www.samajalive.in
Monday, December 8, 2025
24.1 C
Bhubaneswar

ରବି ଟକିଜ୍‌-ଟଙ୍କପାଣି ରାସ୍ତା ମରଣଯନ୍ତା

ଭୁବନେଶ୍ବର: ସ୍ମାର୍ଟସିଟିର ବିକାଶ କାର୍ଯ୍ୟ ବିଚିତ୍ର ଢଙ୍ଗରେ ଚାଲିଛି। ନିର୍ଦ୍ଧାରିତ ସମୟରେ ଉନ୍ନତିମୂଳକ କାର୍ଯ୍ୟ ସାରିବାକୁ ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିବା ପ୍ରଶାସନ ବିଫଳ ହେଉଛି। ବର୍ଷକର କାର୍ଯ୍ୟ ଶେଷ ହେବାକୁ ଏକାଧିକ ବର୍ଷ ଲାଗୁଛି। ଭୁବନେଶ୍ବରରେ ଅନେକ କାର୍ଯ୍ୟ ବର୍ଷାଧିକ କାଳ ସରିବା ନାଁ ଗନ୍ଧ ଧରୁନି। ସବୁବେଳେ ଖୋଳାପୋତା କାର୍ଯ୍ୟ ଚାଲୁଥିବାରୁ ଜନତା ନାହଁି ନ ଥିବା ସମସ୍ୟାରେ ପଡ଼ୁଛନ୍ତି। ଫଳରେ ପ୍ରମୁଖ ରାସ୍ତାରେ ସାଂଘାତିକ ଭିଡ଼ ହେଉଥିବା ଦେଖିବାକୁ ମିଳୁଛି। ଏଭଳି ଯାତନା ଯୋଗୁଁ ଲୋକେ ଅତିଷ୍ଠ ହୋଇପଡ଼ିଛନ୍ତି।
ନିର୍ମାଣ କାର୍ଯ୍ୟ ମନ୍ଥର ଗତିରେ ଚାଲିଥିବାରୁ ରବିଟକିଜ୍‌ ଛକରୁ ଟଙ୍କପାଣି ରାସ୍ତା ବିପର୍ଯ୍ୟସ୍ତ ହୋଇପଡ଼ିଛି। ସ୍ବେରେଜ୍‌ ବୋର୍ଡ ପକ୍ଷରୁ ଉକ୍ତ ରାସ୍ତାରେ ବିକାଶମୂଳକ କାମ ଦୀର୍ଘବର୍ଷ ହେବ ଜାରି ରହିଛି। ବ‌େ‌ର୍ଷରୁ ଊର୍ଦ୍ଧ୍ବ ସମୟ ହେବ ଖୋଳାପୋତା କାମକୁ ନେଇ ଲୋକେ ଯନ୍ତ୍ରଣା ଭୋଗୁଛନ୍ତି। ସ୍ବେରେଜ୍‌ ଏବଂ କେବୁଲ ବିଛା କାର୍ଯ୍ୟ ସରିଥିବା ଅଂଶ ରାସ୍ତାରେ ପିଚୁ ପଡ଼ି ନ ଥିବାର ଅବସ୍ଥା‌ ‌ଶୋଚନୀୟ ହୋଇଛି। ବର୍ତ୍ତମାନ ବଡ଼ବଡ଼ ଗାତରେ ବାଲି ପଡ଼ି ସମତୁଲ ହେଉଛି। ଆରମ୍ଭରୁ ଶେଷ ଏଭଳି କାର୍ଯ୍ୟ ଚାଲିଥିବାରୁ ଗମନାଗମନ ଏକପ୍ରକାର ବନ୍ଦ ହୋଇପଡ଼ିଛି। ଅଫିସ କାର୍ଯ୍ୟ ସମୟରେ (ପିକ୍‌ ଆୱାର) ନାହିଁ ନ ଥିବା ଭିଡ଼ ଲାଗୁଛି। ରାସ୍ତାରେ ଲମ୍ବା ଲାଇନରେ ଯାନ ରହିବା ଦ୍ବାରା ଲୋକେ କାର୍ଯ୍ୟ ସ୍ଥଳରେ ଠିକ୍‌ ସମୟରେ ପହଞ୍ଚି ପାରୁ ନାହାନ୍ତି।
ସାମାନ୍ୟ ଅସାବଧାନ ହେଲେ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେଉଛି। ରାସ୍ତା ଅଣଓସାରିଆ ହୋଇଯାଇଥିବାରୁ ଗମନାଗମନ ବାଧାପ୍ରାପ୍ତ ହୋଇଛି। ଅଧିକାଂଶ ସମୟରେ ଅଘଟଣ ଘଟୁଛି। ଏହାଛଡ଼ା ବିଭିନ୍ନ ସ୍ଥାନରେ ଖାଲଖମା ଥିବାରୁ ଯାତାୟାତରେ ଚାଳକ ଯନ୍ତ୍ରଣା ଭୋଗୁଛନ୍ତି। ରବିଟକିଜ୍‌ ଛକରେ ଦୀର୍ଘଘଣ୍ଟା ଯାନ ଅଟକି ରହୁଛି। ଟ୍ରାଫିକ ଭିଡ଼ ମୁକ୍ତ କରିବାକୁ ପୁଲିସକୁ ନାକେଦମ ହେବାକୁ ପଡୁଛି। ଅଧିକାଂଶ ସମୟରେ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଉଛି। ଅଧିକାରୀଙ୍କ ଦୂରଦୃଷ୍ଟି ଅଭାବରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

 

- Advertisement -

ରବି ଟକିଜ୍‌ରୁ ଜଗନ୍ନାଥ ଆଶ୍ରମ ପ୍ରାୟ ୨.୫ କିମିରେ ସ୍ବେରେଜ୍‌, କେବୁଲ ବିଛା କାର୍ଯ୍ୟ ଚାଲିଛି। ରାସ୍ତାରେ ପିଚୁ ପଡ଼ି ନ ଥିବାରୁ ପରିବେଶ ଧୂଳିମୟ ରହୁଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି। ଏହା ଅଣନିଃଶ୍ବାସୀ କରୁଥିବା ସେମାନେ କହିଛନ୍ତି।

ମତାମତ..

ଭରତ ପତି, ରତ୍ନାକର ବାଗ୍‌ ଉନ୍ନୟନ ପରିଷଦ ସଭାପତି : ଅଧିକାରୀଙ୍କ ଦୂରଦୃଷ୍ଟିର ଅଭାବ ଯୋଗୁଁ ଏକା ସମୟରେ ରାସ୍ତାର ଉଭୟ ପାର୍ଶ୍ବ ଖୋଳାଯାଇ କାର୍ଯ୍ୟ ହେଉଛି। ଦୀର୍ଘମାସ ହେଲା ଏଭଳି ଖୋଳାପୋତା କାର୍ଯ୍ୟ ହେଉଥିବାରୁ ଗମନାଗମନ ବାଧାପ୍ରାପ୍ତ ହୋଇଛି। ରାସ୍ତାରୁ ଧୂଳି ଉଡୁଥିବାରୁ ଲୋକେ ଅଣନିଃଶ୍ବାସୀ ହେଉଛନ୍ତି। ଘରେ ଘ‌େ‌ର ଧୂଳି ପଶୁଛି। ରାସ୍ତାର ବିଭିନ୍ନ ସ୍ଥାନରେ ଗାତ ସୃଷ୍ଟି ହୋଇଛି। ବିଭିନ୍ନ ସ୍ଥାନରେ ବାଲି ଗଦା ହେଉଥିବାରୁ ଚାଲିକି ଯିବା କଷ୍ଟକର ହୋଇପଡୁଛି।
ମଳୟ ମହାପାତ୍ର, ପୂର୍ବତନ କର୍ପୋରେଟର: ସ୍ବେରେଜ୍‌ ବୋର୍ଡ ଏକ କମ୍ପାନୀକୁ ଦାୟିତ୍ବ ଦେଇଥିଲେ ମଧ୍ୟ କାର୍ଯ୍ୟ ମନ୍ଥର ଗତିରେ ଚାଲିଛି। ରାସ୍ତାରୁ ଉଡୁଥିବା ଧୂଳି ସ୍ଥାନୀୟ ଲୋକଙ୍କୁ ଅଣନିଃଶ୍ବାସୀ କରୁଛି। ସନ୍ଧ୍ୟା ହେଲେ ରାସ୍ତାରେ ଚାଲିକରି ଯାଇ ହେଉନି। ଯାନ ଲମ୍ବାଧାଡ଼ିରେ ରାସ୍ତା‌େ‌‌ର ରହୁଛି। ଫଳରେ ଲୋକେ ଯନ୍ତ୍ରଣା ଭୋଗୁଛନ୍ତି।
ଭରତ ଦଳାଇ, ସ୍ବେରେଜ୍‌ ବୋର୍ଡ ଯନ୍ତ୍ରୀ: ଖୋଳାପୋତା ଏବଂ ପାଇପ୍‌ ବିଛା କାର୍ଯ୍ୟ ଶେଷ ହୋଇଛି। ଏହାପରେ ରାସ୍ତାରେ ପିଚୁ ପଡ଼ିବ। କାର୍ଯ୍ୟ ଚାଲିଥିବାରୁ ଗମନାଗମନରେ ସମସ୍ୟା ଦେଖାଦେଇଛି। ଆସନ୍ତା ମାର୍ଚ୍ଚ ଶେଷ ସୁଦ୍ଧା ସମସ୍ତ କାର୍ଯ୍ୟ ଶେଷ ହୋଇଯିବ।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories