www.samajalive.in
Sunday, December 14, 2025
23.1 C
Bhubaneswar

ଦେଶକୁ ଅଧିକ ଗରିବ କରୁଛି ସଡ଼କ ଦୁର୍ଘଟଣା, ସତର୍କ କରାଇଲା ବିଶ୍ଵବ୍ୟାଙ୍କ

ନୂଆଦିଲ୍ଲୀ: ଦେଶରେ ଘଟୁଥିବା ସଡ଼କ ଦୁର୍ଘଟଣା ଆମକୁ ଅଧିକ ଗରିବ କରୁଛି। ଦୁର୍ଘଟଣା କେବଳ ଗରିବ କରାଉନି, ବରଂ ଏକ ସିଂହଭାଗ ଲୋକଙ୍କୁ ମାନସିକ ରୋଗୀରେ ପରିଣତ କରିଦେଉଛି। ଯଦି ସଡ଼କ ଦୁର୍ଘଟଣା ଉପରେ ଅଙ୍କୁଶ ଲଗା ନ ଯାଏ, ତେବେ ସ୍ଥିତି ଅଧିକ ଭୟଙ୍କର ହୋଇଚାଲିବ ବୋଲି ସତର୍କ କରାଇଛି ବିଶ୍ଵ ବ୍ୟାଙ୍କ।

ବିଶ୍ଵବ୍ୟାଙ୍କ ତରଫରୁ ନିକଟରେ ଜାରି ହୋଇଥିବା ଏକ ରିପୋର୍ଟ ‘ଟ୍ରାଫିକ କ୍ରାଶ୍‌ ଇନ୍‌ଜୁରୀ ଆଣ୍ଡ ଡିଜାବିଲିଟି: ଦ ବର୍ଡନ ଅନ୍‌ ଇଣ୍ଡିଆନ ସୋସାଇଟି’ରେ ଦେଶରେ ଘଟୁଥିବା ଦୁର୍ଘଟଣା ଏବଂ ତାହାର ପ୍ରଭାବ ସମ୍ପର୍କରେ ଅନେକ ତଥ୍ୟ ଦିଆଯାଇଛି।

- Advertisement -

ସଡ଼କ ସୁରକ୍ଷା ଉପରେ ଆଧାରିତ ଏହି ସର୍ଭେ ଉତ୍ତରପ୍ରଦେଶ, ବିହାର, ତାମିଲନାଡୁ ଏବଂ ମହାରାଷ୍ଟ୍ରରୁ ସଂଗୃହୀତ ତଥ୍ୟକୁ ନେଇ ପ୍ରସ୍ତୁତ କରାଯାଇଛି। ଏହି ୪ଟି ରାଜ୍ୟରେ ସର୍ଭେ ସମୟରେ ଜଣାପଡ଼ିଛି ଯେ, ଯେଉଁ ପରିବାରରେ ଦୁର୍ଘଟଣା ଘଟିଛି, ସେହି ସମ୍ପୂର୍ଣ୍ଣ ପରିବାର ଲୋକଙ୍କ ଜୀବନ ବହୁତ ଖରାପ ହୋଇଯାଇଛି। ସଡ଼କ ଦୁର୍ଘଟଣାରେ କାହାର ଜୀବନ ଚାଲିଯିବା ପରେ ଅଥବା କେହି ଦିବ୍ୟାଙ୍ଗ ପାଲଟିଯିବା ପରେ ସବୁଠୁ ଅଧିକ ପ୍ରଭାବିତ ହେଉଛନ୍ତି ଗ୍ରାମାଞ୍ଚଳର ପରିବାର।

ଗ୍ରାମାଞ୍ଚଳ ପରିବାରର ୫୬ ପ୍ରତିଶତ ଲୋକଙ୍କ ଜୀବନ ଦୁର୍ବିସହ ହୋଇପଡ଼ିଛି। ଘରର ରୋଜଗାରିଆ ବ୍ୟକ୍ତି ନ ରହିବା କିମ୍ବା ଦିବ୍ୟାଙ୍ଗ ପାଲଟିବା ଫଳରେ ସେହି ଘରର ସମ୍ପୂର୍ଣ୍ଣ ଦାୟିତ୍ଵ ମହିଳାମାନଙ୍କ ଉପରେ ନ୍ୟସ୍ତ ହୋଇଯାଇଥାଏ। ୪ ରାଜ୍ୟରେ ହୋଇଥିବା ସର୍ବେକ୍ଷଣରୁ ଜଣାପଡ଼ିଛି ଯେ, ଦେଶରେ ଦୁର୍ଘଟଣାରେ ପୀଡ଼ିତ ୭୫ ପ୍ରତିଶତ ଲୋକଙ୍କ ଘରେ ଆର୍ଥିକ ସଙ୍କଟ ସୃଷ୍ଟି ହୋଇଥାଏ।

ଅଧ୍ୟୟନରୁ ଜଣାପଡ଼ିଛି ଯେ, ପ୍ରାୟ ୫୦ ପ୍ରତିଶତ ମହିଳା ଦୁର୍ଘଟଣା ଯୋଗୁ ସବୁଠୁ ବେଶୀ ପ୍ରଭାବିତ ହୁଅନ୍ତି। କାରଣ ଘର ଚଳାଇବା ଏବଂ ରୋଜଗାର କରିବାର ଦାୟିତ୍ଵ ଏହି ୫୦ ପ୍ରତିଶତ ମହିଳାଙ୍କ ଉପରେ ପଡ଼ିଥାଏ। ଏପରି କି ୪୦ ପ୍ରତିଶତ ମହିଳାଙ୍କ ଦିନଚର୍ଯ୍ୟା ଏବଂ ସାମାଜିକ ସ୍ଥିତି ବଦଳିଯାଇଥାଏ। ଆର୍ଥିକ ସଙ୍କଟର ମୁକାବିଲା ପାଇଁ ୧୧ ପ୍ରତିଶତ ମହିଳାଙ୍କ କାମ କରିବାର ସମୟ ଏବଂ ପଦ୍ଧତି ବଦଳି ଯାଇଥାଏ।

ବିଶ୍ଵ ବ୍ୟାଙ୍କ ରିପୋର୍ଟ ତଥ୍ୟ ସମ୍ପର୍କରେ କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡ଼କରୀ କହିଛନ୍ତି ଯେ, ପୂରା ଦେଶରେ ସମସ୍ତ ରାଜ୍ୟ ତୁରନ୍ତ ମୋଟରଯାନ ଅଧିନିୟମ ଲାଗୁ କରନ୍ତୁ। ଗଡ଼କରୀ ଏହି ତଥ୍ୟ ଉପରେ ଚିନ୍ତା ପ୍ରକଟ କରି କହିଛନ୍ତି ଯେ, ସଡ଼କ ଦୁର୍ଘଟଣା ଏବଂ ସେଥିରେ ପୀଡ଼ିତ ପରିବାରଙ୍କ ଦୁଃଖରେ ସେ ବହୁତ ଚିନ୍ତିତ। ସଡ଼କ ଦୁର୍ଘଟଣା ଯେପରି ହ୍ରାସ ପାଇବ, ସେଥିଲାଗି କେନ୍ଦ୍ର ଏବଂ ରାଜ୍ୟ ସରକାର ମିଶି ପ୍ରଭାବୀ ଯୋଜନା ପ୍ରସ୍ତୁତ କରି କାମ କରନ୍ତୁ। ଫଳରେ ଲୋକଙ୍କ ପରିବାର ଉଡ଼ାଡ଼ିବାରୁ ରକ୍ଷା କରାଯାଇପାରିବ।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories