www.samajalive.in
Monday, December 8, 2025
24.1 C
Bhubaneswar

ଖଇରପଦରରେ ଯୁବକଙ୍କୁ ହତ୍ୟା : ଦୁଇ ମହିଳାଙ୍କ ସମେତ ୬ ଅଟକ 

ଧର୍ମଗଡ : ଖଇରପଦର ଗାଁରେ ଜନୈକ ଯୁବକଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ଯୁବକଙ୍କ ନାଁ ପିତାମ୍ବର ଶବର ବୋଲି ଜଣାପଡ଼ିଛି। ଏକ ଘରୋଇ କଳିକୁ କେନ୍ଦ୍ର କରି ତାଙ୍କୁ ହତ୍ୟା କରାଯାଇଥିବା ପୁଲିସ ସଂଦେହ କରୁଛି।

ପରିବାର ଲୋକଙ୍କ ଅଭିଯୋଗକ୍ରମେ ପୁଲିସ ଏହି ମାମଲାରେ ୨ ମହିଳା ସମେତ ୬ଜଣଙ୍କୁ ଅଟକ ରଖିଛି। ମୁଖ୍ୟ ଅଭିଯୁକ୍ତ ଜଣକ ଫେରାର ଥିବା ସୁଚନା ମିଳିଛି। ପୁଲିସ ପକ୍ଷରୁ ମିଳିଥିବା ସୁଚନା ଅନନୁଯାୟୀ ମୃତକ ପିତାମ୍ବର ଶବର ନିଜ ଘରେ ଖାଉଥିଲା। ଏହି ସମୟରେ ଅଭିଯୁକ୍ତ ଲଖପତି ନାଏକ, ପଞ୍ଚାନନ ନାଏକ, ରାଜୁ ନାଏକ, କ୍ଷେତ୍ରି ନାଏକ, ଶୋଭା ନାଏକ, ସଞ୍ଜୁକ୍ତା ନାଏକ ଓ ଦଇତାରୀ ନାଏକ ମୃତକଙ୍କ ଘର ସାମ୍ନାରେ ଗାଳିଗୁଳଜ କରିଥିଲେ। ଗାଳି ଶୁଣି ମୃତକ ଜଣକ ବାହାରକୁ ଆସିବା ପରେ ସମସ୍ତେ ମାଡିବସି ତାକୁ ମାରିଥିବା ଅଭିଯୋଗ ହୋଇଛି। ଘଟଣା ଘଟିବା ପରେ ପଞ୍ଚାନନ ନାଏକ ଘଟଣାସ୍ଥଳରୁ ଫେରାର ହୋଇଥିବା ଜଣାପଡ଼ିଛି।

- Advertisement -

ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ ରାଜୁ ଏବଂ ପଞ୍ଚା ହେଉଛନ୍ତି ମୁଖ୍ୟ ଅଭିଯୁକ୍ତ। ସୁଚନାଯୋଗ୍ୟ ଗତ ୬ମାସ ହେବ ମୃତକଙ୍କ ସାମାନ୍ୟ ମସ୍ତିଷ୍କ ବିକୃତି ରହିଥିଲା। ବେଳେବେଳେ ସେ ଲୋକଙ୍କୁ ଅକାରଣରେ ଗାଳିଗୁଲଜ କରୁଥିଲେ। ତେବେ ଜିଲ୍ଳାରେ ସାଇଣ୍ଟିଫିକ ଟିମ ନଥିବା ଏବଂ ସଂଧ୍ୟା ହୋଇଯାଇଥିବାରୁ ଶବ ଜବତ କରାଯାଇ ନାହିଁ। ଆସନ୍ତା କାଲି ସାଇଣ୍ଟିଫିକ ଟିମ ଆସିଲା ପରେ ଶବ ଜବତ କରି ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯିବ ବୋଲି ପୁଲିସ କହିଛି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories