www.samajalive.in
Saturday, December 13, 2025
26.1 C
Bhubaneswar

ବନ ବିଭାଗ ଡେପୁଟି ରେଞ୍ଜରଙ୍କ ଘରେ ଭିଜିଲାନ୍ସ ଚଢଉ; ୧ କୋଟି ୧୬ ଲକ୍ଷ ଆୟ ବହିର୍ଭୁତ ଆକଳନ

ବଲାଙ୍ଗିର : ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ବଲାଙ୍ଗିର, ସମ୍ବଲପୁର ସୋନପୁର ଭିଜିଲାନ୍ସ ଟିମ୍ ବଲାଙ୍ଗିର ବନ ବିଭାଗର ଡେପୁଟି ରେଞ୍ଜର କେଶବ ନାୟକଙ୍କ ଘରେ ଗୁରୁବାର ଚଢଉ କରିଛି। ବଲାଙ୍ଗିର ସହରର ୪ଟି ସ୍ଥାନ ସହ ଶ୍ରୀ ନାୟକଙ୍କ ସୋନପୁର ସ୍ଥିତ ପୈତୃକ ଘରେ ଚଢଉ କରିଥିବା ଜଣାପଡିଛି।

ଡେପୁଟି ରେଞ୍ଜର ଶ୍ରୀ ନାୟକ ସାଗରପଡ଼ା ସ୍ଥିତ ମହଲା ଘରେ ସପରିବାର ରହୁଛନ୍ତି। ଗୁରୁବାର ସକାଳେ ଭିଜିଲାନ୍ସ ଟିମ୍ ତାଙ୍କ ଘରେ ପଶିଥିଲେ। ଏଥିସହିତ ବନ ବିଭାଗର ରେଞ୍ଜର୍ ଅଫିସ୍, ସୋନପୁର ମାଝୀପଡ଼ାରେ ଥିବା ପୈତୃକ ଘର, ନୂଆ କରି ତିଆରି ହେଉଥିବା ବଲାଙ୍ଗିର ଘରୋଇ ବସ୍‌ଷ୍ଟାଣ୍ଡ ପଛପଟେ ଥିବା ଗୁପ୍ତେଶ୍ୱର ନଗର, ଇନ୍ଦିରା ନଗର ଘରେ ଚଢଉ କରାଯାଇଥିଲା। ସାଗରପଡ଼ା ଘରୁ ୧୪୦ ଗ୍ରାମ ସୁନା ଯାହାର ମୂଲ୍ୟ ୨ ଲକ୍ଷ ୨୯ ହଜାର ଟଙ୍କା ଏବଂ ଏହା ସହ ନଗଦ ୧୫ହଜାର ୭ଶହ ଟଙ୍କା ମିଳିଛି। ଭିଜିଲାନ୍ସ ସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ, ଗୁପ୍ତେଶ୍ୱର ନଗରରେ ନିର୍ମାଣଧୀନ ଘର, ଇନ୍ଦିରା ନଗର ଘର ସାଗରପଡ଼ା ଘରର ଦାମ୍ ୧କୋଟି ୧୦ଲକ୍ଷ ୯୦ହଜାର, ବ୍ୟାଙ୍କରେ ୨୦ଲକ୍ଷ ୮୮ହଜାର ଜମା, ଫିକ୍ସ ଡିପୋଜିଟ୍ ୮ଲକ୍ଷ ୬୦ହଜାର, କାର୍ ୨ଚକିଆର ଦାମ୍ ୮ଲକ୍ଷ ୯୦ହଜାର, ଘର କରଣା ସାମଗ୍ରୀର ଦାମ୍ ୩ଲକ୍ଷ ୩୯ହଜାର, ୨୮ଲକ୍ଷ ୯୭ ହଜାର ଟଙ୍କାର ଜମି, ବିଦ୍ୟୁତ ସରଞ୍ଜାମର ଦାମ ୨ଲକ୍ଷ ୮୭ ହଜାର ଟଙ୍କା ବୋଲି ଜଣାପଡିଛି। ଆଜିର ଚଢଉରେ ଭିଜିଲାନ୍ସ ଡିଏସ୍‌ପି ପରେମେଶ୍ୱର କିଷାନ, କାଦମ୍ବିନୀ ସାମଲ, ଇନ୍ସପେକ୍ଟର ସଦାନନ୍ଦ ପାଣି, ପି.ବାଗେ, ମାନସୀ ଜେନା, ତପସ୍ୱିନୀ ସେଠ, କେ.ବିଲୁଙ୍ଗ, ତୁଷୁରା ମହାପାତ୍ର, ଏଏସ୍ଆଇ ବିଜୟ ପ୍ରଧାନ, ବିଷ୍ଣୁପ୍ରସାଦ ଜାଲ୍ ପ୍ରମୁଖ ରହିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories