www.samajalive.in
Saturday, December 13, 2025
21.1 C
Bhubaneswar

କେନ୍ଦ୍ରକୁ ମମତାଙ୍କ ଟାର୍ଗେଟ; କହିଲେ- ଅଢ଼େଇ ଲକ୍ଷ କୃଷକଙ୍କ ନାମ ପଠାଇଲି, ମିଳିଲାନି କିସାନ ନିଧି

କଲକାତା: କେନ୍ଦ୍ର ସରକାରଙ୍କ ଯୋଜନାର ଫାଇଦା ପଶ୍ଚିମବଙ୍ଗ ସରକାର ରାଜ୍ୟବାସୀଙ୍କୁ ଦେଉନାହାନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରିଥିବା ଅଭିଯୋଗ ପରେ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ମମତା ସୋମବାର ରାଜ୍ୟ ବିଧାନସଭାରେ କହିଛନ୍ତି ​‌ଯେ, ରାଜ୍ୟ ସରକାର ଅଢ଼େଇ ଲକ୍ଷ କୃଷକଙ୍କ ନାମ ପିଏମ ସମ୍ମାନ କିସାନ ନିଧି ଯୋଜନା ପାଇଁ ପଠାଇଥିଲେ। କିନ୍ତୁ ସେମାନଙ୍କୁ ଏଯାଏ କୌଣସି ଫାଇଦା ମିଳିନାହିଁ। ଏହା କ’ଣ ପାଇଁ ଆମେ ଜାଣିବାକୁ ଚାହୁଁଛୁ ବୋଲି ମମତା କେନ୍ଦ୍ରକୁ ପ୍ରଶ୍ନ କରିଛନ୍ତି।

ମମତା ବିଧାନସଭାରେ କହିଛନ୍ତି ଯେ, ରାଜ୍ୟ ସରକାରଙ୍କୁ କେନ୍ଦ୍ର ତରଫରୁ ୬ ଲକ୍ଷ ଚାଷୀଙ୍କ ତାଲିକା ପ୍ରଦାନ କରିବାକୁ କୁହାଯାଇଥିଲା। ସେଥିରୁ ଅଢ଼େଇ ଲକ୍ଷ କୃଷକଙ୍କ ନାମ କେନ୍ଦ୍ର ସରକାରଙ୍କୁ ପଠାଯାଇଥିଲା। କିନ୍ତୁ ଏହି ଚାଷୀମାନଙ୍କୁ କୌଣସି ଲାଭ ମିଳିଲା ନାହିଁ।

- Advertisement -

ମମତା କହିଥିଲେ, ରାଜ୍ୟର କୃଷକମାନଙ୍କୁ ନିଜର କୃଷକ ବନ୍ଧୁ ଯୋଜନା ପାଇଁ ସହାୟତା ରାଶି ବୃଦ୍ଧି କରି ୬ ହଜାର ଟଙ୍କା କରିଦିଆଯାଇଛି। ସେ ଆହୁରି କହିଥିଲେ ଯେ, ତାଙ୍କ ସରକାର ରାଜ୍ୟରେ ୧୯ ଔଦ୍ୟୋଗିକ ପ୍ରକଳ୍ପର ଶୁଭାରମ୍ଭ କରିବ, ଯେଉଁଥିରେ ୭୨ ହଜାର କୋଟି ଟଙ୍କାର ନିବେଶ ହେବ ଏବଂ ଏଥିରୁ ୩ ଲକ୍ଷ ୨୯ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories