www.samajalive.in
Sunday, December 14, 2025
26.1 C
Bhubaneswar

ସାମ୍ବାଦିକଙ୍କୁ ହତ୍ୟା ଧମକ

ରେଙ୍ଗାଲିକେମ୍ପ : ଏକ ନିର୍ଦ୍ଧିଷ୍ଟ ଓଡ଼ିଆ ଖବର କାଗଜର ଅତାବିରା ବ୍ଲକ ପ୍ରତିନିଧି ଭାବେ କାର୍ଯ୍ୟରତ ହୃଷୀକେଶ ଖମାରୀଙ୍କୁ ଗତ ୪ ତାରିଖ ରାତି ୮ଘଣ୍ଟା ୯ମିନିଟ୍ ଓ ପୁଣି ୮ ଘଣ୍ଟା ୧୪ ମିନିଟ୍ ସମୟରେ ଏକ ଅଜଣା ବ୍ୟକ୍ତି  ମୋବାଇଲ ନମ୍ୱର୍୭୮୪୭୯୪୭୩୭୫  ଓ  ୯୦୯୦୨୫୯୩୯୧  ରୁ ରାତି ପ୍ରାୟ ୯ ଘଣ୍ଟା ୩୭ ମିନିଟରେ କଲ୍ କରି ପ୍ରତିନିଧିଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହ  ହତ୍ୟା ଧମକ ଦେଇଥିବା ଜଣାପଡିଛି। ଏନେଇ ପ୍ରତିନିଧି ଶ୍ରୀ ଖମାରୀ ୫ତାରିଖ ଦିନ ଅତାବିରା ଥାନାରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି। ଏହାକୁ ଭିତ୍ତି କରି ଯାହା ଆଜି କେସ ଆଇପିସି ଧାରା ଅନୁଯାୟୀ ୨୯୪,୫୦୬ ଓ ୫୦୭ ଦଫାରେ ରୁଜୁ ହୋଇଥିବା ଜଣାପଡିଛି। ବରଗଡ଼ ଏସ ପି ପଦ୍ମିନୀ ସାହୁଙ୍କ ନିର୍ଦ୍ଦେଶ କ୍ରମେ ଅତାବିରା ଥାନା ଅଧିକାରୀ ପୁରୁଷୋତ୍ତମ ଭୋଇଙ୍କ ତତ୍ତ୍ଵାବଧାନରେ ଏସ୍‌ଆଇ ସୁଷମା ପଶାୟତ ଏହାର ତଦନ୍ତ ଜାରି ରଖିବା ସୂଚନା ମିଳିଛି।

ଘଟଣା ସୂତ୍ରରୁ ଜଣାପଡୁଛି ଯେ, ଏହି ପ୍ରତିନିଧି ଜଣକ ବେନିୟମ ବାଲି ଚୋରି ଘଟଣା ଉପରେ ଅନେକ ଥର ତାଙ୍କ ଖବର କାଗଜରେ ଖବର ପ୍ରକାଶିତ କରିଥିଲେ। ତେଣୁ ଏହି ବାଲି ମାଫିଆ ମାନେ ତାଙ୍କୁ ଧମକ ଚମକ ଦେଇ ତାଙ୍କୁ ଚୁପ୍ କରାଇବା ପାଇଁ ଚେଷ୍ଟା କରୁଛନ୍ତି। କଲ୍ କରିଥିବା ମାଫିଆ ଦଳର ବ୍ୟକ୍ତି ଜଣକ କୌଣସି ନିର୍ଦ୍ଧିଷ୍ଟ ରାଜନେତାଙ୍କ ନାମ ନେଇ ସେମାନେ ତାଙ୍କର ଖାସ ଲୋକ ତେଣୁ ତାଙ୍କର କାର୍ଯ୍ୟରେ ହସ୍ତକ୍ଷେପ କଲେ ସେମାନେ ତାଙ୍କୁ ଜୀବନରେ ମାରି ଦେବେ ବୋଲି କହିଛନ୍ତି। ତେଣୁ ପରିବାରର ସୁରକ୍ଷା ପାଇଁ ସେ ପୁଲିସର ଦ୍ବାରସ୍ଥ ହୋଇଥିବା ପ୍ରକାଶ କରିଛନ୍ତି। ତେବେ ଦେଖାଯାଉ ଏହା ଉପରେ ପୁଲିସ କି ପଦକ୍ଷେପ ନେଉଛନ୍ତି।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories