www.samajalive.in
Sunday, December 14, 2025
26.1 C
Bhubaneswar

ଆଶ୍ରୟସ୍ଥଳ ବଳାତ୍କାର ମାମଲା: ଇସ୍ତଫା ଦେଲେ ବିହାର ସମାଜ କଲ୍ୟାଣ ମନ୍ତ୍ରୀ

ପାଟନା : ମୁଜାଫରପୁର ନାବାଳିକା ଆଶ୍ରୟସ୍ଥଳ ବଳାତ୍କାର ଘଟଣାରେ ସ୍ୱାମୀ ଚନ୍ଦ୍ରେଶ୍ୱର ବର୍ମାଙ୍କ ନାମ ଆସିବା ପରେ ବୁଧବାର ବିହାର ସମାଜ କଲ୍ୟାଣ ମନ୍ତ୍ରୀ ମଞ୍ଜୁ ବର୍ମା ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଉଲ୍ଲେଖ ଯେ ଆଶ୍ରୟସ୍ଥଳ ପରିଚାଳକ ତଥା ମାମଲାର ମୁଖ୍ୟ ଅଭିଯୁକ୍ତ ବ୍ରଜେଶ ଠାକୁରଙ୍କ ସହିତ ମନ୍ତ୍ରୀଙ୍କ ସ୍ୱାମୀ ଚନ୍ଦ୍ରେଶ୍ୱର ନିୟମିତ ଯୋଗାଯୋଗରେ ଥିଲେ। ଜାନୁଆରୀରୁ ଏପର୍ଯ୍ୟନ୍ତ ସେମାନେ ୧୭ ଥର ଫୋନ୍‍ ଯୋଗେ କଥାବାର୍ତ୍ତା ହୋଇଥିବା କଲ୍‍ରେକର୍ଡରୁ ଜଣାପଡିଛି। ଏହି ଘଟଣା ପ୍ରଘଟ ହେବା ପରଠାରୁ ବିରୋଧୀ ଦଳଗୁଡ଼ିକ ମନ୍ତ୍ରୀ ମଞ୍ଜୁ ବର୍ମାଙ୍କ ଇସ୍ତଫା ଦାବି କରିଆସୁଥିଲେ। ଏପରିକି ଜେଡିୟୁର ସହଯୋଗୀ ବିଜେପି ମଧ୍ୟ ନୈତିକତା ଦୃଷ୍ଟିରୁ ମନ୍ତ୍ରୀ ମଞ୍ଜୁ ବର୍ମା ଇସ୍ତଫା ଦିଅନ୍ତୁ ବୋଲି କହିଥିଲା।
ପୂର୍ବରୁ ଗିରଫ ହୋଇଥିବା ଜଣେ ଶିଶୁ ସୁରକ୍ଷା ଅଧିକାରୀ ରବି ରୋଶନଙ୍କ ପତ୍ନୀ ସିବା କୁମାରୀ ଏହି ମାମଲାରେ ଚନ୍ଦ୍ରେଶ୍ୱରଙ୍କ ବିରୋଧରେ ତଦନ୍ତ ଦାବି କରିଥିଲେ। ଚନ୍ଦ୍ରେଶ୍ୱର ଏହି ଆଶ୍ରୟସ୍ଥଳକୁ ନିୟମିତ ଯିବା ଆସିବା କରୁଥିବା ସେ ଅଭିଯୋଗ କରିଥିଲେ। ଏହି କ୍ରମରେ ବୁଧବାର ମନ୍ତ୍ରୀ ମଞ୍ଜୁ ବର୍ମା ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଏହା ପୂର୍ବରୁ ଏକ ସାମ୍ବାଦିକ ସମ୍ମିଳନୀରେ ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ଅଧ୍ୟକ୍ଷ ନୀତୀଶ କୁମାର କହିଥିଲେ ଯେ ମୁଜାଫରପୁର ଯୌନ ନିର୍ଯାତନା ମାମଲାରେ ମନ୍ତ୍ରୀ ମଞ୍ଜୁ ବର୍ମାଙ୍କ ବିରୋଧରେ କୌଣସି ପ୍ରମାଣ ମିଳିଲେ ତାଙ୍କୁ ଇସ୍ତଫା ଦେବାକୁ କୁହାଯିବ। ଏବେ ତାଙ୍କ ବିରୋଧରେ କୌଣସି ଠୋସ୍‍ ପ୍ରମାଣ ନାହିଁ। ଏହି ମାମଲାରେ ଦୋଷୀଙ୍କୁ ଦଣ୍ଡ ଦିଆଯିବ। ଯେଉଁମାନେ ଦୋଷୀଙ୍କୁ ସୁରକ୍ଷା ଦେବେ ସେମାନଙ୍କୁ ମଧ୍ୟ ଦଣ୍ଡିତ କରାଯିବ।
ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଇସ୍ତଫାପତ୍ର ପ୍ରଦାନ କରିବା ପରେ ମଞ୍ଜୁ ବର୍ମା କହିଥିଲେ ଯେ ନୈତିକତା ଦୃଷ୍ଟିରୁ ସ୍ୱଇଚ୍ଛାରେ ମୁଁ ଇସ୍ତଫା ଦେଇଛି। ଏହି ପଦବୀ ଯୋଗୁଁ ବ୍ରଜେଶ ଠାକୁରଙ୍କ ସହ ମୋର ଏବଂ ମୋ ସ୍ୱାମୀଙ୍କର କଥାବାର୍ତ୍ତା ହୋଇଥିଲା। ସିବିଆଇ ଏହାର ଯାଞ୍ଚ କରି ସତ୍ୟାସତ୍ୟ ପଦାକୁ ଆଣୁ।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories