www.samajalive.in
Saturday, December 13, 2025
26.1 C
Bhubaneswar

ରେଙ୍ଗାଲିରେ ସହିଦ୍ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି

ରେଙ୍ଗାଲି : ୨୦୧୦ ମସିହା ଫେବୃଆରି ୧୪ ତାରିଖ ଦିନ କାଶ୍ମୀରର ପୁଲଓାମା ଠାରେ ଆତ୍ମଘାତି ବୋମା ବିସ୍ପୋରଣରେ ସହିଦ୍ ହୋଇଥିବା ୪୦ ଜଣ ବୀର ଯବାନମାନଙ୍କ ଉଦ୍ଦେଶ୍ୟରେ ଆଜି ରେଙ୍ଗାଲିର ବରିଷ୍ଠ ନାଗରିକ ପରିଷଦ ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଥିଲା। ପଡରିଷଦର ସଭାପତି ବସନ୍ତକୁମାର ନାଏକଙ୍କ ସଭାପତିତ୍ୱ ଏବଂ ସମ୍ପାଦକ ଅନ୍ତର୍ଯ୍ୟମୀ ପାଣି ସଂଯୋଜନାରେ ପରିଚାଳିତ ଏହି କାର୍ଯ୍ୟକ୍ରମ ସହିଦ୍ ଯବାନଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇ ସହିଦ୍ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପରିଷଦର ଉପ-ସଭାପତି ପୂର୍ବତନ ବିଧାୟକ ଦୁର୍ଯୋଧନ ଗର୍ଡିଆ, ଆଇନଜୀବୀ ବୃନ୍ଦାବନ ସାହୁ, ଡାକ୍ତର ଅର୍ଜ୍ଜୁନ ନାଏକ, ବିନୋଦବିହାରୀ ନନ୍ଦ, ଲକ୍ଷ୍ମୀନାରାୟଣ ସାହୁ, କିଶୋପର ସାହୁ, ଉଦୟଚନ୍ଦ୍ର ସାହୁ, ବିହାରୀ କୁମୁରା, ସାଲେଗ୍ରାମ ସାହୁ, ଦିବ୍ୟ କିଶୋର ବେହେରା, ରାଜାରାମ଼ ମାହାଣା ପ୍ରମୁଖ ଯୋଗ ଦେଇଥିଲେ। ଶେଷରେ ପରିଷଦର ସହ-ସମ୍ପାଦକ ସୁବନ୍ ଚାନ୍ଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories