www.samajalive.in
Sunday, December 14, 2025
23.1 C
Bhubaneswar

ଦୁର୍ନୀତି ନିରୋଧୀ ଅଦାଲତରେ ଇମ୍ରାନଙ୍କୁ ଜେରା

ଇସଲାମାବାଦ : ପ୍ରଧାନମନ୍ତ୍ରୀ ଭାବେ ଆସନ୍ତା ୧୪ତାରିଖରେ ଶପଥ ନେବାକୁ ଯାଉଥିବା ପାକିସ୍ତାନ ତେହରିକ-ଇ-ଇନ୍‍ସାଫ(ପିଟିଆଇ) ନେତା ଇମ୍ରାନ ଖାଁଙ୍କୁ ମଙ୍ଗଳବାର ଦେଶର ଦୁର୍ନୀତି ନିରୋଧୀ ସଂସ୍ଥା ନ୍ୟାସନାଲ ଏକାଉଣ୍ଟେବିଲିଟି ବ୍ୟୁରୋ ବା ଏନ୍‍ଏବି ଜେରା କରିଛି। ସେ ବେଆଇନ ଭାବେ ଖାଇବର ପାଖତୁନ୍‍ଖାୱା ପ୍ରାଦେଶିକ ସରକାରଙ୍କ ହେଲିକପ୍ଟର ବ୍ୟବହାର କରିବା ଦ୍ୱାରା ରାଜକୋଷରୁ ୨.୧୭ନିୟୁଟ ଟଙ୍କା ବରବାଦ ହୋଇଥିବା ଦର୍ଶାଇ ଏନ୍‍ଏବି ଇମ୍ରାନଙ୍କୁ ଗତ ୩ତାରିଖରେ ସମନ ଜାରି କରିଥିଲା। ୨୦୧୩ରେ ଖାଇବର ପାଖୁତନଖାୱା ପ୍ରଦେଶରେ ପିଟିଆଇ ସରକାର ଥିଲାବେଳେ ଇମ୍ରାନ ୭୨ଘଣ୍ଟାରୁ ଅଧିକ ସମୟ ଧରି ବେଆଇନ ଭାବେ ସରକାରୀ ହେଲିକପ୍ଟର ବ୍ରବହାର କରିଥିବା ଅଭିଯୋଗ ହୋଇଥିଲା। ସରକାରୀ ହେଲିକପ୍ଟରକୁ ବ୍ୟକ୍ତିିଗତ ବ୍ୟବହାରରେ ଉପଯୋଗ କରାଯାଇପାରିବ ନାହିଁ ବୋଲି ଦେଶରେ ଆଇନ ରହିଛି। ଏହି ପରିପ୍ରେକ୍ଷୀରେ ଏନ୍‍ଏବି ଇମ୍ରାନଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିବା ସହ ଅଧିକ ୧୫ଟି ପ୍ରଶ୍ନ ପ୍ରଦାନ କରିଛି। ଇମ୍ରାନ ତାଙ୍କ ଓକିଲ ମାଧ୍ୟମରେ ଆସନ୍ତା ୧୫ଦିନ ମଧ୍ୟରେ ଏହାର ଉତ୍ତର ରଖିବେ। ପୂର୍ବରୁ ଏହି ମାମଲାରେ ଜୁଲାଇ ୧୮ରେ ମଧ୍ୟ ଇମ୍ରାନଙ୍କୁ ସମନ କରାଯାଇଥିଲା। ଏନ୍‍ଏବି ଅଦାଲତରେ ଇମ୍ରାନ ହାଜର ହେଉଥିବା ନେଇ ପେଶୱାର ସରକାରଙ୍କ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।

Hot this week

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

ପୁଅର ପରୀକ୍ଷା ପାଇଁ ୮୦୦ କିମି କାର୍‌ ଡ୍ରାଇଭ୍‌ କଲେ ବାପା

ଚଣ୍ଡିଗଡ଼ : ଇଣ୍ଡିଗୋ ସଙ୍କଟ ସମୟରେ ଦେଶର ବିଭିନ୍ନ ବିମାନ ବନ୍ଦରରେ...

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

Related Articles

Popular Categories