www.samajalive.in
Monday, December 8, 2025
27.1 C
Bhubaneswar

ଝାରପଡ଼ା ସ୍ବତନ୍ତ୍ର ଜେଲ୍‌: ଟେଲି କନଫରେନ୍ସିଂ ବ୍ୟବସ୍ଥା ଆରମ୍ଭ

ଭୁବନେଶ୍ୱର: ଝାରପଡେ଼ା  ଜେଲ୍‌ରେ ଥିବା ବନ୍ଦୀମାନେ ସେମାନଙ୍କ ପରିବାର ସହ ମୁଲାକାତ ସମୟରେ ଇଣ୍ଟରକମ୍‌ ଜରିଆରେ କଥା ହେବେ। କାଚ ପାଚେରିର ଦୁଇପଟେ ଥାଇ ପରସ୍ପରକୁ େଦଖିବା ସହ କଥା ହୋଇପାରିେବ। ସୋମବାର ଝାରପଡେ଼ା ଜେଲ୍‌ରେ ଏହି ବ୍ୟବସ୍ଥା ଆରମ୍ଭ ହୋଇଛି। ଜେଲ୍‌ ଅଧୀକ୍ଷକ ଏହି ବ୍ୟବସ୍ଥାର ଉଦ୍‌ଘାଟନ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ୧୬େଯାଡ଼ା ଫୋନ୍‌ ଲଗାଯାଇଥିବାବେଳେ ଆଗାମୀ ଦିନରେ ଆହୁରି ୮ଯୋଡ଼ା ଫୋନ୍‌ କାର୍ଯ୍ୟକାରୀ ହେବ।
ଅଧୀକ୍ଷକ ଧୀରେନ ବାରିକ କହିଛନ୍ତି ଯେ ପୂର୍ବରୁ ବନ୍ଦୀମାନେ ପରିବାର ସହ କଥା ହେଉଥିବା ସ୍ଥାନ ବା ମୁଲାକାତ ସ୍ଥାନଟି ତାରଜାଲିରେ ଆବଦ୍ଧ ଥିଲା। ଏଥିସହ ସେଠାରେ କୌଣସି ଆେଲାକ ବ୍ୟବସ୍ଥା ମଧ୍ୟ ନ ଥିଲା। ଏକସଙ୍ଗେ ଏକାଧିକ ଲୋକ କଥା ହେଉଥିବାରୁ କଥାବାର୍ତ୍ତା ମଧ୍ୟ ଠିକ୍‌ ଭାବେ କରିପାରୁ ନ ଥିଲେ। ତାରଜାଲି ଯୋଗୁଁ ବନ୍ଦୀମାନେ ପରିବାର ଲୋକଙ୍କ ମୁହଁ ମଧ୍ୟ ଦେଖିପାରୁ ନ ଥିଲେ। କରୋନା ପାଇଁ ପ୍ରାୟ ୧୦ମାସ କାଲ ମୁଲାକାତ ବ୍ୟବସ୍ଥା ବନ୍ଦ ରହିଥିଲା। ସେହି ସମୟରେ େଜଲ୍‌ ସଂସ୍କାର କାର୍ଯ୍ୟକ୍ରମରେ ଏହି ବ୍ୟବସ୍ଥା ଆରମ୍ଭ ଲାଗି ଉଦ୍ୟମ ଆରମ୍ଭ ହୋଇଥିଲା। ପ୍ରାୟ ୭୧ ହଜାର ଟଙ୍କା ବ୍ୟୟରେ ଇଣ୍ଟରକମ କନଫରେନ୍ସ ବ୍ୟବସ୍ଥା ଆରମ୍ଭ ହୋଇଛି।

 

- Advertisement -

ଏହାଛଡ଼ା ତାରଜାଲି ବଦଳରେ ଉଭୟପଟରେ କାଚ ଲଗାଯାଇଛି। ପ୍ରଥମେ ୧୬ େଯାଡ଼ା ଫୋନ୍‌ କାର୍ଯ୍ୟକାରୀ ହୋଇଥିଲା ବେଳେ ଏହା ମଧ୍ୟରୁ ଦୁଇଟି ସ୍ବତନ୍ତ୍ର ଭାବେ ମହିଳା ବନ୍ଦୀଙ୍କ ଲାଗି ରହିଛି। ଏହି ମୁଲାକାତର ଅବଧି୧୫ମିନିଟ୍‌ ରଖାଯାଇଥିବାବେଳେ ସକାଳ ସାଢ଼େ ୯ରୁ ମଧ୍ୟାହ୍ନ ୧୨ଟା ଓ ଅପରାହ୍ଣ ୩ରୁ ୫ଟା ପର୍ଯ୍ୟନ୍ତ େଖାଲା ରହିବ ବୋଲି ଶ୍ରୀ ବାରିକ କହିଛନ୍ତି। ନୂତନ ବ୍ୟବସ୍ଥାକୁ ବନ୍ଦୀଙ୍କ ପରିବାର ଲୋକେ ସ୍ବାଗତ କରିଛନ୍ତି। ଲକ୍ଷ୍ମୀସାଗର ଅଞ୍ଚଳର ଜଣେ ମହିଳା ନିଜ ପୁଅ ସହ କଥା ହୋଇ ଖୁସି ଜାହିର କରିଛନ୍ତି। ସେ କହିଛନ୍ତିଯେ ପ୍ରାୟ ୧୦ମାସ ପରେ ପୁଅକୁ ଭଲଭାବେ ଦେଖିବା ସହ କଥା ହୋଇପାରିଲି।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜେଲର ଅକ୍ଷୟ କୁମାର ଜେନା, ମେଡିକାଲ ଅଫିସର ଡ. ଦିନନାଥ ଦାଶ, କାରାମଙ୍ଗଳ ଅଧିକାରୀ ସଂଗ୍ରାମ କେଶରୀ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories