www.samajalive.in
Monday, December 8, 2025
14.1 C
Bhubaneswar

ସାତକୋଶିଆରୁ ନିରୁର୍ଦ୍ଧିଷ୍ଟ ଘଡିଆଳର ମିଳିଲା ପତ୍ତା, କୋର ଠାରୁ ୨୭ କି.ମି ଦୂରରେ ଠାବ

ହରଭଙ୍ଗା : ସାତକୋଶିଆ ମହାନଦୀ ଗଣ୍ଡର ସୁନାଖଣିଆ କୋର ଅରୁ ଗତ ଜାନୁୟାରୀ ୧୯ତାରିଖରୁ ଏକ ଘଡିଆଳ କୁମ୍ଭୀର ମହାନଦୀର ଉପରଭାଗ ଅଂଚଳକୁ ପାଖାପାଖି ୨୭କିଲୋମିଟର ଦୁରକୁ ଚାଲିଯାଇଥିବା ଜଣାପଡିଛି। ଦୁଇ ଦିନ ହେଲା ଘଡିଆଳର ଭି.ଏଚ.ଏଫ ଟ୍ରାକିଂରୁ କୌଣସି  ସୂଚନା ନମିଳିବାରୁ ଏହାର ସୁରକ୍ଷା ଚିନ୍ତାରେ ଉଭୟ ବନ୍ୟପ୍ରାଣୀ ବିଭାଗ ଏବଂ ବୌଦ୍ଧ ଫରେଷ୍ଟ ବିଭାଗ ଅନୁସନ୍ଧାନକୁ ଜୋରଦାର କରିଥିଲା। ଦୁଇଦିନ ଅନୁସନ୍ଧାନ ପରେ ବର୍ତ୍ତମାନ କୁମ୍ଭୀରଟି ପୁରୁଣାକଟକ ଫରେଷ୍ଟ ରେଞ୍ଜର ପାଣିଘରା ନିକଟସ୍ଥ ସଦଲଗଣ୍ଡା ମହାନଦୀଘାଟରେ ଠାବ ହୋଇଥିବା ସୂଚନା ମିଳିଛି। ଦୀର୍ଘ ୨୦ ଦିନ ହେଲା ଘଡିଆଳ ସୁନାଖଣିଆ କୋର ଅଞ୍ଚଳ ବାହାରକୁ ୨୭ କିମ ଦୂରକୁ ଚାଲିଯାଇଛି। ମହାନଦୀର ଉପରଭାଗକୁ ଏହାର ଗତି ବୃଦ୍ଧି ପାଉଥିବାବେଳେ ତାର ସୁରକ୍ଷା ଚିନ୍ତାକୁ ନେଇ କୁଶଙ୍ଗ ବନ୍ୟପ୍ରାଣୀ ବିଭାଗ, ପୁରୁଣାକଟକ ଜଙ୍ଗଲ ବିଭାଗ ଏବଂ ଆଠମଲ୍ଲିକ ଜଙ୍ଗଲ ବିଭାଗ କୁମ୍ଭୀରର ଗତିବିଦ୍ଧି ଉପରେ ତୀକ୍ଷ୍ନ ନଜର ରଖିଛି । ନିରୁର୍ଦ୍ଦିଷ୍ଟ କୁମ୍ଭୀରର ଅନୁସନ୍ଧାନ ପାଇଁ ଗତ ଶୁକ୍ରବାର ନନ୍ଦନକାନନ ଡେପୁଟି ଡାଇରେକ୍ଟର ବିମଲ ଆଚାର୍ଯ୍ୟ, ପରାମର୍ଶଦାତା ସୂଦର୍ଶନ ମହାରଣା, ବାୟୋଲୋଜିଷ୍ଟ ଡ.ରାଜେଶ ମହାପାତ୍ର, ନୟାଗଡ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ହର୍ଷବର୍ଦ୍ଧନ ଉଦଗାତା, ଏ.ସି.ଏଫ ଶୁଭଦର୍ଶନୀ ମହାନ୍ତି, ଗବେଷକ ଲକ୍ଷ୍ମୀ ପ୍ରସାଦ ରଥ ଏବଂ କୁଶଙ୍ଗ ବନ୍ୟପ୍ରାଣୀ ରେଞ୍ଜ ଅଧିକାରୀ ପ୍ରଦୀପ ଭୂତିଆ ପ୍ରମୁଖ ସଦଲଗଣ୍ଡା ପଂହଚିଥିଲେ। ଅନ୍ୟପଟେ ମହାନଦୀରେ କୁମ୍ଭୀରକୁ ଦେଖୀ ସ୍ଥାନୀୟ ଲୋକେ ଆତଙ୍କିତ ଅବସ୍ଥାରେ ରହିଥିବା ଜଣାପଡିଛି। ଘଡିଆଳର ସୁରକ୍ଷା ପାଇଁ ଶନିବାର ପୁରୁଣାକଟକ ରେଞ୍ଜର ଏକ ଟିମ ସଦଲଗଣ୍ଡାରେ ପଂହଚିଛନ୍ତି। ଏଥିପାଇଁ ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଫରେଷ୍ଟ ରେଞ୍ଜକୁ ମଧ୍ୟ ଆଲର୍ଟ କରାଯାଇଛି।

ସୂଚନା ଥାଉ କି, ସାତକୋଶିଆ ଗଣ୍ଡ ଅଭୟାରଣ୍ୟରେ ଘଡିଆଳ ପ୍ରକଳ୍ପ ଫେଲ ମାରିବା ପରେ ଏମାନଙ୍କ ବଂଶବୃଦ୍ଧି ପାଇଁ ବନ୍ୟପ୍ରାଣୀ ବିଭାଗ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିଛି। ଘଡିଆଳ ବଂଶବୃଦ୍ଧି ନିମନ୍ତେ ଗତ ଜାନୁୟାରୀ ୫ତାରିଖ ନନ୍ଦନକାନନରୁ ୬ଟି ଘଡିଆଳ କୁମ୍ଭୀର ଅଣାଯାଇ କୁଶଙ୍ଗ ବନ୍ୟପ୍ରାଣୀ ରେଞ୍ଜର ସୁନାଖଣିଆରେ ଛଡାଯାଇଥିଲା। ସେଥିରେ ୩ଟି ପୁରୁଷ ଏବଂ ୩ଟି ମାଈ ଘଡିଆଳ ରହିଥିଲେ। ମହାନଦୀରେ ଛଡାଯିବା ପୂର୍ବରୁ ସେମାନଙ୍କ ଗତିବିଧି ଅନୁଧ୍ୟାନ ପାଇଁ ସମସ୍ତଙ୍କ ଲାଞରେ ଭି.ଏଚ.ଏଫ ଖଞ୍ଜା ଯାଇଥିଲା। ମାତ୍ର ଦୁର୍ଭାଗ୍ୟବଶତଃ ଗତ ୧୧ତାରିଖ ଅର୍ଥାତ୍ ଛଡାଯିବାର ଛଅ ଦିନ ପରେ ସେଥିରୁ ଗୋଟିଏ ପୁରୁଷ ଘଡିଆଳ କୁମ୍ଭୀରର ମୃତ୍ୟୁ ଘଟିଥିଲା। ଏହାପରେ ଅନ୍ୟ ୫ଟି ଘଡିଆଳ ଉପରେ ଘଡିଆଳ ଗବେଷକ ଏବଂ ସ୍କାର୍ଡ ଟିମ ତୀକ୍ଷ୍ନ ନଜର ରଖିଥିଲା। ମାତ୍ର ଏଥିରୁ କୋର ଅଞ୍ଚଳ ବାହାରକୁ ଗୋଟିଏ ଘଡିଆଳ ଜାନୁୟାରୀ ୧୯ରୁ ଚାଲିଯାଇଥିବାରୁ ବନ୍ୟପ୍ରାଣୀ ବିଭାଗ ମୁଣ୍ଡବ୍ୟଥା କରିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories