www.samajalive.in
Sunday, December 14, 2025
26.1 C
Bhubaneswar

ରିଜର୍ଭ ବ୍ୟାଙ୍କର କଏନ ପ୍ରଚଳନ ସଂପର୍କୀତ ସଚେତନତା 

ଆଠଗଡ : ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଜାରି ରହିଥିବା ବିଭିନ୍ନ କଏନର ପ୍ରଚଳନ ନେଇ ଗ୍ରାହକ ସଚେତନତା କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଆଠଗଡର ବିଭିନ୍ନ ଜାତୀୟକରଣ ବ୍ୟାଙ୍କ ଗୁଡିକରେ ଜନସଚେତନତା ସୃଷ୍ଟି କରାଯାଇଛି। ଆଠଗଡ ଷ୍ଟେଟବ୍ୟାଙ୍କ ମୁଖ୍ୟଶାଖାରେ ମଙ୍ଗଳବାର ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏ ସଂପର୍କୀତ ଏକ ଗ୍ରାହକ ସଚେତନତା କାର୍ଯ୍ୟକ୍ରମ ଶାଖା ମୁଖ୍ୟ ପ୍ରବନ୍ଧକ ହରପ୍ରସାଦ ମିଶ୍ରଙ୍କ ସଂଯୋଜନାରେ ଆୟୋଜିତ ହୋଇଯାଇଛି। ଏଥିରେ ରିଜର୍ଭ ବ୍ୟାଙ୍କର ନଗଦି ବିଭାଗ ପ୍ରବନ୍ଧକ କୋପେଲ କାପୁର ଓ ସହକାରୀ ପ୍ରବନ୍ଧକ ବିକ୍ରମ ମହାନ୍ତି ଯୋଗଦେଇ ଏକ ଟଙ୍କିଆ ଛୋଟ ମୁଦ୍ରା ଅଚଳ ହେବା ନେଇ ଯେଉଁ ଗୁଜବ ଓ ଭ୍ରାନ୍ତ ଧାରଣା ସୃଷ୍ଟି ହୋଇଛି ତାହା ଅମୁଳକ ବୋଲି ପ୍ରକାଶ କରିଥିଲେ। ସେହିପରି ରିଜର୍ଭ ବ୍ୟାଙ୍କ ପକ୍ଷରୁ ୧୦ଟଙ୍କିଆ ମୁଦ୍ରା ୧୬ପ୍ରକାରର ପ୍ରଚଳିତ ହୋଇଆସୁଛି। କେତେକ ୧୦ଟଙ୍କିଆ କଏନ ଜାଲ ବା ଅଚଳ ବୋଲି ଲୋକମାନଙ୍କ ମଧ୍ୟରେ ଯେଉଁ ଅପପ୍ରଚାର କରାଯାଉଛି ତାହା ମଧ୍ୟ ଭୁଲ ବୋଲି ରିଜର୍ଭ ବ୍ୟାଙ୍କ ଅଧିକାରୀ ଦ୍ୱୟ ପ୍ରକାଶ କରିଥିଲେ। ରିଜର୍ଭ ବ୍ୟାଙ୍କ ଦ୍ୱାରା ପ୍ରଚଳିତ ଛୋଟ ବଡ ଏକ ଟଙ୍କିଆ ମୁଦ୍ରା, ୧୬ ପ୍ରକାରର ୧୦ଟଙ୍କିଆ, ୩ପ୍ରକାରର ୫ଟଙ୍କିଆ ଏବଂ ନୂତନ ଭାବେ ପ୍ରଚଳିତ କରାଯାଇଥିବା କୋଡିଏ ଟଙ୍କିଆ ମୁଦ୍ରା ସବୁ ସ୍ଥାନରେ ଚାଲିପାରିବ ଏବଂ ବ୍ୟାଙ୍କ ମଧ୍ୟ ସେଗୁଡିକୁ ଗ୍ରହଣ କରିବେ ବୋଲି ସେମାନେ କହିଥିଲେ। ସମସ୍ତ ବ୍ୟବସାୟୀ ରିଜର୍ଭ ବ୍ୟାଙ୍କ ଦ୍ୱାରା ପ୍ରଚଳିତ ପ୍ରତ୍ୟକ କଏନ ଗ୍ରହଣ କରିବା ଆବଶ୍ୟକ ବୋଲି ସେମାନେ ମତବ୍ୟକ୍ତ କରିଥିଲେ। ସୋମବାର ରିଜର୍ଭ ବ୍ୟାଙ୍କର ଅଧିକାରୀ ଦ୍ୱାୟ ସ୍ଥାନୀୟ ସେଣ୍ଟାଲ ବ୍ୟାଙ୍କ, ମଙ୍ଗଳବାର ୟୁକୋ ବ୍ୟାଙ୍କ ଓ ଷ୍ଟେଟବ୍ୟାଙ୍କ ସମେତ ଅନ୍ୟାନ୍ୟ ଜାତୀୟକରଣ ବ୍ୟାଙ୍କରେ ଏହି କଏନ ପ୍ରଚଳନ ନେଇ ଗ୍ରାହକମାନଙ୍କୁ ସଚେତନ କରିଥିଲେ।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories