www.samajalive.in
Saturday, December 13, 2025
26.1 C
Bhubaneswar

ବାଇକ୍ ଦୁର୍ଘଟଣା,୨ ଗୁରୁତର

ବେଲପଡା : ବଲାଙ୍ଗିର-କଣ୍ଟାବାଞ୍ଜି ମୁଖ୍ୟ ରାସ୍ତା ବେଲପଡା ଥାନା ଆସ୍ଥା ପବ୍ଲିକ ସ୍କୁଲ ନିକଟରେ ଏକ ବାଇକ୍ ଦୁର୍ଘଟଣାଗ୍ରସ୍ତ ହୋଇ ୨ ଗୁରତର ହୋଇଛନ୍ତି। ସୂଚନା ଅନୁସାରେ, ଗୁରୁବାର ଅପରାହ୍ନ ପ୍ରାୟ ୨ ଘଣ୍ଟାରେ  ପାଟଣାଗଡରୁ ବେଲପଡା ଅଭିମୁଖେ ଆସୁଥିବା ସମୟରେ ଏକ ବାଇକ୍ରେ ୨ଜଣ ବେଲପଡା  ଆସ୍ଥା ପବ୍ଲିକ ସ୍କୁଲ ନିକଟରେ  ଭାରସାମ୍ୟ ହରାଇ ପୋଲ ତଳକୁ ପଡିଥିଲେ। ଫଳରେ ୨ ଜଣଙ୍କୁ ଗୁରୁତର ଅବସ୍ଥାରେ ଅଗ୍ନିଶମ କର୍ମଚାରୀ ଉଦ୍ଧାର କରି ସେମାନଙ୍କୁ ବେଲପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭତ୍ତି କରିଥିଲେ। ଗୁରୁତର ୨ ଜଣ ହେଲେ ନୂଆପଡା ଜିଲା ନିଲିଜି ଗ୍ରାମର ପୂର୍ଣ୍ଣଚନ୍ଦ୍ର ଜଗତ (୫୦) ଓ କ୍ଷମା ସୁନାନୀ  (୪୮)  ଜଣାପଡିଛି। ଘଟଣାସ୍ଥଳରେ ବେଲପଡା ପୁଲିସ ପହଞ୍ଚି ତଦନ୍ତ କରିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories