www.samajalive.in
Sunday, December 14, 2025
23.1 C
Bhubaneswar

ପୂର୍ବ ଶତ୍ରୁତାକୁ ନେଇ ଗଣ୍ଡଗୋଳ; ୨ ଗୁରୁତର, ୬ ଆହତ

ଗୋପାଳପୁର : ଗୋଳନ୍ଥରା ଥାନା ଅନ୍ତର୍ଗତ କନିଷି ହାଟ ତହସିଲ କାର୍ଯ୍ୟାଳୟ ସନ୍ନିକଟ ରାସୁରେ ଅପରାହ୍ନ ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ପୂର୍ବଶତ୍ରୁତାକୁ କେନ୍ଦ୍ର କରି ରକ୍ତାକ୍ତ ସଂଘର୍ଷ ଘଟିଥିବା ବେଳେ ଉଭୟ ପକ୍ଷର ୨ଜଣ ଗୁରୁତର ଆହତ ହେବା ସହ ୬ ଜଣ ଆହତ ହୋଇଥିବା ଜଣାପଡିଛି । ଏନେଇ ଗୋଳନ୍ଥରା ଥାନାରେ ଉଭୟ ଗୋଷ୍ଠୀଙ୍କ ପକ୍ଷରୁ ଦୁଇଟି ପୃଥକ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି । ଥାନାରେ ଦିଆଯାଇଥିବା ଏତଲା ଅନୁଯାୟୀ, ବାଘଲଟି ଗ୍ରାମର ସନୁର୍ଜ୍ୟ ଗୌଡ଼ ସହ ପାଞ୍ଚରୁ ୬ ଜଣ ବ୍ୟକ୍ତି କନିଷି ହାଟ ଭୈରବୀ ବିଜ୍ଞାନ କଲେଜ ନିକଟରେ ହେଉଥିବା ଏକ ବିବାହ ଭୋଜି ଖାଇ ଫେରିବା ସମୟରେ ସେହି ଗ୍ରାମର ସନ୍ତୋଷ ଗୌଡ଼ ଏକ ବାଇକରେ ଆସି ସନୁର୍ଜ୍ୟଙ୍କୁ ଧକ୍କା ଦେଇ ତହସିଲ କାର୍ଯ୍ୟାଳୟ ରୋଡ଼ ନିକଟରେ ଥିବା ଏକ ହୋଟେଲରେ ପଶିଯାଇଥିଲେ।  କିଛି ସମୟ ପରେ ସନୁର୍ଜ୍ୟ ବାଘଲଟି ଗାଁର କିଛି ଯୁବକଙ୍କ ନେଇ ହୋଟେଲ ନିକଟରେ ପହଞ୍ଚି ପ୍ରତାପ ଗୌଡ଼ଙ୍କ ହୋଟେଲ ନିକଟରେ ପହଞ୍ଚି ପାଟି କରିଥିଲେ। ଏହା ଫଳରେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ କଥା କଟାକଟି ହୋଇ ଇଟା ପଥର ମେଟାଲ ଓ ଠେଙ୍ଗା ବାଡ଼ିରେ ଆକ୍ରମଣ ପ୍ରତି ଆକ୍ରମଣ ଘଟିଥିଲା ଫଳରେ ଉଭୟ ଗୋଷ୍ଠୀର ୬ ଜଣ ଆହତ ହୋଇଥିଲେ। ଘଟଣା ନେଇ ଆହତ ହୋଇଥିବା ସନୁର୍ଜ୍ୟଙ୍କ ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ କରାଯାଇଥିବା ବେଳେ ହୋଟେଲ କରିଥିବା ପ୍ରତାପ ଚନ୍ଦ୍ର ଗୌଡ଼ଙ୍କ ହୋଟେଲ ଜିନିଷ ପତ୍ର ନଷ୍ଟ ହେବା ଏବଂ ତାଙ୍କୁ ଓ ତାଙ୍କର କେତେକ ସମର୍ଥକଙ୍କୁ ଆକ୍ରମଣ କରି ଟଙ୍କା ଲୁଟ କରିଥିବା ନେଇ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ପକ୍ଷରୁ ଅଭିଯୋଗକୁ ଭିତ୍ତି କରି ଦୁଇଟି ମାମଲା ରୁଜୁ କରିଥିବାବେଳେ ଘଟଣା ନେଇ ତଦନ୍ତ କରୁଥିବା ଥାନା ଆଇଆଇସି ବାବୁଲି ନାୟକ ସୂଚନା ଦେଇଛନ୍ତି। ଅନ୍ୟ ପଟେ ଆହତ ହୋଇଥିବା ବ୍ୟକ୍ତିମାନେ ବ୍ରହ୍ମପୁର ବଡ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।

Hot this week

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

Related Articles

Popular Categories