www.samajalive.in
Thursday, December 11, 2025
15.1 C
Bhubaneswar

ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ବିକାଶ ଉଦ୍ୟମ ଜାରି ରହିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ୪ଟି ଭବନ ଯଥା କଳା ଓ ବିଜ୍ଞାନ ଶ୍ରେଣୀ ପାଇଁ ଦୁଇଟି ନବନିର୍ମିତ କୋଠା, କୁନ୍ତଳା କୁମାରୀ ଗ୍ରନ୍ଥାଗାର ଏବଂ ଗବେଷଣା ଛାତ୍ରୀ ନିବାସକୁ ଲୋକାର୍ପିତ କରିଛନ୍ତି। ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ୪ଟି ନବନିର୍ମିତ ସୌଧର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୩୩ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ୪ଟି କୋଠା ନିର୍ମାଣ କରାଯାଇଛି। ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତଙ୍କ ଜନ୍ମତିଥିରେ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର କୁନ୍ତଳା କୁମାରୀ ଗ୍ରନ୍ଥାଗାର ସହିତ ଏକାଡେମିକ୍ ବ୍ଲକ୍ -୨, ଏକାଡେମିକ ବ୍ଲକ୍ -୩ ଏବଂ ଅନ୍ବେଷା ଛାତ୍ରୀନିବାସର ଲୋକାର୍ପଣ କରାଯାଇଛି। ବିଶ୍ବବିଦ୍ୟାଳୟ ପରିସରରେ ଅନୁଷ୍ଠିତ ସ୍ବତନ୍ତ୍ର ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଲୋକାର୍ପଣ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରମାଦେବୀ ବିଶ୍ବବିଦ୍ୟାଳୟ ପାଇଁ ୧୮ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରିଛନ୍ତି। ବିଶ୍ୱବିଦ୍ୟାଳୟରେ ଥିବା ପୁରୁଣା ବିଲ୍ଡିଂ, ଛାତ୍ରୀ ନିବାସ ଓ ମୁକ୍ତାକାଶ ରଙ୍ଗମଞ୍ଚ ଆଦିର ନବୀକରଣ ଲାଗି ଏହି ପ୍ୟାକେଜ ବିନିଯୋଗ କରାଯିବ ବୋଲି ପ୍ରକାଶ କରାଯାଇଛି।


ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ କରୋନା ପରେ ଆଜି ମୁଁ ପ୍ରଥମ ଥର ପାଇଁ ପିଲାମାନଙ୍କୁ ଭେଟୁଛି। ଓଡିଶାର ପ୍ରଥମ ମହିଳା ୟୁନିଭରସିଟି, ରମାଦେବୀ ମହିଳା ୟୁନିଭରସିଟିକୁ ଆସିଛି। ଏଥିପାଇଁ ମୁଁ ବହୁତ ଖୁସି। ଏହି ଅବସରରେ ତୁମମାନଙ୍କୁ ମୋର ଶୁଭେଚ୍ଛା ଜଣାଉଛି। ଆଜି ଆପଣମାନଙ୍କ ୟୁନିଭରସିଟିର ନୂଆ ଏକାଡେମିକ୍ ବ୍ଲକ, ଲାଇବ୍ରେରୀ ଓ ହଷ୍ଟେଲ୍‌ ବିଲ୍‌ଡିଂ ଆଦି ଉଦ୍‌ଘାଟିତ ହେଲା। ୟୁନିଭରସିଟିର ଗରିମାକୁ ଏହା ଆହୁରି ବୃଦ୍ଧି କରିବ ଏବଂ ତୁମମାନଙ୍କ ଆବଶ୍ୟକତା ପୂରଣ କରିବ। ମୁଁ ଆଜି ଆପଣମାନଙ୍କ ପାଖକୁ ଆଉ କିଛି ନୂଆ ପ୍ରକଳ୍ପ ନେଇ ଆସିଛି। ତୁମର ପୁରୁଣା ଏକାଡେମିକ୍ ବିଲ୍‌ଡିଂ, ହଷ୍ଟେଲ୍‌ ଏବଂ ଓପନ୍‌ ଏୟାର୍‌ ଷ୍ଟେଜ୍‌ ଆଦି ସବୁ ଭିତ୍ତିଭୂମି ଗୁଡିକୁ ନୂଆ ରୂପ ଦିଆଯିବ। ଏଥିପାଇଁ ୧୮ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯିବ। ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ବିକାଶ ପାଇଁ ଆମର ଉଦ୍ୟମ ଜାରି ରହିବ।

- Advertisement -


କାର୍ଯ୍ୟକ୍ରମରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଏବଂ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର କୁଳପତି ଅପରାଜିତା ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ। କୁଳସଚିବ ଶ୍ୟାମଳି ମହାପାତ୍ର ସ୍ବାଗତ ଭାଷଣ ଦେଇଥିବାବେଳେ ଉପକୁଳସଚିବ ଧନ୍ୟବାଦ ଅର୍ପଣ କରିଥିଲେ।


ସୂଚନା ଅନୁଯାୟୀ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରେ ୩୩ କୋଟି ୯ ଲକ୍ଷ ଟଙ୍କା ବିନିଯୋଗରେ ୪ଟି କୋଠା ନିର୍ମାଣ କରାଯାଇଛି। ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ(ରୁସା)ରୁ ମିଳିଥିବା ଅର୍ଥରେ ୩ଟି କୋଠା ନିର୍ମାଣ ହୋଇଛି। କୁନ୍ତଳା କୁମାରୀ ପାଠାଗାର କୋଠା ନିର୍ମାଣ ଲାଗି ୬ କୋଟି ୫୩ ଲକ୍ଷ ଟଙ୍କା ବିନିଯୋଗ ହୋଇଥିବା ବେଳେ ଅନ୍ବେଷା ହଷ୍ଟେଲ ଲାଗି ୩ କୋଟି ୭୫ ଲକ୍ଷ ଓ ଏକାଡେମିକ୍‌ ବ୍ଲକ-୨ ନିର୍ମାଣ ପାଇଁ ୧୭ କୋଟି ୬ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। ରାଜ୍ୟ ଭିତ୍ତିଭୂମି ଫଣ୍ଡ୍‌ରୁ ୫ କୋଟି ୭୬ ଲକ୍ଷ ଟଙ୍କା ବିନିଯୋଗରେ ଏକାଡେମିକ୍‌ ବ୍ଲକ-୩ ପ୍ରତିଷ୍ଠା ହୋଇଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories