www.samajalive.in
Saturday, December 6, 2025
26.1 C
Bhubaneswar

ପାଟିକୁ ସ୍ୱାଦିଷ୍ଟ ସ୍ୱାସ୍ଥ୍ୟ ପାଇଁ ହିତକାରକ ଏହି ଖାଦ୍ୟ

ମହୁ –
ଖାଲି ପେଟରେ ଏକ ଗ୍ଲାସରେ ପାଣିରେ ଏକ ଚାମଚ ମହୁ ମିଶାଇ ପିଇଲେ ଏହା ଆମ ଶରୀରର ଖୁବ୍‍ ଉପକାର କରିଥାଏ। ଥଣ୍ଡା କାଶ ଜନିତ ସମସ୍ୟା ଦୂର ହୋଇଥାଏ। ଏକ ଗ୍ଲାସ ପାଣିରେ ସାମାନ୍ୟ ଲେମ୍ବୁ ସହ ମହୁ ମିଶାଇ ପିଇବା ଦ୍ୱାରା ମୋଟାପଣ ମଧ୍ୟ ଦୂର ହୋଇଥାଏ।
କାଜୁ, ପେସ୍ତା ବାଦାମ, ବାଦାମ –
ଏହାକୁ ରାତିରେ ପାଣିରେ ଭିଜାଇ ସକାଳେ ଖାଲି ପେଟରେ ଖାଇବା ଦ୍ୱାରା ମଧ୍ୟ ଶରୀରକୁ ବହୁ ଉପକାର ମିଳିଥାଏ। ଏହା ଦ୍ୱାରା ଆମର ସ୍ମରଣ ଶକ୍ତି ମଧ୍ୟ ବୃଦ୍ଧି ହୋଇଥାଏ।
ଗଜାମୁଗ ବା ଗଜାବୁଟ –
ଏଥିରେ ଅଧିକ ପରିମାଣରେ ପ୍ରୋଟିନ, କ୍ୟାଲସିୟମ ଆଦି ରହିଛି। ଏହାକୁ ସକାଳେ ଦାନ୍ତ ଘଷିବା ପରେ ଖାଲି ପେଟରେ ଖାଇବା ଦ୍ୱାରା ଏହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଅଟେ। ଏହା ହାଡ଼କୁ ସୁସ୍ଥ ରଖେ ଓ ହାଡ ଜନିତ ରୋଗରୁ ମଧ୍ୟ ମୁକ୍ତି ମିଳିଥାଏ।
ରୁଟି –
ଅଟାରେ ରୁଟି ପ୍ରସ୍ତୁତ ହୋଇଥିବାରୁ ଏହାକୁ ମଧ୍ୟ ଖାଲି ପେଟରେ ଖାଇ ପାରିବେ। ଏହା ଦ୍ୱାରା ଶରୀର ସୁସ୍ଥ ରହିବା ସହ ହଜମ କ୍ରିୟାକୁ ମଧ୍ୟ ସଠିକ୍‍ ରଖିଥାଏ। ମାତ୍ର ଖାଲି ପେଟରେ ମଇଦାରେ ପ୍ରସ୍ତୁତ ଖାଦ୍ୟ ଖାଆନ୍ତୁ ନାହିଁ।
ତରଭୁଜ –
ଏଥିରେ ଅଧିକ ଜଳୀୟଅଂଶ ଥାଏ। ଏହାକୁ ଖାଲି ପେଟରେ ଖାଇବା ଦ୍ୱାରା ଏହା ପେଟକୁ ଥଣ୍ଡା ରଖିଥାଏ ଓ ଶରୀରକୁ ସୁସ୍ଥ ରଖିବା ସହ ବିଭିନ୍ନ ରୋଗରୁ ରକ୍ଷା କରିଥାଏ।
ବ୍ରାଉନ ବ୍ରେଡ଼ –
ଏହା ଅଟାରେ ପ୍ରସ୍ତୁତ ହୋଇଥିବାରୁ , ଏହାକୁ ଖାଲି ପେଟରେ ଖାଇବା ଦ୍ୱାରା ଏହା ଶରୀରକୁ ବହୁ ଭିଟାମିନ ଯୋଗାଇଥାଏ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories