www.samajalive.in
Sunday, December 14, 2025
26.1 C
Bhubaneswar

ଡାକ୍ତରଖାନା ନୁହେଁ, ଡକାୟତ ଖାନା ! – ଡ୍ରେସିଂ ପାଇଁ ୯ ଶହ ଟଙ୍କା ଦାବି କଲେ କର୍ମଚାରୀ

ବଲାଙ୍ଗିର : ସାଧାରଣ ଡ୍ରେସିଂ ପାଇଁ ଲୋକଙ୍କ ଠାରୁ ଲୁଟ୍ ହେଉଛି । ଜିଲାର ଉପାନ୍ତ ଇଲାକାର ଲୋକଙ୍କୁ ଚିକିତ୍ସା ନାଁରେ ଶୋଷଣ କରାଯାଉଛି। ଆଉ ଏଭଳି ଏକ ଶୋଷଣର ଶିକାର ହୋଇଛି ଜଣେ ଆଇନ ଆଧ୍ୟାପକ। ବଲାଙ୍ଗିର ଜିଲା ପାଟଣାଗଡ ଡାକ୍ତରଖାନା ବିରୋଧରେ ଚିକିତ୍ସା ନାଁରେ ଟଙ୍କା ଅସୁଲି ଭଳି ଏକ ଗୁରୁତର ଅଭଯୋଗ ସ୍ଥାନୀୟ ଅଞ୍ଚଳରେ ଆଲୋଚନାର ବିଷୟ ହୋଇଛି।

ପାଟଣାଗଡ ଅଞ୍ଚଳର ବଂଶୀଧର ହୋତା। ପେଷାରେ ଜଣେ ଆଇନ ଅଧ୍ୟାପକ। ଶ୍ରୀ ହୋତାଙ୍କ ମୁଣ୍ଡରେ ଚାଳ ବାଜିବାରୁ ମୁଣ୍ଡରେ ଖଣ୍ଡିଆ ହୋଇଥିଲା। ରକ୍ତଶ୍ରାବ ହେବାରୁ ସଙ୍ଗେ ସଙ୍ଗେ ପାଟଣାଗଡ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆସିଥିଲେ। ଦାୟିତ୍ୱରେ ଥିବା କର୍ମଚାରୀମାନେ ତାଙ୍କୁ ଅସ୍ତ୍ରୋପ୍ରଚାର ସହ ଡ୍ରେସିଂ ପାଇଁ ରୁମକୁ ନେଇଥିଲେ। ସେଠାରେ ପଟି ବାନ୍ଧିବା ପୂର୍ବରୁ ଏହା ଏକ ଗୁରୁତର ସମସ୍ୟା। କ୍ୟାନସର ହୋଇଯାଇଛି। ଆମକୁ ୯ ଶହ ଟଙ୍କା ଦିଅନ୍ତୁ ଆମେ ଠିକ ଭାବେ ଅପରେସନ କରିଦେବୁ ବୋଲି କହିଥିଲେ। ତେବେ ଡାକ୍ତରଖାନାରେ ସବୁକିଛି ମାଗଣା ମିଳୁଥିବା ବେଳେ ଆପଣ ମାନେ କାହିଁକି ଟଙ୍କା ନେବେ ବୋଲି ଅଧ୍ୟାପକ ଶ୍ରୀ ହୋତା ଆପତ୍ତି କରିଥିଲେ। ଡାକ୍ତରଖାନା ଦାୟିତ୍ୱରେ ଥିବା ଡାକ୍ତରଙ୍କୁ ଅଭିଯୋଗ କରି ଯାଉଛି ବୋଲି କହିବାରୁ ଦାୟିତ୍ୱରେ ଥିବା କର୍ମଚାରୀ ଦ୍ୱୟ ସେଠାରୁ ଫେରାର ମାରିଥିଲେ। ପରେ ଡାକ୍ତରଖାନାର ଅନ୍ୟ କର୍ମଚାରୀମାନେ ତାଙ୍କୁ ପଟି ବାନ୍ଧିଥିଲେ। ଶୁକ୍ରବାର ବଲାଙ୍ଗିର ସ୍ଥିତ ଭୀମ ଭୋଇ ମେଡିକାଲ କଲେଜ ଓ ଡାକ୍ତରଖାନାକୁ ଆସି ଅଧିକ ଚିକିତ୍ସା ପାଇଁ ଆସିଥିଲେ। ଡାକ୍ତରଖାନାରେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଡ୍ରେସିଂ କରିବା ସହ ରକ୍ତ ପରୀକ୍ଷା କରିଥିବା ସେ କହିଛନ୍ତି। ସାଧାରଣ ଖଣ୍ଡିଆ ପାଇଁ ଏତେ ଟଙ୍କା ଦାବି କରାଯିବା କେଉଁ ଆଇନରେ ଅଛି ବୋଲି ସେ ପ୍ରଶ୍ନ କରିଛନ୍ତି। ଏହା ସହ ବିଭାଗୀୟ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଏ ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିବା ଜଣାପଡିଛି।

- Advertisement -

ଅନ୍ୟପକ୍ଷରେ ପାଟଣାଗଡ ଡାକ୍ତରଖାନାରେ ନାଁ ଅପେକ୍ଷା ଦୁର୍ନାମ ବେଶି ରହିଛି। ଆଜି ବି ପାଟଣାଗଡ ଅଞ୍ଚଳ ଅନୁସୂଚିତ ଜାତି ଓ ଜନଜାତିଙ୍କ ସଂଖ୍ୟା ଅଧିକମାତ୍ରରେ ରହିଛନ୍ତି। ଜଣେ ଅଧ୍ୟାପକଙ୍କୁ ଏଭଳି ଠକୁଥିବା ବେଳେ ସାମାଜିକ, ଆର୍ଥିକ ସ୍ତରରେ ଅନଗ୍ରସର ଲୋକେ ଏହି ଡାକ୍ତରଖାନାକୁ ଆସୁଥିବା ବେଳେ ଏଠି ଚିକିତ୍ସା ନାଁରେ କିଭଳି ଶୋଷଣ ଚାଲିଛି ତାର ଅନେକ ଉଦାହରଣ ରହିଛି। ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories