www.samajalive.in
Sunday, December 14, 2025
23.1 C
Bhubaneswar

ଦୁର୍ଘଟଣାରେ ଆହତ ଚିକିତ୍ସାଧିନ ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଗ୍ରାମବାସୀଙ୍କ ରାସ୍ତାରୋକ

ବୌଦ୍ଧ : ବୌଦ୍ଧଥାନା ଅନ୍ତର୍ଗତ ୫୭ ନମ୍ବର ଜାତୀୟ ରାଜପଥ ମୃଷୁଣ୍ଡି ଛକ ନିକଟରେ ଗତ ୯ ତାରିଖ ଦିନ ଏକ ମିନିଟ୍ରକ  ଧକ୍କାରେ ମୃଷୁଣ୍ଡି ଗ୍ରାମର ସରୋଜ ରାଉତ(୩୬) ଓ ବିକ୍ରମ ପାଣ୍ଡେ(୧୯) ସରଣ୍ଡା ଗ୍ରାମରୁ କାମସାରି ଜାତୀୟ ରାଜପଥ କଡରେ ଥିବା ଏକ ନଳକୂଅରେ ଗାଧୋଇବାକୁ ଠିଆ ହୋଇଥିବା ସମୟରେ ସୋନପୁର ପଟୁ ଆସୁଥିବା ଏକ ଟାଟା ଏସିଇ ସେମାନଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା। ଦୁର୍ଘଟଣାରେ ଉଭୟ ଗୁରୁତର ଆହତଙ୍କୁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯିବାପରେ ଅବସ୍ଥା ସଂକଟାପର୍ଣ୍ଣ ଥିବାରୁ ଡାକ୍ତରଙ୍କ ପରାମର୍ଶ କ୍ରମେ ବୁର୍ଲା ଡାକ୍ତରଖାନକୁ ନିଆଯାଇଥିଲା। ଏହି ମାମଲାରେ ପୁଲିସ ଦୁର୍ଘଟଣା ଘଟାଇଥିବା ଗାଡିକୁ ପୁରୁଣାକଟକ ଥାନା ଅଂଚଳରେ ଧରିବାରେ ସଫଳ ହୋଇଥିଲା। ତେବେ ଶନିବାର ଦିନ ବୁର୍ଲାରେ ଚିକିତ୍ସାଧିନ ବିକ୍ରମ ପାଣ୍ଡେଙ୍କ ମୃତ୍ୟୁ ହୋଇଯାଇଥିଲା। ପରିବାରଲୋକ ବିକ୍ରମଙ୍କ ଶବକୁ ନେଇ ଗ୍ରାମରେ ପହଂଚିବାପରେ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ରବିବାର ସକାଳୁ ଗ୍ରାମବାସୀମାନେ ଶବଦାହ ନକରି କ୍ଷତିଗ୍ରସ୍ତ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ଦାବି କରି ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥ ଅବରୋଧ କରିଥିଲେ। ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଶହ ଶହ ସଂଖ୍ୟାରେ ଯାନବାହାନ ଅଟକି ରହିଥିଲା। ବୌଦ୍ଧ ଥାନା ଅଧିକାରୀ ତପସ୍ୱିନୀ କହଁର ଓ ତହସିଲଦାର ସନତ କୁମାର ନ୍ଧଶଳ ଘଟଣାସ୍ଥଳରେ ପହଂଚି ଆନ୍ଦୋଳନକାରୀ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ପ୍ରାୟ ତିନିଘଣ୍ଟା ରାସ୍ତା ଅବରୋଧ କରିବାପରେ ରେଡକ୍ରସ ପକ୍ଷରୁ କ୍ଷତିଗ୍ରସ୍ତ ପରିବାରକୁ ୧୦ ହଜାର ଟଙ୍କାର କ୍ଷତିପୂରଣ ତୁରନ୍ତ ପ୍ରଦାନ ସହ ବୀମା ରାଶି ଓ ଅନ୍ୟାନ୍ୟ ସରକାରୀ ଯୋଜନାରେ ସୁବିଧା ଯୋଗାଇଦେବାକୁ ପ୍ରତିଶୃତି ଦେବାପରେ ରାସ୍ତାରୋକ ହଟିଥିଲା।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories