www.samajalive.in
Saturday, December 13, 2025
26.1 C
Bhubaneswar

କଂଗ୍ରେସର ବନ୍ଦ ପାଳନ ସଫଳ ଓ ଶାନ୍ତିପୂର୍ଣ୍ଣ

ଭୁବନେଶ୍ବର : ଓଡିଶା ପ୍ରଦେଶ କଂଗ୍ରେସ କମିଟିର ପକ୍ଷରୁ ସୋମବାର ଦିଆଯାଇଥିବା ଓଡିଶା ବନ୍ଦ ପାଳନ ଡାକରା ସଫଳ ଓ ଶାନ୍ତିପୂର୍ଣ୍ଣ ହୋଇଥିବା ଜଣାପଡିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ଦ ପାଳନର ପ୍ରଭାବ ଦେଖିବାକୁ ମିଳିଥିଲା। ପୂର୍ବ ଓଡିଶା ସମତେ ପଶ୍ଚିମ ଓଡିଶାରେ ମଧ୍ୟ ପ୍ରଭାବ ଦେଖାଯାଇଥିଲା। ଦୋକାନ ବଜାର ବନ୍ଦ ରହିବା ସହ ଗାଡି ଚଳାଚଳ ମଧ୍ୟ ବନ୍ଦ ରହିଥିଲା।

ରାଜ୍ୟରେ ତୈଳଦର ବୃଦ୍ଧି,କୋଟିଆ ଅଧିଗ୍ରହଣରେ ଆନ୍ଧ୍ରପ୍ରଦେଶର ପ୍ରୟାସ ତଥା କୃଷି ଆଇନ ପ୍ରତ୍ୟାହାର ବିରୁଦ୍ଧରେ ଚୌଦ୍ୱାର ନଗର କଗ୍ରେସ ପକ୍ଷରୁ ୫୫ନଂ ଜାତୀୟ ରାଜପଥ ଚୌଦ୍ୱାର ଗାନ୍ଧୀଛକ ଠାରେ ରାସ୍ତା ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ସକାଳ ପ୍ରାୟ ୭ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ ବିକ୍ଷୋଭକାରୀ ରହିଥିବା ବେଳେ ଘଟଣାସ୍ଥଳରେ ଚୌଦ୍ୱାର ଥାନା ପୁଲିସ ପହଞ୍ଚି ଆନ୍ଦୋଳନକାରୀଙ୍କୁ ଗିରଫ କରି ପରେ ବ୍ୟକ୍ତଗତ ମୁଚାଲିକାରେ ଛାଡିଦିଆଯିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ନଗର ସଭାପତି ବିଜୟ କୁମାର ବେହେରାଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କଂଗ୍ରେସ ନେତା କୈଳାଶ ଚନ୍ଦ୍ର ବରାଳ, ଧିରେନ୍ଦ୍ର ଚୌଧୁରୀ, ହରିହର ପରିଡା, କୈଳାଶ ଚନ୍ଦ୍ର ସାହାଣୀ, ରାଜୀବ ମହାନ୍ତି, ଦିଲ୍ଲିପ ଭୁୟାଁ, ସୁବାଷ ଚନ୍ଦ୍ର ସୁବୁଦ୍ଧିରାୟ, କିଶୋର  ସାମଲ, ଶ୍ରୀକାନ୍ତ ବେହେରା, ତପସ୍ୱିନୀ ସାହୁ, କାହ୍ନୁ ଚରଣ ମହାନ୍ତି ପ୍ରମୁଖ ଶତାଧିକ କର୍ମୀ ଯୋଗ ଦେଇ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ବିରୁଦ୍ଧରେ ନାରାବାଜି କରିଥିଲେ। ଏହି ଅବସରରେ ଚୌଦ୍ୱାର ସହରରେ ବ୍ୟବସାୟିକ ପ୍ରତିଷ୍ଠାନ,ବ୍ୟାଙ୍କ,ସ୍କୁଲ,କଲେଜ ଆଦି ବନ୍ଦ ରହିବା ସହିତ ରାଜପଥରେ ଦିନ ୧ଟା ପର୍ଯ୍ୟନ୍ତ ଗାଡି ଚଳାଚଳ ବନ୍ଦ ରହିଥିଲା।

- Advertisement -

ସେହିପରି ବାଙ୍କୀରେ କଂଗ୍ରେସ ପକ୍ଷରୁ ବନ୍ଦ ଡାକରା ସଫଳ ହୋଇଛି। ସକାଳ ୭ଟାରେ ବାଙ୍କୀର ପୂର୍ବତନ ବିଧାୟକ ଡଃ. ଦେବାଶିଷ ପଟ୍ଟନାୟକଙ୍କ ନେତୃତ୍ୱରେ ବନ୍ଦ ପାଳନ ହୋଇଥିଲା। କଂଗ୍ରେସ କର୍ମୀମାନେ ସ୍ଥାନୀୟ କଚେରୀ ଛକ,ମେଡିକାଲ ଛକ,ଏନ.ଏ.ସି ଛକ,ନୃସିଂହ ଛକ,କଲେଜ ଛକ ଓ ରଣପୁର ଗ୍ରାମ ଠାରେ ରାସ୍ତା ଉପରେ ଟାୟାର ଜାଳି ରାସ୍ତାକୁ ଅବରୋଧ କରି ବନ୍ଦ ଡାକରା ନାରା ଦେଇଥିଲେ। ପ୍ରଭାବରେ ବାଙ୍କୀର ସମସ୍ତ ଦୋକାନ ବଜାର ବନ୍ଦ ଥିଲା ବେଳେ ବାଙ୍କୀ-କଟକ, ବାଙ୍କୀ-ଭୁବନେଶ୍ୱର ଓ ବାଙ୍କୀ-କଳାପଥର ଦିନ ୧ଟା ପର୍ଯ୍ୟନ୍ତ ଗାଡି ଚଳାଚଳ ବନ୍ଦ ରହିଥିଲା। ବନ୍ଦ ପ୍ରଭାବରେ ସମସ୍ତ ସ୍କୁଲ,କଲେଜ,ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ଏହି ଅବସରରେ ଡଃ. ଦେବାଶିଷ ପଟ୍ଟନାୟକଙ୍କ ତତ୍ୱାବଧାନରେ କ୍ଷେତ୍ରବାସୀ ଦାସ, କାଶୀନାଥ ମହାପାତ୍ର, ବିଶ୍ୱ ରଞ୍ଜନ ପଣ୍ଡା ପ୍ରମୁଖ କଂଗ୍ରେସର ନେତୃବୃନ୍ଦ କର୍ମୀ ମାନଙ୍କ ସହିତ ମୋଟରସାଇକେଲ ଶୋଭାଯାତ୍ରାରେ ବାହାରି ସମସ୍ତ ବ୍ୟାଙ୍କ ପ୍ରତିଷ୍ଠାନ ଓ ସରକାରୀ କାର୍ଯ୍ୟାଳୟ ସମ୍ମୁଖରେ ଶୃଙ୍ଖଳିତ ଭାବରେ ପିକେଟିଂ କରିଥିଲେ। ମଧ୍ୟାହ୍ନ ୧ଘଟିକାରେ ବନ୍ଦ ଡାକରା ବନ୍ଦ ହେବା ପରେ ବାଙ୍କୀରେ ଗାଡି ଚଳାଚଳ ଓ ଦୋକାନ ବଜାର ସ୍ୱଭାବିକ ହୋଇଛି।

ଗଜପତି ଜିଲ୍ଲା ମୋହନା ବ୍ଳକର ବିଭିନ୍ନ ସ୍ଥାନରେ କଂଗ୍ରେସ କର୍ମୀଙ୍କ ଦ୍ୱାରା ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ ହୋଇଯାଇଛି। ଦେଶରେ ଦିନକୁ ଦିନ ହୁ ହୁ ହୋଇ ଦରଦାମ ବଢିବାରେ ଲାଗିଛି। ପେଟ୍ରୋଲ,ଡିଜେଲ, ଜାଳେଣି ଗ୍ୟାସ ଓ ଅତ୍ୟାବଶ୍ୟକୀୟ  ସାମଗ୍ରୀର ଦରଦାମ ବୃଦ୍ଧି ପାଉଥିବାବେଳେ ପଡୋଶୀ ଆନ୍ଧ୍ର ରାଜ୍ୟ ନିଜ ପଞ୍ଚାୟତ ନିର୍ବାଚନ ଓଡ଼ିଶାରେ କରିବା ଓ ଆଇନଶୃଙ୍ଖଳା ପରିସ୍ଥିତି ଦିନକୁ ଦିନ ଜଟିଳ ହେବା ପରିପେକ୍ଷୀରେ ମୋହନା ବ୍ଲକ କଂଗ୍ରେସ କମିଟି ପକ୍ଷରୁ ସକାଳ ୭ ଟାରୁ ମଧ୍ୟାହ୍ନ ୧ ଘଣ୍ଟ ପର୍ଯ୍ୟନ୍ତ ବନ୍ଦ ପାଳନ କରାଯାଇଥିଲା। ଏହାର ପ୍ରଭାବରେ ସ୍ଥାନୀୟ ବ୍ଳକ୍‌ର ଲୁହାଗୁଡ଼ି, ମୋହନା, ଚନ୍ଦ୍ରଗିରି,ଚାନ୍ଦିପୁଟ ,ଅତ୍‌ବା ଆଦି ଅଞ୍ଚଳରେ ଦୋକାନ, ବଜାର, ସରକାରୀ କାର୍ୟ୍ୟାଳୟ, ସ୍କୁଲ, କଲେଜ, ବ୍ୟାଙ୍କ,ପେଟ୍ରୋଲ ପମ୍ପ ବନ୍ଦ ରହିବା ସହ ୩୨୬ ଓ ୩୨୬(ଏ) ଜାତୀୟ ରାଜପଥରେ ଚକ ଅଖ ବନ୍ଦ ଯୋଗୁ ଯାନ ବାହାନ ଚଳପ୍ରଚଳ କରି ପାରିନଥିଲା ଓ ବନ୍ଦର ପ୍ରଭାବ ମୋଟାମୋଟି ଭାବେ ମୋହନା ବ୍ଳକରେ ପ୍ରତିଫଳିତ ହୋଇଛି। ଲୋକେ ସ୍ଵତଃପ୍ରବୃତ୍ତ ଭାବେ ବନ୍ଦକୁ ସମର୍ଥନ କରିଛନ୍ତି। ଏଣୁ ମୋହନା ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ଜିଲ୍ଲା କଂଗ୍ରେସ ସଭାପତି ଦାଶରଥି ଗମାଙ୍ଗ ସମସ୍ତ ଅଞ୍ଚଳବାସୀଙ୍କୁ ସାଧୁବାଦ ଜଣାଇଛନ୍ତି।

ଜୟପାଟଣା ବ୍ଲକ କଂଗ୍ରେସ କମିଟି ବରିଷ୍ଠ କଂଗ୍ରେସ ନେତା ହେମନ୍ତ ପଣ୍ଡା ଙ୍କ ନେତୃତ୍ବରେ ଜୟପାଟଣା ବ୍ଳକ୍  କାର୍ଯ୍ୟାଳୟ ସମୁଖରେ ଜୟପାଟଣା-ମଟୋର ରାସ୍ତାକୁ ସକାଳ ୭ଟା ରୁ ୧ ଟା ପର୍ଯ୍ୟନ୍ତ ଅବରୋଧ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । କଂଗ୍ରେସ କର୍ମୀମାନେ ପିକେଟିଂ କରି ସରକାରୀ, ବେସରକାରୀ କାର୍ଯ୍ୟାଳୟ ବନ୍ଦ କରିଦେଇ ଥିଲେ । ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲା । ଡ଼ିଜେଲ, ପେଟ୍ରୋଲ, ରନ୍ଧନ ଗ୍ୟାସ ଦର ହ୍ରାସ, ନୂତନ କୃଷି ଆଇନ ପ୍ରତ୍ୟାହାର, କଳାହାଣ୍ଡିର ବିଭିନ୍ନ ମଣ୍ଡିରେ ପଡି ଥିବା ଧାନ ଉଠାଣ ପାଇଁ କଂଗ୍ରେସ କର୍ମୀମାନେ ଦାବି କରିଥିଲେ । ବନ୍ଦ ଶାନ୍ତିପୂର୍ଣ୍ଣ ଥିଲା ।

ସେହିପରି ନବରଙ୍ଗପୁର ଜିଲ୍ଲାରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଥିଲା। ଦୋକାନ ବଜାର, ଯାନବାହାନ ଚଳାଚଳ ବନ୍ଦ ରହିଥିଲା। ଆଜି ସକାଳୁ ନବରଙ୍ଗପୁର ସହରର ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ସମ୍ମୁଖ ଏବଂ ମାଝୀଗୁଡା ଛକ ନିକଟରେ କଂଗ୍ରେସ କର୍ମୀଙ୍କ ଉପସ୍ଥିତରେ ରାଜରାସ୍ତାରେ ରାଜ୍ୟ କଂଗ୍ରେସର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀଙ୍କ ନେତୃତ୍ୱରେ ରାସ୍ତା ଅବରୋଧ କରାଯାଇଥିଲା । ଆଜିର ୬ ଘଣ୍ଟିଆ ବନ୍ଦ ପ୍ରଭାବ ନବରଙ୍ଗପୁରର ସାପ୍ତାହିକ ହାଟ ଉପରେ ପ୍ରଭାବ ପଡିଥିଲା । ଗାଡି ଚଳାଚଳ ସମ୍ପୂର୍ଣ ବନ୍ଦ ରହିଥିବା ଯୋଗୁଁ ବ୍ୟବସାୟୀ ମାନେ ହାଟକୁ ଯାଇ ପାରିନାହାନ୍ତି, ଯାହା ଦ୍ୱାରା କି ସାପ୍ତାହିକ ହାଟ ଆଜି ବନ୍ଦ ହୋଇଯାଇଛି । ନବରଙ୍ଗପୁର ରେ ଆଜି ସରକାରୀ କାର୍ଯ୍ୟାଳୟ, ଦୋକାନ ବଜାର ବନ୍ଦ ରହିଥିବା ବେଳେ ପରିବା ମାର୍କେଟ ଖୋଲା ରହିଥିବା ଦେଖିବାକୁ ମିଳିଥିଲା ।

ଏହି ପରିପ୍ରେକ୍ଷୀରେ କଂଟାବଞ୍ଜି ସହର ଓ ତୁରେକେଲା ବ୍ଲକ ଅଂଚଳରେ କଂଗ୍ରେସ ଦଳର ନେତା ଓ କର୍ମୀମାନେ ବିଭିନ୍ନ ସ୍ଥାନରେ ଫିକେଟିଂ କରି ଶାନ୍ତିପୂର୍ଣ୍ଣ ଭାବରେ ବନ୍ଦ କରିଥିଲେ। ସମସ୍ତ ସ୍କୁଲ କଲେଜ ସରକାରର ଓ ବେସରକାରୀ କାର୍ଯ୍ୟାଳୟ,ବ୍ୟାଙ୍କ ପୋଷ୍ଟଅଫିସ ଶାଖା ବଂଦ ରହିଥିବା ବେଳେ ଜରୁରୀକାଳିନ ସେବା, ମେଡିକାଲ ଷ୍ଟୋର, ଆମ୍ବଚଲେନ୍ସ ସେବା, ବିବାହ କାର୍ଯ୍ୟକ୍ରମ ସୁରୁଖୁରୁରେ ଚାଲୁ ରହିଥିବା ଦେଖାଯାଇ ଥିଲା ହେଲେ ସହରର ସେମାବାର ସାପ୍ତାହିକ ବଜାର ଓ ବଜାର ଭିତରେ ଥିବା ମାର୍କେଟ କଂପ୍ଲେକ୍ସ ଓ ଦୋକାନ ଲୋକଙ୍କ ସୁବିଧା ପାଇଁ ବନ୍ଦରୁ ବାଦ ଦିଆ ଯାଇଥିଲା। କଂଟାବାଞ୍ଜି ନଗର କଂଗ୍ରେସ ସଭାପତି ଡମ୍ବରୁଧର ବେହେରାଙ୍କ ଆହ୍ୱାନ କ୍ରମେ ସହରବାସୀ ଦିନ ୧ଟା ପର୍ଯ୍ୟନ୍ତ ଦୋନବଜାର ବନ୍ଦ କରିଥିଲେ।

କଂଗ୍ରେସର ବନ୍ଦ ଡକାରା ରେଙ୍ଗାଲି ବ୍ଳକ୍  ଅଞ୍ଚଳରେ ମଧ୍ୟ ପ୍ରଭାବ ପକାଇଥିଲା। ବନ୍ଦ ଡାକରାକୁ ସମର୍ଥନ କରି ରେଙ୍ଗାଲିର ସମସ୍ତ ଦୋକାନ ବଜାର ସ୍ୱତଃପ୍ରବୃତ୍ତ୍ ଭାବରେ ବନ୍ଦ ରହିଥିବା ଏବଂ ଯାନବାହାନ ଚଳାଚଳ ବନ୍ଦ ରହିଥିବା ବେଳେ ବିଭିନ୍ନ ସରକାରୀ ବେସରକାରୀ ପ୍ରତିଷ୍ଠାନ ଗୁଡିକ ମଧ୍ୟ ବନ୍ଦ ରହିଥିଲା। ସମ୍ବଲପୁର-ରାଉରକେଲା ୧୦ ନଂ ରାଜ୍ୟ ରାଜପଥ ର ରେଙ୍ଗାଲି ତହସିଲ ଛକରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। କଂଗ୍ରେସ ନେତା ଏବଂ କର୍ମୀ ରାସ୍ତା ଅବରୋଧ କରି ବନ୍ଦ ପାଳନକୁ ସଫଳ କରାଇଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories