www.samajalive.in
Saturday, December 13, 2025
26.1 C
Bhubaneswar

ସ୍ପଷ୍ଟ କଲେ ପ୍ରଧାନମନ୍ତ୍ରୀ; ପ୍ରତ୍ୟାହାର ହେବନି କୃଷି ଆଇନ

ନୂଆଦିଲ୍ଲୀ: କୃଷି ଆଇନକୁ ନେଇ ଗତ ଅଢ଼େଇ ମାସ ଧରି କୃଷକମାନେ ଆନ୍ଦୋଳନ କରୁଛନ୍ତି। ଏହି ଆନ୍ଦୋଳନ ସମୟରେ ବର୍ତ୍ତମାନ ସୁଦ୍ଧା ୧୦୦ରୁ ଅଧିକ ଚାଷୀଙ୍କ ଜୀବନ ଚାଲିଗଲାଣି। ଆନ୍ଦୋଳନ ବେଳେ ଦିଲ୍ଲୀରେ ହିଂସା ବି ହୋଇଗଲାଣି। କିନ୍ତୁ କୃଷକମାନେ ନିଜ ଦାବିକୁ ନେଇ ଅଡି ବସିଛନ୍ତି। କୃଷି ଆଇନ ପ୍ରତ୍ୟାହାର ବ୍ୟତୀତ ଅନ୍ୟ କୌଣସି କଥାରେ ସେମାନେ ରାଜି ନୁହନ୍ତି। ଏଭଳି ସ୍ଥିତିରେ ସରକାର ବି ପଛକୁ ହଟିବାକୁ ପ୍ରସ୍ତୁତ ନୁହନ୍ତି। କୃଷି ଆଇନ ପ୍ରତ୍ୟାହାର ହେବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ପଷ୍ଟ ଭାବେ ସଙ୍କେତ ଦେଇଛନ୍ତି।ୟ

ସରକାରଙ୍କ ସହିତ କୃଷକ ସଂଗଠନଗୁଡ଼ିକର ଆଲୋଚନା ସତ୍ବେ କୌଣସି ସମାଧାନର ବାଟ ନ ବାହାରିବାରୁ ପ୍ରଧାନମନ୍ତ୍ରୀ ଏ​‌ବେ ସ୍ପଷ୍ଟ ସଙ୍କେତ ଦେଇଛନ୍ତି ଯେ, ନୂଆ ଆଇନ ପ୍ରତ୍ୟାହାର ହେବ ନାହିଁ। ରାଜ୍ୟସଭାରେ ପ୍ରଧାନମନ୍ତ୍ରୀ ଉଦବୋଧନ ଦେବା ସମୟରେ କେବଳ ଆଇନ ସଂଶୋଧନ କରାଯିବା ଉପରେ ଜୋର ଦେଇଥିଲେ। ପ୍ରଧାନମନ୍ତ୍ରୀଙ୍କ ଏହି ଉଦ୍‌ବୋଧନ ପରେ ଏ​‌ବେ ବଲ୍‌ କୃଷକଙ୍କ କୋର୍ଟରେ ପଡ଼ିଛି। ସେମାନେ ଆନ୍ଦୋଳନ ଜାରି ରଖିବେ ନା ପଛଘୁଞ୍ଚା ଦେବେ, ସେନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

- Advertisement -

ସୋମବାର ପ୍ରଧାନମନ୍ତ୍ରୀ ରାଜ୍ୟସଭାରେ ଉଦବୋଧନ ଦେଇ କୃଷକ ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ଅନୁରୋଧ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏମଏସପି (ସର୍ବନିମ୍ନ ସହାୟକ ମୂଲ୍ୟ) ଥିଲା, ଅଛି ଏବଂ ଆଗକୁ ରହିବ। କୃଷକମାନେ ଆନ୍ଦୋଳନ ପ୍ରତ୍ୟାହାର କରିନେବା ଦରକାର।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories