www.samajalive.in
Saturday, December 13, 2025
26.1 C
Bhubaneswar

ରଙ୍ଗେଇଲୁଣ୍ଡା ବ୍ଲକରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା

ଗୋପାଳପୁର : ରଙ୍ଗେଇଲୁଣ୍ଡା ବ୍ଲକ କାର୍ଯ୍ୟାଳୟ ପରିସରରେ ଶନିବାର ଦିନ ଜିଲ୍ଳା ଗ୍ରାମଟି ବିକାଶ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଧେ ଦତ୍ତାତ୍ରେୟ ଭାଉସାହେବଙ୍କ ଦ୍ଵାରା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଶ୍ରୀ ଭାଉସାହେବ ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ନେଇ ଆଲୋଚନା କରିବା ସହ ଅଧାପନ୍ତରିଆ ଭାବେ ରହିଥିବା କାର୍ଯ୍ୟକୁ ନିର୍ଦ୍ଧାରିତ ସମୟ ସିମା ମଧ୍ୟରେ ସାରିବାକୁ ବ୍ଲକ ପ୍ରଶାସନ କୁ ନିର୍ଦ୍ଦେଶ ଦେଇଥିଲେ। ଏହା ସହ ଏହି ବୈଠକରେ ଉପସ୍ଥିତ ରହିଥିବା ୩୨ ଟି ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ଏବଂ ତିନି ଜିଲ୍ଲା ପରିଷଦ ସଭ୍ୟଙ୍କ ସହ ନିଜ ନିଜ ଅଞ୍ଚଳରେ ଚାଲୁ ରହିଥିବା ବିଭିନ୍ନ କାର୍ଯ୍ୟର ଅଗ୍ରଗତି ନେଇ ଆଲୋଚନା କରିବା ସହ ଅଞ୍ଚଳର ଉନ୍ନତି ନିମନ୍ତେ ଆବଶ୍ୟକ ରହିଥିବା କାର୍ଯ୍ୟ ନେଇ ଏକ ଚିଠା ପ୍ରସୃତ କରି ବ୍ଲକ ପ୍ରଶାସନ କୁ ପ୍ରଦାନ କରିବା ଏବଂ ଏହାକୁ ବିଭାଗୀୟ ଅନୁମୋଦନ ନିମନ୍ତେ ପଠାଯିବ ବୋଲି ମତବ୍ୟକ୍ତ କରିଥିଲେ। ବୈଠକରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ବିଭିନ୍ନ ପଞ୍ଚାୟତରେ ଚାଲୁ ରହିଥିବା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ସହ ରାସ୍ତା କାମ ନିର୍ଦ୍ଧାରିତ ସମୟରେ ହେଉନଥିବା ଏବଂ ରାସ୍ତାରେ ଏକ ଇଞ୍ଚି ର ପିଚୁ ପଡୁଥିବା ନେଇ ଅଭିଯୋଗ ଉଠାଇଥିଲେ। ଏହାକୁ ନେଇ ଶ୍ରୀ ଭାଉସାହେବ ବୈଠକ ରେ ଉପସ୍ଥିତ ରହିବା ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିକାରୀଙ୍କୁ ତାଗିଦ୍ କରିବା ସହ ରାସ୍ତା ଗୁଡ଼ିକୁ ଉଚିତ ମାନଦଣ୍ଡରେ କରିବା ଏବଂ ନିର୍ଦ୍ଧାରିତ ସମୟ ମଧ୍ୟରେ ସାରିବାକୁ ତାଗିଦ୍ କରିଥିଲେ। ଏହା ସହ ବିଭିନ୍ନ ପଞ୍ଚାୟତରେ ଥିବା ପୁରୁଣା ବିଦ୍ୟୁତ ଖୁଣ୍ଟ ଗୁଡିକୁ ବଦଳଇବା ନିମନ୍ତେ ବିଦ୍ୟୁତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ବିଭାଗ ପକ୍ଷରୁ ମନ୍ଥର ଗତିରେ ଏହି କାର୍ଯ୍ୟ ଚାଲୁରହିଥିବା ଯୋଗୁଁ ଏହାକୁ ତୁରନ୍ତ ସାରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ ଏବିଡିଓ ତଥା ଭାରପ୍ରାପ୍ତ ବିଡିଓ ତ୍ରିପତି ବାଲାଜୀ ସାମନ୍ତ, ବ୍ଲକ ଅଧ୍ୟକ୍ଷ ଚିନି ଉଷାରାଣୀ, ଉପାଧ୍ୟକ୍ଷ ଅଜିତ ଦାସଙ୍କ ସମେତ ସମସ୍ତ ଲାଇନ ବିଭାଗ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories