । ଏହି ଚାମ୍ବର ମଧ୍ୟରେ ଏକ କୁଇଣ୍ଟାଲରୁ ଉର୍ଦ୍ଧ୍ବ ଗଞ୍ଜେଇ ଥିବା ଜଣାପଡିଥିଲା । ଯାହାର  ଅନୁମାନିକ ମୂଲ୍ୟ ୫ଲକ୍ଷ ଟଙ୍କା ହେବ ବୋଲି ନବରଙ୍ଗପୁର ଏସ ଡି ପିଓ ଆଦିତ୍ୟ ସେନ କହିଛନ୍ତି। ପୁଲିସ ଗଞ୍ଜେଇ ଭରା ଗାଡିକୁ ଜବତ କରିବା ସହ ଗଞ୍ଜେଇ ଚାଲାଣ କରୁଥିବା ଦୁଇ ଜଣକୁ ଅଟକ ରଖିବାସହ ଚାଲାଣ କାରୀଙ୍କ ୩ଟି ମୋବାଇଲ, ଦୁଇ ହଜାର ଟଙ୍କା ନଗଦ ଜବତ କରିଛି ନବରଙ୍ଗପୁର ପୁଲିସ। ଦୁଇଜଣ ଗଞ୍ଜେଇ ଚାଲାଣକାରୀ କୋରାପୁଟ ଜିଲ୍ଲା ଜୟପୁରରୁ ଗଞ୍ଜେଇ ବୋଝେଇ କରି ନବରଙ୍ଗପୁର ରାସ୍ତା ଦେଇ ଉତ୍ତରପ୍ରଦେଶର ବଲିଆ ଅଞ୍ଚଳକୁ ନେଉଥିବା ସ୍ୱୀକାର  କରିଛନ୍ତି । ଅଭିଯୁକ୍ତଙ୍କୁ ନବରଙ୍ଗପୁର ଥାନା କେସ ନଂ – ୮୯/୨୦୨୧ ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି ପୁଲିସ। ଆଜିର ଏହି ଗଂଜେଇ ଜବତ ସମୟରେ ନବରଙ୍ଗପୁର ଏସ୍‌ଡିପି ଓ ଆଦିତ୍ୟ ସେନ, ଆଇ ଆଇ ସି ତାରିକ ଅହମଦ, ଏସ ଆଇ ରାକେସ ବେହେରା, ଏଏସଆଇ ପ୍ରଭାକର ହରିଜନ, ଏଏସ ଆଇ ହେମନ୍ତ ହରିଜନ, କନେଷ୍ଟବଳ ବି କିର୍ତନୀୟାଙ୍କ ସହ ବହୁ ପୁଲିସ କର୍ମୀ ଉପସ୍ଥିତ ଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories