www.samajalive.in
Saturday, December 13, 2025
21.1 C
Bhubaneswar

କେରଳ ପ୍ରଳୟଙ୍କରୀ ବନ୍ୟା ଓ ଭୂସ୍ଫଳନରେ ୨୦ମୃତ

ତିରୁଭାନନ୍ତପୁରମ୍‍: କେରଳରେ ପ୍ରଳୟଙ୍କରୀ ବନ୍ୟା ଓ ଭୂସ୍ଫଳନରେ ୨୦ ଜଣଙ୍କ ମୃତ୍ୟୁ ଘଟିଛି। କୋଚି ବିମାନ ବନ୍ଦରରେ ସମସ୍ତ ବିମାନ ଉଡ଼ାଣ ଓ ଅବତରଣକୁ ବାତିଲ କରିଦିଆଯାଇଛି। କେତେକ ଜରୁରୀକାଳୀନ ବିମାନର ଦିଗ ପରିବର୍ତ୍ତନ କରାଯାଇଛି। ଇଡୁକି ଡ୍ୟାମର ଗେଟ୍‍ ଖୋଲି ଦିଆଯାଇଥିବାରୁ ଯେ କୌଣସି ସମୟରେ ରନ୍‍ୱେ ଉପରେ ବନ୍ୟା ପାଣି ଆସିଯିବାର ଆଶଙ୍କା ଥିବାରୁ ବିମାନ ବନ୍ଦର କର୍ତ୍ତୃପକ୍ଷ ଏଭଳି ପଦକ୍ଷେପ ନେଇଛନ୍ତି। ୨୦୧୩ରେ ସୃଷ୍ଟି ହୋଇଥିବା ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ଏହି ଆଗୁଆ ପଦକ୍ଷେପ ନିଆଯାଇଛି।
ଅପରପକ୍ଷରେ ପ୍ରବଳ ବର୍ଷା ଓ ଭୂସ୍ଫଳନରେ ଇଡୁକି ଜିଲାରେ ୧୧ ଜଣ, ମାଲାପୁରମ୍‍ରେ ୬ ଜଣ, କୋଝିକୋଡରେ ୨ ଜଣ, ୱେୟାନନ୍ଦରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ନିଖୋଜ ଅଛନ୍ତି। ବନ୍ୟା ଅଞ୍ଚଳରେ ସରକାରରଙ୍କ ପକ୍ଷରୁ ରିଲିଫ୍‍ ଶିବିର ଖୋଲାଯାଇ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଅନେକ ତଳିଆ ଅଞ୍ଚଳରେ ବନ୍ୟା ପାଣି ମାଡ଼ି ଯାଇଛି। ସର୍ବାଧିକ ପ୍ରଭାବିତ ଅଞ୍ଚଳ କୋଝିକୋଡକୁ ଏନ୍‍ଡିଆରଏଫ୍‍ ଟିମ୍‍ ପଠାଯାଇଛି। ଉଦ୍ଧାର କାର୍ଯ୍ୟରେ ସହାୟତା ପାଇଁ ରାଜ୍ୟ ସରକାର ସେନା ସହାୟତା ଲୋଡ଼ିଛନ୍ତି। ଗତ ୨/୩ ସପ୍ତାହ ହେଲା ରାଜ୍ୟର ୨୨ଟି ଜଳଭଣ୍ଡାରର ସମସ୍ତ ଗୋଟ ଖୋଲାଯିବାରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଛି।

Hot this week

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

Related Articles

Popular Categories