www.samajalive.in
Monday, December 8, 2025
27.1 C
Bhubaneswar

ସର୍ବୋଚ୍ଚ ବୟସସୀମା ଟପିଥିବା ପରୀକ୍ଷାର୍ଥୀଙ୍କୁ ୟୁପିଏସସିର ଅନ୍ତିମ ସୁଯୋଗ

କରୋନା ମହାମାରୀ ସମୟରେ କେନ୍ଦ୍ରୀୟ ଲୋକସେବା ଆୟୋଗର ସିଭିଲ ସର୍ଭିସ୍‍ ପରୀକ୍ଷା ଦେଇପାରିନଥିବା ପରୀକ୍ଷାର୍ଥୀ ଯେଉଁମାନଙ୍କର ପରୀକ୍ଷା ଦେବାର ଅନ୍ତିମ ସୁଯୋଗ ଶେଷ ହୋଇଯାଇଛି ସେମାନଙ୍କୁ ପୁଣିଥରେ ପରୀକ୍ଷା ଦେବାପାଇଁ କେନ୍ଦ୍ର ସରକାର ରାଜି ହୋଇଛନ୍ତି। ଏ ସଂକ୍ରାନ୍ତରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟକୁ ଜଣାଇ ଦେଇଛନ୍ତି। ତେବେ କେନ୍ଦ୍ର ସରକାର କହିଛନ୍ତି ସର୍ବୋଚ୍ଚ ବୟସସୀମା ଟପି ଯାଇଥିବା ପରୀକ୍ଷାର୍ଥୀମାନଙ୍କୁ କେବଳ ଏହି ସୁଯୋଗ ଦିଆଯିବ। ଏ ସଂକ୍ରାନ୍ତରେ ପରୀକ୍ଷାର୍ଥୀମାନଙ୍କ ପକ୍ଷରୁ ସର୍ବୋଚ୍ଚ ନ୍ୟାୟାଳୟରେ ଆବେଦନ କରାଯାଇଥିଲା।

ପରୀକ୍ଷାର୍ଥୀମାନଙ୍କ ପକ୍ଷରୁ ଆବେଦନରେ କରୋନା ମହାମାରୀ ଯୋଗୁଁ ଯେଉଁମାନେ ସିଭିଲ ସର୍ଭିସ୍‍ ପରୀକ୍ଷା ଦେଇପାରିନଥିଲେ ଓ ସେମାନଙ୍କର ତାହା ଶେଷ ସୁଯୋଗ ଥିଲା। ସେମାନଙ୍କୁ ପୁଣିଥରେ ସୁଯୋଗ ଦେବାକୁ ଅନୁରୋଧ କରାଯାଇଥିଲା। ଏହାଦ୍ୱାରା ବୟସସୀମା ଟପିଯାଇଥିବା ମୋଟ୍‍ ୩ ହଜାର ୮୬୩ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୩ ହଜାର ୩୦୮ ଜଣ ପରୀକ୍ଷାର୍ଥୀ ଉପକୃତ ହେବେ। ସେମାନଙ୍କ ମଧ୍ୟରୁ ୫୫୫ ଜଣ ପ୍ରିମିଲିନାରୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories