www.samajalive.in
Sunday, December 14, 2025
15.1 C
Bhubaneswar

ନିରାଡ଼ମ୍ବରରେ ପାଳନ ହେଲା ସ୍ୱରସ୍ୱତୀ ପୂଜା

ନବରଙ୍ଗପୁର : ନବରଙ୍ଗପୁରରେ ନିରାଡ଼ମ୍ବର ଭାବେ ସ୍ୱରସ୍ୱତୀ ପୂଜା ପାଳନ ହୋଇଛି। ବିଭିନ୍ନ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନଗୁଡିକରେ ମାଆ ସରସ୍ବତୀଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି। ସକାଳୁ ଉଠି ଛାତ୍ରଛାତ୍ରୀମାନେ ନିଜ ନିତ୍ୟକର୍ମ ସାରି ସଫା ପୋଷାକ ପରିଧାନ କରି ସାଙ୍ଗ ସାଥୀଙ୍କ ସହ ସେମାନଙ୍କ ଶିକ୍ଷାନୁଷ୍ଠାନକୁ ଯାଇ ସେଠାରେ ଅନୁଷ୍ଠିତ ପୂଜାରେ ସାମିଲ ହୋଇ ମା’ ସରସ୍ବତୀଙ୍କ ନିକଟରେ ପୂଜାର୍ଚ୍ଚନା କରିବା ସହ ପୃଥିବୀ ରୁ କରୋନା ମୁକ୍ତ ପାଇଁ ପ୍ରାର୍ଥନା କରି ସମସ୍ତ ବିଦ୍ୟାଳୟ ଗୁଡିକ ଶୀଘ୍ର ସ୍ୱାଭାବିକ ହେବାପାଇଁ ମା’ ସ୍ୱରସ୍ୱତୀ ନିକଟରେ କାମନା କରିଥିଲେ । କରନା କଟକଣା କାରଣରୁ ୧୦ ମ ଶ୍ରେଣୀରୁ ଯୁକ୍ତ ୩ ପର୍ୟ୍ୟନ୍ତ ଛାତ୍ର, ଛାତ୍ରୀ ପୂଜାରେ ଅଂଶ ଗ୍ରହଣ କରିପାରିଥିଲେ। ପ୍ରାଇମେରୀ ସ୍କୁଲ ମାନଙ୍କରେ କେବଳ ବିଦ୍ୟାଳୟ କତ୍ତୃପକ୍ଷ ପୂଜା କରିଥିଲେ।କିଛି ଅଭିଭାବକ ମାନେ ପ୍ରଥା, ପରମ୍ପରା, ନିୟମ ଅନୁସାରେ ମା  ସରସ୍ବତୀଙ୍କ ନିକଟରେ ତାଙ୍କ ଶିଶୁଙ୍କ ଖଡ଼ି ଛୁଆଁ ବା ବିଦ୍ୟାରମ୍ଭ ମଧ୍ୟ କରିଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories