www.samajalive.in
Sunday, December 14, 2025
26.1 C
Bhubaneswar

ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା କାର୍ଯ୍ୟସୂଚୀ: ମେ’୩ରୁ୧୫ ପର୍ଯ୍ୟନ୍ତ ହେବ ପରୀକ୍ଷା, ରେଗୁଲାର ଏବଂ ଏକ୍ସରେଗୁଲାର୍‌ ପରୀକ୍ଷା ଗୋଟିଏ ସିଟିଂ ଏବଂ ଗୋଟିଏ ପ୍ରଶ୍ନପତ୍ରରେ ହେବ

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବିଏସ୍‌ଇ) ପକ୍ଷରୁ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍‌ ପରୀକ୍ଷା, ୨୦୨୧(ରେଗୁଲାର ଏବଂ ଏକ୍ସରେଗୁଲାର୍‌) କାର୍ଯ୍ୟସୂଚୀ ଆଜି ପ୍ରକାଶ କରାଯାଇଛି। ବିଏସ୍‌ଇ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍‌(ରେଗୁଲାର ଏବଂ ଏକ୍ସରେଗୁଲାର୍‌) ପରୀକ୍ଷା ପ୍ରଥମ ସିଟିଂରେ ମେ’ ୩ରୁ ଆରମ୍ଭ ହୋଇ ମେ’ ୧୫ ପର୍ଯ୍ୟନ୍ତ ଚାଲିବ। ଉଭୟ ରେଗୁଲାର ଏବଂ ଏକ୍ସରେଗୁଲାର୍‌ ପରୀକ୍ଷା ଗୋଟିଏ ସିଟିଂ ଏବଂ ଗୋଟିଏ ପ୍ରଶ୍ନପତ୍ରରେ ହେବ। ପରୀକ୍ଷା ପ୍ରତ୍ୟେକ ଦିନ ସକାଳ ୮ଟାରୁ ଆରମ୍ଭ ହୋଇ ପୂର୍ବାହ୍ନ ୧୦ଟାରେ ଶେଷ ହେବ। ତେବେ କେବଳ ଏମ୍‌ଟିଏଚ୍‌ ପରୀକ୍ଷା ପୂର୍ବାହ୍ନ ୧୦.୧୫ରେ ଶେଷ ହେବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି।

- Advertisement -

(ବିଏସ୍‌ଇ) ପକ୍ଷରୁ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍‌ ପରୀକ୍ଷା, ୨୦୨୧(ରେଗୁଲାର ଏବଂ ଏକ୍ସରେଗୁଲାର୍‌) କାର୍ଯ୍ୟସୂଚୀ ଅନୁଯାୟୀ ମେ’ ୩ ଅର୍ଥାତ୍‌ ପ୍ରଥମ ଦିନ ମାତୃଭାଷା ଓଡ଼ିଆ ପରୀକ୍ଷା ଅନୁଷ୍ଠିତ ହେବ। ସେହିପରି ପ୍ରଥମ ଦିନ ବଙ୍ଗଳା, ହିନ୍ଦୀ, ଉର୍ଦ୍ଦୁ, ତେଲୁଗୁ ଏବଂ ଅଲ୍‌ଟେର୍‌ନେଟଭ୍‌ ଇଂଲିଶ ପରୀକ୍ଷା କରାଯିବ। ସେହିପରି ମେ’ ୫ରେ ଦ୍ୱିତୀୟ ଭାଷା ଇଂଲିଶ, ମେ’ ୭ରେ ତୃତୀୟ ଭାଷା ହିନ୍ଦୀ, ମେ’ ୮ରେ ତୃତୀୟ ଭାଷା ସଂସ୍କୃତ, ମେ’ ୧୦ରେ ଗଣିତ ପରୀକ୍ଷା ହେବ, ମେ’ ୧୨ରେ ବିଜ୍ଞାନ ଓ ମେ’ ୧୫ ତାରିଖରେ ସାମାଜିକ ବିଜ୍ଞାନ ପରୀକ୍ଷା ଅନୁଷ୍ଠିତ ହେବ। ପରୀକ୍ଷା ଦୈନିକ ସକାଳ ୮ଟାରୁ ଆରମ୍ଭ ହୋଇ ୧୦ଟା ଯାଏ ଚାଲିବ। ଗଣିତ ପରୀକ୍ଷାରେ ଅଧିକ ୧୫ ମିନିଟ ମିଳିବ। ଅର୍ଥାତ ୧୦ଟା ୧୫ରେ ପରୀକ୍ଷା ସରିବ। ୭ଟା ୪୫ରେ ଉଭୟ ଅବ୍‌ଜେକ୍‌ଟିଭ୍‌ ଓ ସବ୍‌ଜେକ୍‌ଟିଭ୍‌ ପ୍ରଶ୍ନପତ୍ର ବଣ୍ଟାଯିବ। ପରୀକ୍ଷାର୍ଥୀମାନେ ପାର୍ଟ-୧ ଅବ୍‌ଜେକ୍‌ଟିଭ୍‌ ପ୍ରଶ୍ନର ଉତ୍ତର ଓଏମ୍‌ଆର୍‌ ସିଟ୍‌ରେ ଦେବାକୁ ପଡ଼ିବ। ଅପରପକ୍ଷରେ ପାର୍ଟ-୨ ସବ୍‌ଜେକ୍‌ଟିଭ୍‌ ପ୍ରଶ୍ନର ଉତ୍ତର କ୍ବିଶ୍ଚିନ୍‌-କମ୍‌-ଆନ୍ସର ବୁକ୍‌ଲେଟ୍‌ରେ ଦେଇପାରିବେ। ଜିଏସ୍‌ସି ଏବଂ ଏସ୍‌ଏସ୍‌ଜି ବିଷୟରେ ରେଗୁଲାର୍‌ ପ୍ରାର୍ଥୀ ନ୍ୟୁକୋର୍ସ ଏବଂ ଏକ୍ସ-ରେଗୁଲାର୍‌ ପରୀକ୍ଷାର୍ଥୀ ଓଲ୍ଡକୋର୍ସରେ ପ୍ରଶ୍ନପତ୍ର ଅନୁଯାୟୀ ପରୀକ୍ଷା ଦେବେ। ଅନ୍ୟ ବିଷୟରେ ଉଭୟ କ୍ୟାଟାଗରି ପରୀକ୍ଷାର୍ଥୀଙ୍କ ପ୍ରଶ୍ନପତ୍ର ସମାନ ରହିବ। ଭୋକେସ୍‌ନାଲ୍‌ ବିଷୟର ପ୍ରାକ୍ଟିକାଲ୍‌ ପରୀକ୍ଷାଗୁଡ଼ିକ ପରୀକ୍ଷାର୍ଥୀଙ୍କ ନିଜ ବିଦ୍ୟାଳୟରେ ଏପ୍ରିଲ୍‌ ୨୭ରୁ ମେ’ ୨ ମଧ୍ୟରେ ଅନୁଷ୍ଠିତ ହେବ। ମାଟ୍ରିକ୍‌ ପରୀକ୍ଷା କୋଭିଡ୍‌ ଗାଇଡ୍‌ ଲାଇନ୍‌ ଅନୁସାରେ ଅନୁଷ୍ଠିତ ହେବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ(ବିଏସ୍‌ଇ) ସମ୍ପାଦକ ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍ତି।

Hot this week

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

Related Articles

Popular Categories