www.samajalive.in
Wednesday, December 10, 2025
16.1 C
Bhubaneswar

ଅମାନବୀୟ ଘଟଣା: ଗର୍ଭବତୀ ମହିଳାଙ୍କ କାନ୍ଧରେ ବାଳକକୁ ବସାଇ ବୁଲାଇଲେ, ରାସ୍ତା ସାରା ପିଟିଲେ

ଗୁନା: ମଧ୍ୟପ୍ରଦେଶର ଗୁନା ଜିଲାରେ ଜଣେ ଗର୍ଭବତୀ ମହିଳାଙ୍କ ସହ ଦୁର୍ବ୍ୟବହାର ଘଟଣା ସାମ୍ନାକୁ ଆସିଛି। ସ୍ୱାମୀ ଛାଡ଼ିଦେବା ପରେ ମହିଳାଜଣକ ଅନ୍ୟ ଜଣେ ପୁରୁଷଙ୍କ ସହ ରହୁଥିଲେ, ଏଥିରେ କ୍ରୋଧିତ ଶାଶୁଘର ଲୋକେ ମହିଳାଙ୍କ ଉପରେ ଅକଥନୀୟ ଅତ୍ୟାଚାର କରିଛନ୍ତି। ଶାଶୁଘର ପକ୍ଷ ଲୋକମାନେ ମହିଳାଙ୍କ କାନ୍ଧ ଉପରେ ଏକ ବାଳକକୁ ବସାଇ ଖାଲି ପାଦରେ ଆବଡ଼ା ଖାବଡ଼ା ରାସ୍ତାରେ ତିନି କିଲୋମିଟର ପର୍ଯ୍ୟନ୍ତ ଚଲାଇଥିଲେ। ରାସ୍ତା ସାରା ମହିଳାଙ୍କୁ ବାଡ଼ିରେ ପିଟିବା ସହ ପଥର ଫୋପାଡ଼ିଥିଲେ। ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ୪ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଛି ଏବଂ ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଗିରଫ କରାଯାଇଛି।

ସ୍ଥାନୀୟ ପୁଲିସର କହିବା ଅନୁଯାୟୀ, ଗୁନା ଜିଲାର ଏକ ଗାଁରେ ମହିଳାଙ୍କ ସହ ଦୁର୍ବ୍ୟବହାରର ଏହି ଘଟଣା ଫେବୃୟାରୀ ୯ ତାରିଖରେ ଘଟିଥିଲା। ଭିଡିଓ ଭାଇରାଲ ହେବା ପରେ ୧୫ ଫେବୃୟାରୀରେ ପୁଲିସ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା। ଅଭିଯୁକ୍ତ ଶ୍ୱଶୁର, ଦେଢଶୁର ଓ ଦିଅର ବିରୁଦ୍ଧରେ ପୁଲିସ ମାମଲା ରୁଜୁ କରି ଗିରଫ କରିଛି। ଗର୍ଭବତୀ ମହିଳାଜଣକ ଗୁନାର ବାଁସଖେଡ଼ୀ ଗାଁରେ ବାସ କରୁଥିଲେ।

- Advertisement -

ପୀଡ଼ିତାଙ୍କ କହିବାନୁଯାୟୀ, ୨ ମାସ ପୂର୍ବରୁ ସ୍ୱାମୀ ସୀତାରାମ ତାଙ୍କୁ ସାଙ୍ଗଇ ଗାଁର ଡେମାଙ୍କ ଘରେ ଛାଡ଼ି ଇନ୍ଦୋର ଚାଲିଯାଇଥିଲେ ଏବଂ ଯିବା ବେଳେ କହିଥିଲେ ଯେ ମୁଁ ତୋତେ ଆଉ ରଖିପାରିବି ନାହିଁ, ତୁ ଡେମା ସହ ଏଠାରେ ରହ। ପରେ ଶ୍ୱଶୁର ଗୁନଜରିୟା ବାରେଲା, ଦେଢଶୁର କୁମାର ସିଂହ, କେପି ସିଂହ ଓ ରତନ ଆସି ମହିଳାଙ୍କୁ ଘରକୁ ଯିବାକୁ କହିଲେ। ସେ ମନା କରିବାରୁ ତାଙ୍କୁ ପିଟିଥିଲେ। ଏହାପରେ ତାଙ୍କ କାନ୍ଧରେ ଗାଁର ଏକ ପିଲାକୁ ବସାଇ ସାଙ୍ଗଇରୁ ଶାଶୁଘର ବାଁସଖେଡ଼ୀ ପର୍ଯ୍ୟନ୍ତ ତିନି କିଲୋମିଟର ରାସ୍ତା ଖାଲି ପାଦରେ ନେଇଥିଲେ। ମହିଳା ୫ ମାସର ଗର୍ଭବତୀ ହୋଇଥିବା ସତ୍ତ୍ବେ ଶାଶୁଘର ଲୋକେ ତାଙ୍କ ସହ ଏପରି ବ୍ୟବହାର କରିଥିଲେ। ରାସ୍ତାରେ ବାଡ଼ି, ପଥର, କ୍ରିକେଟ୍‍ ବଲ ଓ ଗୋଡ଼ରେ ମାରୁଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories