www.samajalive.in
Sunday, December 7, 2025
26.1 C
Bhubaneswar

୪ ଲକ୍ଷ ଟଙ୍କାର ଗଞ୍ଜେଇ ଗଛ ନଷ୍ଟ

ଫୁଲବାଣୀ: କନ୍ଧମାଳ ଜିଲା ସାରଙ୍ଗଡ ଥାନା ଅନ୍ତର୍ଗତ ଜିରିଡ଼ିକିଆ ପଞ୍ଚାୟତର କପଗୁଡ଼ା , ଡ଼ଲାବାଡ଼ି ଓ କଙ୍ଗେରିକିଆ ଏବଂ ସାରଙ୍ଗଡ଼ ଆଦି ପଞ୍ଚାୟତର ବିଭିନ୍ନ ଅଞ୍ଚଳରେ ପ୍ରାୟ ୪୦ ଏକର ଜମିରେ ବେଆଇନ ଭାବେ ଚାଷ ହୋଇଥିବା ଗଞ୍ଜେଇ ଗଛକୁ କାଟି ଆଜି ନିଆଁ ଲଗାଇ ନଷ୍ଟ କରିଛି ସାରଙ୍ଗଡ଼ ପୁଲିସ୍‍। ଏହାର ମୂଲ୍ୟ ପ୍ରାୟ ୪ ଲକ୍ଷ ଟଙ୍କା ହେବ ବୋଲି କୁହାଯାଇଛି। ସାରଙ୍ଗଡ଼ ଥାନାର କେସ ନଂ ୧୧ା୨୧ରେ ଏକ ମାମଲା ରୁଜୁକରାଯାଇ ଅଧିକ ତଦନ୍ତ ଚାଲିଥିବାର ଥାନା ଅଧିକାରୀ ଅନିତା କିଡ଼ୋ ସୂଚନା ଦେଇଛନ୍ତି। ଏହି ଚଢାଉଚରେ କ.ନୂଆଗାଁ ତହସିଲ୍‍ଦାର ମନୋଜ କୁମାର ଦେବତା , ଅବାକରୀ ବିଭାଗର ଏସ୍‍.ଆଇ ନିରୁପମା ପ୍ରଧାନ ଓ ସାରଙ୍ଗନ ଥାନାର କୃଷ୍ଣ ଚନ୍ଦ୍ର ଗୌଡ଼ଙ୍କ ସମେତ ପୁଲିସ୍‍ ଫୋର୍ସ ସାମିଲ୍‍ ହୋଇଥିଲେ।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories