www.samajalive.in
Monday, December 8, 2025
13.1 C
Bhubaneswar

ଦେଶରେ କରୋନା ଆରୋଗ୍ୟ ହାର ୯୭.୧୬%କୁ ବୃଦ୍ଧି

ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ହ୍ରାସ ପାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୨ ହଜାର ୪୦୮ ଜଣ ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ମୋଟ ସଂକ୍ରମଣ ୧ କୋଟି ୮ ଲକ୍ଷ ୨ ହଜାର ୫୯୧ରେ ପହଂଚିଛି। ସେହିପରି ୧୫ ହଜାର ୮୫୩ ଜଣ ସଂକ୍ରମିତ ସୁସ୍ଥ ହେବା ପରେ ମୋଟ କରୋନା ଜନିତ ଆରୋଗ୍ୟ ସଂଖ୍ୟା ୧ କୋଟି ୪ ଲକ୍ଷ ୯୬ ହଜାର ୩୦୮ ଓ ଆରୋଗ୍ୟ ହାର ୯୭.୧୬%ରେ ପହଂଚିଛି।

- Advertisement -

ଗତ ୨୪ ଘଣ୍ଟା ମଧ୍ୟରେ ସକ୍ରିୟ ଚିକିତ୍ସାଧିନଙ୍କ ସଂଖ୍ୟାରେ ୩ ହଜାର ୫୬୫ ହ୍ରାସ ପାଇଁ ଏବେ ଏହି ସଂଖ୍ୟା ୧ ଲକ୍ଷ ୫୧ ହଜାର ୪୬୦ରେ ରହିଛି। ଅନ୍ୟ ପକ୍ଷରେ ସେହି ସମୟ ମଧ୍ୟରେ ୧୨୦ ଜଣ ସଂକ୍ରମିତଙ୍କ ମୃତ୍ୟୁ ହେବା ଫଳରେ ଆଜି ସୁଦ୍ଧା ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୪ ହଜାର ୮୨୩କୁ ବୃଦ୍ଧି ପାଇଛି।

 

ଦେଶରେ ଗତକାଲି ଗୋଟିଏ ଦିନରେ ୭ ଲକ୍ଷ ୧୫ ହଜାର ୭୭୬ଟି କରୋନା ନମୁନା ପରୀକ୍ଷା ହୋଇଥିବା ବେଳେ ଏଯାବତ ମୋଟ ୧୯ କୋଟି ୯୯ ଲକ୍ଷ ୩୧ ହଜାର ୭୯୫ଟି ନମୁନା ପରୀକ୍ଷା ସରିଥିବା ଆଇସିଏମଆର ସୂଚନା ଦେଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁଯାୟୀ, ଦେଶରେ ଏବେ ୧୨୧୪ଟି ସରକାରୀ କରୋନା ପରୀକ୍ଷାଗାର ଥିବା ବେଳେ ୧୧୫୨ଟି ଘରୋଇ ପରୀକ୍ଷାଗାର ରହିଛି। ସେହିପରି ୫୩୯ଟି ସରକାରୀ ଓ ୮୦୮ଟି ଘରୋଇ ରିଅଲ ଟାଇମ ପରୀକ୍ଷାଗାର, ୬୩୧ଟି ସରକାରୀ ଓ ୨୫୪ଟି ଘରୋଇ ଟ୍ରୁ-ନାଟ ପରୀକ୍ଷାଗାର, ୪୨ଟି ସରକାରୀ ଓ ୯୦ଟି ଘରୋଇ ସିବି-ନାଟ ପରୀକ୍ଷାଗାର ଏବଂ ଅନ୍ୟ ୨ଟି ସରକାରୀ ପ୍ଲାଟଫର୍ମ ରହିଛି।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories