www.samajalive.in
Sunday, December 14, 2025
15.1 C
Bhubaneswar

କଣ୍ଟାବାଞ୍ଜି ସହରରେ ଟ୍ରାଫିକ ବେହାଲ ; ବ୍ୟାଙ୍କ ଶାଖା ପରିଚାଳକଙ୍କୁ ନୋଟିସ ଜାରି

କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ସହରାଞ୍ଚଳରେ ଟ୍ରାଫିକ ସମସ୍ୟା ବେହାଲ ହୋଇ ପଡିଛି। ସ୍ଥାନୀୟ ପୁଲିସ ପକ୍ଷରୁ କେବଳ ଇନ୍ଦିରା ଛକ, ଶାସ୍ତ୍ରୀ ଛକରେ ହୋମଗାର୍ଡ ମୁତୟନ କରି ଟ୍ରାଫିକ ସମସ୍ୟା ନିୟନ୍ତ୍ରଣ କରାଯାଉଛି। ସହରର ମୁଖ୍ୟ ରାସ୍ତା କଡରେ ପାଟଣାଗଡ, ବଙ୍ଗୋମୁଣ୍ଡା ରାଜ୍ୟ ରାଜପଥ କଡରେ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖା, ଆନ୍ଧ୍ର ବ୍ୟାଙ୍କ, ଏକ୍ସସିସ ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଓ ରୋଡ ନମ୍ବର ୪ରେ ଥିବା ଷ୍ଟେଟ ବ୍ୟାଙ୍କ ବଜାର ଶାଖା, ବ୍ୟାଙ୍କ ଅଫ ବରୋଦା, ମନୋପୁରମ ଫାଇନାନ୍ସ ଲିମିଟେଡ, ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଶାଖା ଓ ରୋଡ ନମ୍ବର ୨ ହଟଲି ଛକ ନିକଟରେ ବିଡିସିସି ବ୍ୟାଙ୍କ, ଉତ୍କଳ ଗ୍ରାମୀଣ ବ୍ୟାଙ୍କ ରହିଛି। ବ୍ୟାଙ୍କ ସମ୍ମୁଖରେ ଗାଡି ରଖିବା ପାର୍କିଂ ବ୍ୟବସ୍ଥା ନାହିଁ। ଯାହା ଫଳରେ ବ୍ୟାଙ୍କକୁ ଆସୁଥିବା ଜନସାଧାରଣ ରାସ୍ତା କଡରେ ବାଇକ, ୪ ଚକିଆ ଯାନ ରଖୁଥିବାରୁ ଟ୍ରାଫିକ ସମସ୍ୟା ଦେଖାଯାଉଛି।

ମୁଖ୍ୟ ରାସ୍ତାରେ ଟ୍ରକ, ବସ ଭାରିଯାନ ଯାତାୟତ କରୁଛି। ସାଧାରଣ ଲୋକେ ଯିବା ଆସିବା ପାଇଁ କଷ୍ଟକର ହୋଇପଡୁଛି। ବଜାର ରୋଡ ଓ ସାପ୍ତାହିକ ବଜାର ଶୁକ୍ରବାର ଓ ସୋମବାର ଦିନ ଆଖପାଖ ଗ୍ରାମାଞ୍ଚଳ ସହ ସହର ବାସିନ୍ଦା ସାପ୍ତାହିକ ବଜାରକୁ କିଣାବିକା ପାଇଁ ଆସିଥାନ୍ତି। ଉଠା ଦୋକାନୀ ରାସ୍ତା କଡରେ ଦୋକାନ ଖୋଲି ବ୍ୟବସାୟ କରୁଛନ୍ତି। ଭିଡ ଭିତରେ ବସ ଚଳାଚଳ ସହ ଭାରିଯାନ, ମାଲବାହି ଟ୍ରକ ଲାଗି ଲୋଡିଂ ଅନଲୋଡିଂ ହେବା ଯୋଗୁଁ ଟ୍ରାଫିକ ସମସ୍ୟା ଗୁରୁତର ହେଉଛି। ଯିବା ଆସିବା ପାଇଁ ଏହି ଦୁଇ ଦିନ ସମସ୍ୟା ସୃଷ୍ଟି ହେଉଛି। ସହରରେ ଟ୍ରାଫିକ ନିୟନ୍ତ୍ରଣ ସମସ୍ୟା ହୋଇପଡିଥିବାରୁ ଏନ୍ଏସି ପ୍ରଶାସକ ଟିଟିଲାଗଡ ଉପ-ଜିଲାପାଳ ସୋମେଶ ଉପାଧ୍ୟାୟଙ୍କ ନିର୍ଦ୍ଦେଶରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୌମ୍ୟ ଜୟଶ୍ରୀ ରେଡ୍ଡୀ ବିଜ୍ଞାପିତ ଅଞ୍ଚଳ ପରିଷଦ ପତ୍ର ସଂଖ୍ୟା ୧୯୭ ଜରିଆରେ ଗତ ୨ ତାରିଖ ଦିନ ସହରରେ କାର୍ଯ୍ୟ କରୁଥିବା ସମସ୍ତ ରାଷ୍ଟ୍ରାୟତ୍ତ ବ୍ୟାଙ୍କ, ଆଞ୍ଚଳିକ ବ୍ୟାଙ୍କ, ଫାଇନାନ୍ସ ସଂସ୍ଥାର ଶାଖା ପରିଚାଳକଙ୍କୁ ନିଜ ନିଜର ପାର୍କିଂ ବ୍ୟବସ୍ଥା କରିବା ପାଇଁ ନୋଟିସ ଜାରି କରିଛନ୍ତି। ତେବେ ଏହି ନୋଟିସରେ ପରିଷଦ ପକ୍ଷରୁ କିଛି ସମୟ ସୀମା ଧାର୍ଯ୍ୟ କରାଯାଇ ନାହିଁ। ଏଣେ ରାସ୍ତା କଡ ବ୍ୟବସାୟୀମାନେ ନିଜ ନିଜ ଦୋକାନ ସମ୍ମୁଖରେ ସଂପ୍ରସାରଣ କରି ଜିନିଷ ରଖୁଥିବାରୁ ରାସ୍ତା ସଙ୍କୁଚିତ ହେବାରୁ ଯାତାୟତରେ ଘୋର ଅସୁବିଧା ହେଉଛି। ସଂପ୍ରସାରଣ କରିଥିବା ଦୋକାନୀଙ୍କୁ ପରିଷଦ ନୋଟିସ ଜାରି କରା ନଯିବା ନେଇ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି। ଟ୍ରାଫିକ ସମସ୍ୟା ଓ ଏହାର ସମାଧାନ ପାଇଁ କେବଳ ନୋଟିସ ଜାରି କରିବେ ନା  କାର୍ଯ୍ୟାନୁଷ୍ଠାନ ନେବେ ତାହା ଉପରେ ସ୍ଥାନୀୟ ଲୋକଙ୍କ ନଜର ରହିଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories