www.samajalive.in
Monday, December 8, 2025
24.1 C
Bhubaneswar

ସ୍ୱାଦିଷ୍ଟ ମାଛ ତରକାରୀ

ଆବଶ୍ୟକ ସାମଗ୍ରୀ
ମାଛ – ୬୦୦ ଗ୍ରାମ
ହଳଦୀ ଗୁଣ୍ଡ – ଅଳ୍ପ
ଲଙ୍କା ଗୁଣ୍ଡ – ଅଳ୍ପ
ଲୁଣ – ଆବଶ୍ୟକ ପରିମାଣରେ
ତେଲ – ଆବଶ୍ୟକ ପରିମାଣରେ
ଟମାଟୋ – ୩୦୦ ଗ୍ରାମ
ପିଆଜ – ୧ଟି ( କଟା ହୋଇଥିବା)
କଞ୍ଚା ଲଙ୍କା – ୨ଟି
ଅଦା ବଟା – ୩ ଚାମଚ
ଧନିଆ ଗୁଣ୍ଡ – ୧ ଚାମଚ
ଚିନି – ସାମାନ୍ୟ
ଦହି – ଅଳ୍ପ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ମାଛକୁ ଭଲ ଭାବେ ଧୋଇ ଏଥିରେ ଲୁଣ, ହଳଦୀ ଗୋଳାଇ ୧୦ ମିନିଟ ରଖନ୍ତୁ। ଗ୍ୟାସରେ ଏକ ପାତ୍ର ବସାଇ ସେଥିରେ ପାଣି ଫୁଟାନ୍ତୁ। ଏହାପରେ ଟମାଟୋକୁ ହାଲକା ଭାବେ କାଟି ଏହାକୁ ପାଣିରେ ୧ମିନିଟ ଫୁଟାଇ ଏକ ପାତ୍ରକୁ କାଢି ଦିଅନ୍ତୁ। ଏହାପରେ ଟମାଟୋରୁ ହାଲକା ଭାବେ ଚୋପା ଛଡ଼ାଇ ଦିଅନ୍ତୁ। ଏବେ ଗ୍ୟାସରେ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଏଥିରେ ମାଛ ପକାଇ ଭଲ ଭାବେ ଭାଜି ଦିଅନ୍ତୁ। ମାଛ ଭାଜିବା ପରେ ଏହାକୁ ଏକ ପାତ୍ରକୁ କାଢି ଏହି ତେଲରେ ପିଆଜ ପକାଇ ଭାଜନ୍ତୁ। ପିଆଜ ଭାଜି ହୋଇଗଲେ ଅଦାରସୁଣ ବଟା ପକାଇ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଲୁଣ , ଚିନି, ଟମାଟୋ ପକାଇ ଭଲ ଭାବେ କଷନ୍ତୁ। ମସଲା ଭଲ ଭାବେ କଷି ହେବା ପରେ ଏହାକୁ ଥଣ୍ଡା କରି ଭଲ ଭାବେ ପେଷି ଦିଅନ୍ତୁ। ପେଷିବା ପରେ ପୁଣି ଗ୍ୟାସରେ କଡ଼େଇ ବସାଇ ଏହି ପେଷିଥିବା ମସଲାକୁ କଡ଼େଇରେ ପକାଇ ସାମାନ୍ୟ ପାଣି ଦେଇ ଗୋଳାନ୍ତୁ। ଏହାପରେ ଦହିକୁ ଭଲ ଭବେ ଫେଣ୍ଟି ଏଥିରେ ପକାନ୍ତୁ। ଏବେ ଏଥିରେ ଭଜା ମାଛ, ସାମାନ୍ୟ ଦହି, ଲୁଣ ପକାଇ ଭଲ ଭାବେ ଗୋଳାଇ ୫ ମିନିଟ ଗ୍ୟାସରେ ବସାଇ ଏକ ପାତ୍ରକୁ କାଢି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ମାଛ ତରକାରୀ।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories