www.samajalive.in
Saturday, December 13, 2025
26.1 C
Bhubaneswar

ଅପହଞ୍ଚ ଦୂରତାରେ ବିଶୁଦ୍ଧ ପାନୀୟ ଜଳ

କଲମପୁର : ଗତ କିଛି ବର୍ଷ ତଳେ ନିଜ ସ୍ତ୍ରୀର ଶବକୁ କାନେ୍ଧଇ ନେଇ ଜାତୀୟସ୍ତରରେ ଚର୍ଚ୍ଚାକୁ ଆସିଥିଲା କଳାହାଣ୍ଡି ଜିଲା ଦୁର୍ଗମ ଅଂଚଳ ଭାବେ ପରିଚିତ ଥୁଆମୁଳ ରାମପୁର ବ୍ଲକ ଅଧିନସ୍ଥ ନାକରୁଣ୍ଡି ପଞ୍ଚାୟତ ଅନ୍ତର୍ଗତ ମେଲଘରା ଗ୍ରାମର ଦାନ ମାଝି। ସେହି ସମୟରେ ଏହି ଦୁର୍ଗମ ଅଂଚଳକୁ ଜିଲା ପ୍ରଶାସନ ତଥା ରାଜ୍ୟ ସରକାରଙ୍କ ବହୁ ପଦାଧିକାରୀ ଗସ୍ତ କରି ଅଂଚଳର ସାମଗ୍ରିକ ବିକାଶ ପାଇଁ ଲୋକଙ୍କୁ ପ୍ରତିଶୃତି ଦେଇଥିଲେ। କିନ୍ତୁ ଏବେ ଏହି ଅଂଚଳର ବିକାଶ ର ଚାବିକାଠି କେଉଁଠି ହଜିଯାଇଛି। ଯେଉଁଥିପାଇଁ ଖୋଦ ପଞ୍ଚାୟତ ମୁଖ୍ୟାଳୟ ଥିବା ନାକରୁଣ୍ଡି ଗ୍ରାମର ଗୁଡିପଡା ବାସିନ୍ଦାଙ୍କ ପାଇଁ ବିଶୁଦ୍ଧ ପାନୀୟ ଜଳ ସାତ ସପନ ପାଲଟିଛି। ଲୋକେ ବାଧ୍ୟ ହେଇ ଝର ପାଣି ଉପରେ ନିର୍ଭର କରୁଛନ୍ତି। ଯେତେବେଳେ ଝାଡା ବାନ୍ତି ଭଳି ରୋଗ ର ପ୍ରଭାବ ଦେଖାଦିଏ ଗମନା ଗମନ ପାଇଁ ରାସ୍ତାର ଅଭାବ କାରଣରୁ ବହୁ ଲୋକ ସଠିକ ସମୟରେ ସ୍ୱାସ୍ଥ୍ୟ ସେବା ପାଇବାରୁ ବଂଚିତ ହେଇ ମୃତ୍ୟୁମୁଖରେ ପଡିଥାନ୍ତି। ଏହି ରୋଗ ବ୍ୟାପିବାର ମୁଖ୍ୟ କାରଣ ଦୂଷିତ ପାନୀୟ ଜଳର ବ୍ୟବହାର ବୋଲି ସୂଚନା ମିଳେ। ଗତ ଦୁଇ ବର୍ଷ ତଳେ ନାକରୁଣ୍ଡି ଗୁଡିପଡାର ଏହି ସମସ୍ୟାର ସମାଧାନ ପାଇଁ ଏକ ସୌର ଚାଳିତ ପାନୀୟ ଜଳ ପ୍ରକଳ୍ପ ସ୍ଥାପନ କରାଯାଇଥିଲା। କିନ୍ତୁ ପରିତାପର ବିଷୟ ସଠିକ ରକ୍ଷଣାବେକ୍ଷଣ ଅଭାବ ସହିତ ନିମ୍ନମାନର କାମ ଯୋଗୁଁ ଅଳ୍ପ ଦିନ ମଧ୍ୟରେ ତାହା ଅଚଳ ହେଇ ପଡିଲା। ଯେଉଁଥିପାଇଁ ଏହି ପଡାର ୭୦ ପରିବାର ଏବେ ଝରଣା ପାଣିକୁ ଭରସା କରି ଆସୁଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories