www.samajalive.in
Sunday, December 14, 2025
26.1 C
Bhubaneswar

ଟ୍ରକ୍ ଧକ୍କାରେ ବାଇକ୍ ଚାଳକ ମୃତ, ଜଣେ ଗୁରୁତର

କେନ୍ଦୁଝର : କେନ୍ଦୁଝର ସଦର ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୨୦ର ସିଲିସୁଆଁ ରେଲୱେ ଓଭରବ୍ରିଜ୍‍ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି ଓ ଜଣେ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁସାରେ, ବୁଧବାର ଅପରାହ୍ଣ ପ୍ରାୟ ସାଢେ ୫ଟା ସମୟରେ ସିଲିସୁଆଁ ରେଲୱେ ଓଭରବ୍ରିଜ୍‍ ନିକଟରେ ପଦ୍ମପୁର ପଟୁ କେନ୍ଦୁଝର ଆଡକୁ ଆସୁଥିବା ଓଆର୍‍୦୯-କ୍ୟୁ-୫୭୧୬ ନମ୍ବର ବିଶିଷ୍ଟ ମୋଟରସାଇକେଲ ସହ କେନ୍ଦୁଝରରୁ ପଦ୍ମପୁର ଆଡକୁ ଯାଉଥିବା ଓଆର୍‍୦୯-ପି-୨୯୮୪ ନମ୍ବର ବିଶିଷ୍ଟ ଟ୍ରକର ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାସ୍ଥଳରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି । ଅନ୍ୟଜଣଙ୍କୁ ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୃତ ବାଇକ୍‍ ଚାଳକଙ୍କ ଘର ଘଟଗାଁ ବ୍ଲକ ଅନ୍ତର୍ଗତ ରୁଟିଶିଳା ଗ୍ରାମରେ ଓ ତାଙ୍କ ନାମ ବିଟୁ ବେଜ ବୋଲି ଜଣାପଡିଛି । ଏପର୍ଯ୍ୟନ୍ତ ଆହତଙ୍କ ପରିଚୟ ମିଳିନାହିଁ। ଦୁର୍ଘଟଣା ପରେ ଟ୍ରକ ଚାଳକ ଘଟଣାସ୍ଥଳରୁ ଫେରାର୍‍ ହୋଇଯାଇଛି । ସଦର ପୁଲିସ ଦୁର୍ଘଟଣାଗ୍ରସ୍ଥ ଉଭୟ ଗାଡିକୁ ଜବତ କରିଛି।

ପ୍ରକାଶଯୋଗ୍ୟ ଯେ, ପଦ୍ମପୁର ପଟୁ ରାଇସୁଆଁ ବଜାର ଆଡକୁ ଆସିବା ପାଇଁ ଗୋପୀନାଥପୁର ସାମଲ ଅଟୋ ନିକଟରୁ ହେବାକୁ ଥିବା ସର୍ଭିସ ରୋଡ କାମ ଅଧାପନ୍ତରିଆ ହୋଇ ପଡିରହିଛି। ଏହି ରାସ୍ତାରେ ଗାଡିମୋଟର ଯିବା ଆସିବା କରିପାରୁନାହିଁ। ଫଳରେ ପଦ୍ମପୁର ପଟୁ ରାଇସୁଆଁ ଆଡକୁ ଯିବାକୁ ହେଲେ ବାଧ୍ୟ ହୋଇ ସଦର ଥାନା ନିକଟସ୍ଥ ଡିଭାଇଡରରେ ଡାହାଣ ପଟରେ ଆସୁଛନ୍ତି। ଏଥିପାଇଁ ବାରମ୍ବାର ଏଭଳି ଦୁର୍ଘଟଣା ଘଟି ଧନଜୀବନ ହାନୀ ହେବାରେ ଲାଗିଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories