www.samajalive.in
Saturday, December 13, 2025
21.1 C
Bhubaneswar

୪୪ କିଲୋ ଗଞ୍ଜେଇ ଜବତ, ୨ ଗିରଫ

ମୋହନା : ଗଜପତି ଜିଲ୍ଲା ମୋହନା, ଆର.ଉଦୟଗିରି, ନୂଆଁଗଡ଼ ଅଞ୍ଚଳ ଗଞ୍ଜେଇର ଭୂସର୍ଗ ପାଲଟିଛି। ଶୀତଋତୁ ଆରମ୍ଭ ହୋଇଗଲେ ପୁଲିସ, ଅବକାରୀ, ବନ ଓ ରାଜସ୍ୱ ବିଭାଗ ପକ୍ଷରୁ ଚାଲେ ଗଞ୍ଜେଇ କଟା ଅଭିଯାନ। ବର୍ଷକୁ କୋଟି କୋଟି ଟଙ୍କାର ଗଞ୍ଜେଇ ଗଛ କାଟି ପୋଡ଼ି ନଷ୍ଟ କରାଯାଉଥିବାବେଳେ ଏହି ବ୍ଲକଗୁଡ଼ିକର ବିଭିନ୍ନ ଅଞ୍ଚଳରୁ କ୍ବୁଣ୍ଟାଲ କ୍ବୁଣ୍ଟାଲ ଗଞ୍ଜେଇ ସଂଗ୍ରହ କରାଯାଇ ରାଜ୍ୟ ଓ ବାହାର ରାଜ୍ୟକୁ ଚାଲାଣ ହେଉଥିବାର ନଜିର ରହିଛି । ତଥାପି ଏତେ ପରିମାଣର ଗଞ୍ଜେଇ ଆସୁଛି କୁଆଡୁ ? ତାହା ଏବେ ବୃଦ୍ଧିଜୀବୀ ମହଳରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ତପନ କୁମାର ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରା.ଉଦୟଗିରି ଏସଡିପିଓ ବିଲ୍ଲୀପ କୁମାର ନାୟକଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵବଧାନରେ ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକ, ଏସଆଇ ସିନ୍ଧୁ ସାରକା ଓ କର୍ମଚାରୀମାନେ ପେଟ୍ରୋଲିଙ୍ଗ କରୁଥିବାବେଳେ ରା. ଉଦୟଗିରି ଥାନା ଅଞ୍ଚଳରୁ ଗଞ୍ଜେଇ ସଂଗ୍ରହ କରି ମାଫିଆମାନେ ଏକ ଇଣ୍ଡିକୋ ଗାଡ଼ି ଯୋଗେ ବ୍ରହ୍ମପୁର ଅଭିମୁଖେ ଯାଉଥିଲେ। ପୁଲିସ୍‌ର ସନ୍ଦେହ ହେବାରୁ ଗାଡ଼ିଟିକୁ ଲୁହା ଗୁଡ଼ି ନିକଟ କମଳାପୁର ଚେକ୍ ଗେଟ୍ ନିକଟରେ ଅଟକାଇ ଯାଞ୍ଚ କରିଥିଲା। ଗଞ୍ଜେଇ ବସ୍ତା ଗୁଡ଼ିକୁ ପୁଲିସ ଜବତ କରି ମାଜିଷ୍ଟେଟ୍ ଦାୟିତ୍ଵରେ ରହିଥିବା ମୋହନା ତହସିଲଦାର କଲ୍ୟାଣୀ ସଂଘମିତ୍ରା ଦେବୀଙ୍କ ଉପସ୍ଥିତିରେ ଓଜନ କରାଯାଇ ଯାଇଥିଲା। ୨ ଜଣ ଗଞ୍ଜେଇ ମାଫିଆ ଅଡ଼ବା ଥାନା ଅଂଚଳ ବେନଞ୍ଜାମିନ୍‌ ମାଝି ଓ ପ୍ରବୀଣ ମାଝିକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନା ସୂତ୍ରରୁ ଜଣାପଡିଛି ।

Hot this week

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

Related Articles

Popular Categories