www.samajalive.in
Sunday, December 7, 2025
14.1 C
Bhubaneswar

ଭାରତମାଳା ପରିଯୋଜନାରେ ଓଡିଶା ପାଇଁ ୧୭୬୭ କୋଟି ମଞ୍ଜୁର

ନବରଙ୍ଗପୁର : କେନ୍ଦ୍ର ସରକାରଙ୍କର ବହୁ ପ୍ରତୀକ୍ଷିତ ଭାରତମାଳା ପରିଯୋଜନାରେ ରାୟପୁର ଠାରୁ ବିଶାଖାପାଟଣା ପର୍ଯ୍ୟନ୍ତ ୪୬୫ କିଲୋମିଟର ରହିଛି। ଏହି ଅର୍ଥନୈତିକ କରିଡର ରାସ୍ତା ୬ଲେନ୍‍ ବିଶିଷ୍ଟ ହୋଇଥିବାବେଳେ ଏହା ୩ଟି ରାଜ୍ୟ ଛତିଶଗଡ, ଓଡିଶା ଓ ଆନ୍ଧ୍ର ପ୍ରଦେଶକୁ ସଂଯୋଗ କରିବ। ଏହି ରାସ୍ତା ରାୟପୁରରୁ କୁରୁଡ, ଧମନ୍ତରୀ, କାଙ୍କେର, କୋଣ୍ଡାଗାଁ, ନବରଙ୍ଗପୁର, କୋରାପୁଟ ତୁମ୍ବିଗୁଡା, ସାବାଭରମଦେଇ ବିଶାଖାପାଟଣା ପୋର୍ଟ ପର୍ଯ୍ୟନ୍ତ ଯିବ। ଏହି ରାସ୍ତା ନିର୍ମାଣ ହେଲେ ଯାତ୍ରାୟତରେ ଦ୍ରୁତଗତି ବୃଦ୍ଧି ପାଇବା ସହ ରାୟପୁରରୁ ବିଶାଖାପାଟଣା ମାତ୍ର ୭ଘଣ୍ଟାରେ ପହଞ୍ଚିବାର ଲକ୍ଷ୍ୟ ରହିଛି। ଯାହାକି ନବରଙ୍ଗପୁରରୁ ୩ ଘଣ୍ଟାରେ ରାୟପୁର ଓ ୪ଘଣ୍ଟାରେ ବିଶାଖାପାଟଣା ଯାଇହେବ।  ଓଡିଶାଦେଇ ଯାଉଥିବା କେବଳ ଗୋଟିଏମାତ୍ର ରାସ୍ତା ଭାବେ ନିର୍ମାଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ରାସ୍ତା ଛତିଶଗଡ ରାଜ୍ୟର ରାଜଧାନୀ ରାୟପୁରରୁ ଆରମ୍ଭ ହୋଇ ଏହା ଓଡିଶା ର ନବରଙ୍ଗପୁର ଓ କୋରାପୁଟଜିଲାଦେଇ ଆନ୍ଧ୍ର ପ୍ରଦେଶର ବିଶାଖାପାଟଣାକୁ ସଂଯୋଗ କରିବ। ତେବେ ଏହା ରାସ୍ତା ପାଇଁ କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରଣାଳୟର ମନ୍ତ୍ରୀ ନୀତିନ ଗଡକରୀ ଟଙ୍କା ମଞ୍ଜୁର କରିଥିବା ସେ ତାଙ୍କର ଟ୍ବୁଟରରେ ଉଲ୍ଲେଖ କରିଛନ୍ତି। ଏହି ରାସ୍ତା ନିର୍ମାଣ ପାଇଁ ଓଡିଶାଭାଗ ନିମନ୍ତେ ତିନୋଟି ସେକ୍ସନ ପାଇଁ  ମୋଟ ୧୭୬୭.୪୪କୋଟି ଟଙ୍କା ମଞ୍ଜୁର କରିଛନ୍ତି। ନବରଙ୍ଗପୁର ଜିଲାର ଧନରା (ଛତିଶଗଡ ରାଜ୍ୟ ସୀମା) ଠାରୁ ହାତିବେନା ସେକ୍ସନ ପାଇଁ ୪୭୭.୭୬ କୋଟି, ହାତିବେନା ଠାରୁ ବଡକୁମାରୀ ସେକ୍ସନ ପାଇଁ ୭୯୧.୧୭ କୋଟି ଓ ଖର୍କି ଠାରୁ କୋରାପୁଟ ଜିଲାର କାଳିଆଗୁଡା ସେକ୍ସନ ପାଇଁ ୪୯୮.୫୧ କୋଟି ଟଙ୍କା ମଞ୍ଜୁର କରାଯାଇଛି। ତେବେ ଏହି ରାସ୍ତାକାମର ତ୍ୱରାନ୍ୱିତ ପାଇଁ   ଉଦ୍ୟମ କରାଯାଇଥିବାବେଳେ ୨୦୧୪ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ରହିଥିବା ଜଣାପଡିଛିା ରାସ୍ତା ନିର୍ମାଣର ଟେଣ୍ଡର ପ୍ରକିୟା ମଧ୍ୟ ଆରମ୍ଭ ହୋଇଥିବା ଜଣାପଡିଛି। ସେହିପରି ଆନ୍ଧ୍ର ପ୍ରଦେଶର ଆଲୁରା ରୁ ଜାକାଉଭା ସେକ୍ସନକୁ ୯୨୨.୫୦ କୋଟି ଓ ଚିତ୍ତର ଠାରୁ ଥାଟଚୁର ସେକ୍ସନ ପାଇଁ ୧୪୮୪.୮୩ କୋଟି ଟଙ୍କା ମଞ୍ଜୁର ହୋଇଥିବା ଜଣାପଡିଛି। ଘାଟିକୁ ଖନନ କରି ଦୁଇଟି ବଡ ଟନେଲ କରାଯିବ ବୋଲି ଜଣାପଡିଛି।ତେବେ ଏହି ରାସ୍ତା ନିର୍ମାଣ ଦ୍ୱାରା ତିନୋଟି ରାଜ୍ୟର ବ୍ୟବସାୟ, ଶିକ୍ଷା, ସ୍ୱାସ୍ଥ୍ୟର ବିକାଶ ହେବା ସହ ଗମନାଗମନରେ ବହୁ ସହାୟକ ହୋଇପାରିବ।

Hot this week

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

Related Articles

Popular Categories