www.samajalive.in
Saturday, December 13, 2025
26.1 C
Bhubaneswar

ଉତ୍କଳ ବିଶ୍ବବିଦ୍ୟାଳୟ ଛାତ୍ରୀଙ୍କ ଧାରଣା ପରେ କମିଲା ହଷ୍ଟେଲ ରି-ଆଡମିସନ ଫି’

ଭୁବନେଶ୍ୱର : କରୋନା ସମୟରେ ଅଭିଭାବକଙ୍କ ଆର୍ଥିକ ଅବସ୍ଥା ସୁଦୃଢ ନଥିବା ବେଳେ ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ୨୦୨୦-୨୧ ଶିକ୍ଷା ବର୍ଷ ପାଇଁ ଛାତ୍ରଛାତ୍ରୀଙ୍କ ଠାରୁ ହଷ୍ଟେଲ ଫି ହ୍ରାସ କରାଯିବା ନେଇ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । କରୋନା ପାଇଁ ୯ ମାସ ଧରି ହଷ୍ଟେଲ ବନ୍ଦ ଥିଲେ ମଧ୍ୟ କର୍ତ୍ତୃପକ୍ଷ ଏହାକୁ ବାଦ ନଦେଇ ଫି ଆଦାୟ ପାଇଁ ବିଜ୍ଞପ୍ତି ଜାରି କରିଥିଲେ। ଆଜି ଶତାଧିକ ଛାତ୍ରୀ ପି.ଜି.କାଉନସିଲ ଘେରାଉ କରିଥିଲେ। ଦୀର୍ଘ ୩ ଘଣ୍ଟା ର ନାରାବାଜୀ ପରେ ପି.ଜି.କାଉନସିଲ ଚେୟାରମ୍ୟାନ ପ୍ରଫେସର ବସନ୍ତ କୁମାର ମଲ୍ଲିକ, ୱାଡେର୍ଣ୍ଣ ପ୍ରଫେସର ଦୁର୍ଗା ଶଙ୍କର ପଟ୍ଟନାୟକ ଏବଂ ଅନ୍ୟାନ୍ୟ ପଦାଧିକାରୀମାନେ ଆନ୍ଦୋଳନରତ ଛାତ୍ରୀମାନଙ୍କ ସହିତ ଆଲୋଚନା କରିଥିଲେ। ଛାତ୍ରଛାତ୍ରୀଙ୍କ ସ୍ବାର୍ଥକୁ ଦେଖି ଉଭୟ ଛାତ୍ରଛାତ୍ରୀମାନଙ୍କ ପାଇଁ ହଷ୍ଟେଲ୍‌ ରି-ଆଡ୍‌ମିଶନ୍ ଫି’ ହ୍ରାସ କରିଥିଲେ। ୨୦୨୦-୨୧ ଶିକ୍ଷା ବର୍ଷ ପାଇଁ ଛାତ୍ରଛାତ୍ରୀମାନେ ୧୨୫୦ ଟଙ୍କା ଦେଇ ହଷ୍ଟେଲ୍‌ ରି-ଆଡ୍‌ମିଶନ କରିପାରିବେ ବୋଲି ଘୋଷଣା କରିଥିଲେ।


ସିମ୍ରନ ସିଂ ରାଜପୁତ, ଶାଶ୍ୱତୀ ପରିଡା, ରଶ୍ମିତା ବେହେରା, ରୁନିତା ପ୍ରଧାନ, ଲକ୍ଷ୍ମୀପ୍ରିୟା ସାମଲ, ମିର ଅବ୍‌ଦୁଲ ମହମ୍ମଦ, ଉମର ଶେଖ ମହମ୍ମଦ ହାନିଫ, ଗଙ୍ଗାରାମ ତାନି, ଭବରଞ୍ଜନ ପରିଡ଼ା, ସୁଧାଂଶୁ ସାହୁ, ସ୍ବାଗତିକା ଜେନା, ଅନନ୍ୟା ବେହେରା ପ୍ରମୁଖ ଏହି ଆନ୍ଦୋଳନର ନେତୃତ୍ବ ନେଇଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories