www.samajalive.in
Thursday, December 11, 2025
18.1 C
Bhubaneswar

ବାହାଘରକୁ ଯିବା ହେଲା କାଳ; ଗାଡି ଓଲଟି ୨ ମୃତ , ୩୩ ଗୁରୁତର

ପାରଳାଖେମୁଣ୍ଡି : ଗଜପତି ଜିଲା ଆର.ଉଦୟଗିରି ନିକଟ କଙ୍କଡ଼ାଗୁଡ଼ା ଛକରେ ମଙ୍ଗଳବାର ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ମିନିଟ୍ରକ ଓଲଟି ୨ ଜଣଙ୍କ ଜୀବନ ଚାଲି ଯାଇଥିବା ବେଳେ ୩୩ ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି। ମୃତକ ହେଲେ ଯାମଡିହ ଗ୍ରାମର ଯନ୍ତ ଦଳବେହେରା ଓ ଗାୟତ୍ରୀ ରଇତ। ବାହାଘର ଭୋଜି ଖାଇବାକୁ ଯାଉଥିବା ବେଳେ ବାଟରେ ଏହି ଦୁର୍ଘଟଣା ଘଟିଛି। ମୃତାହତମାନେ ଡୁମୁନ ଗାଁରୁ ଜମାଡିହ ଗାଁକୁ ଯାଉଥିଲେ।
ସୂଚନା ଯୋଗ୍ୟ, ନୂଆଁଗଡ଼ ବ୍ଲକର ତୁମନ ଗ୍ରାମରେ ଏକ ବାହାଘର ଭୋଜି ନେଇ ଜାମଡିହ ଗ୍ରାମରୁ ତୁମନ ଗ୍ରାମକୁ ଯାଉଥିବା ବେଳେ ଉକ୍ତ ମିନିଟ୍ରକଟି ଭାରସାମ୍ୟ ହରାଇ ରାସ୍ତା କଡରେ ଓଲଟି ପଡିଥିଲା।  ମିନିଟ୍ରକ ଓଲଟି ପଡିବା କାରଣରୁ ଗାଡି ପଛପଟେ ବସିଥିବା ଯାତ୍ରୀମାନେ ଗାଡିତଳେ ଚାପିହୋଇ ରହିଥିଲେ। ସ୍ଥାନୀୟ ଲୋକ ଓ ପୁଲିସ ପ୍ରଶାସନ ଏକତ୍ରିତ ହୋଇ ଗାଡିରେ ଫସି ରହିଥିବା ଯାତ୍ରୀମାନଙ୍କୁ ବାହାର କରିବା ସହ ସେମାନଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ଘଟଣାସ୍ଥଳରେ ୨ ଜଣ ମୃତ୍ୟୁ ବରଣ କରିଥିଲେ। ତେବେ ଉକ୍ତ ଗାଡ଼ିରେ ୩୫ ଜଣ ଯାତ୍ରୀ ଥିବାବେଳେ ୩୩ ଜଣ ଯାତ୍ରୀ ଗୁରୁତର ଥିବାବେଳେ ସେମାନଙ୍କ ମଧ୍ୟରୁ ତିନି ଚାରି ବର୍ଷର ଏକ ଶିଶୁ ଗୁରୁତର ଥିବା ଜଣାପଡିଛି।

Hot this week

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

Related Articles

Popular Categories