www.samajalive.in
Monday, December 8, 2025
24.1 C
Bhubaneswar

୨୨୪ ମହିଳା ଚାଷୀଙ୍କୁ ଦେଖାଇଲେ ରୋଜଗାରର ବାଟ

ଭବାନୀପାଟଣା: ମହିଳାମାନେ ଯେ କୌଣସି ଗୁଣରେ ପୁରୁଷମାନଙ୍କଠାରୁ କମ ନୁହନ୍ତି ଏହା ପ୍ରମାଣିତ କରି ​‌େ​‌ଦଖାଇଛନ୍ତି କଳାହାଣ୍ଡି ଜିଲାର ଏକ କୃଷକ ପରିବାରରୁ ଆସିଥିବା ମହିଳା କାମିନୀ। କଳାହାଣ୍ଡି ଅଞ୍ଚଳର ଜଣେ ମହିଳା ଚାଷକୁ ନିଜର ବୃତ୍ତି ଭାବରେ ଗ୍ରହଣ କରି ନିଜ ପରିବାରର ପ୍ରତିପୋଷଣ କରିବା ସହ ପ୍ରାୟ ୨ଶହରୁ ଊର୍ଦ୍ଧ୍ବ ମହିଳା ଚାଷୀଙ୍କର ଭବିଷ୍ୟତକୁ ସଜାଡିପାରିବାର ଏକ ନିଆରା ପରମ୍ପରା ସୃଷ୍ଟି କରିଛନ୍ତି। କଳାହାଣ୍ଡି ଜିଲାରେ ପ୍ରାୟ ୨୨୪ ପରିବାରକୁ ରୋଜଗାରର ରାହା ଦେଖାଇଛନ୍ତି କାମିନୀ। କଳାହାଣ୍ଡି ଜିଲା ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ ମେଦିନୀପୁର ନିକଟସ୍ଥ ସରଲାଞ୍ଜି ଗ୍ରାମର କାମିନୀ ପଟେଲ ଜୈନିକ ଖତ ଦେଇ କିଭଳି ପନିପରିବା ଚାଷ କରାଯିବ ସେଥିନେଇ ମହିଳାମାନଙ୍କୁ ପ୍ରଶିକ୍ଷଣ ଓ ପ୍ରେରଣା ଯୋଗାଇଛନ୍ତି।

ଭବାନୀପାଟଣା ସଦର ବ୍ଲକର ଗୁଡିଆଳି ପଦର ଓ ବଳରାମପୁର ପଞ୍ଚାୟତର ସରଲାଞ୍ଜି, ମେଦିନୀପୁର, ବଳରାମପୁର ସମେତ ୫ଟି ଗାଁର ମହିଳା ମାନଙ୍କୁ ପନିପରିବା ଚାଷ ପାଇଁ ଉତ୍ସାହିତ କରିଛନ୍ତି। ସେ ୨୦୧୮ ମସିହା ଅଗଷ୍ଟ ମାସରେ ମାଟିପୁତ୍ର ମହିଳା କୃଷକ ଉତ୍ପାଦନକାରୀ କମ୍ପାନୀ ଗଠନ କରିଥିଲେ। ଏଥିରେ ୨୨୪ ଜଣ ମହିଳା ସଦସ୍ୟ ଅଛନ୍ତି। ସମସ୍ତଙ୍କଠାରୁ ପନିପରିବା ସଂଗ୍ରହ କରି ଭବାନୀପାଟନା ସହରକୁ ଆଣି ସେ ବିକ୍ରି କରୁଛନ୍ତି। ୨୦୨୦ ମସିହା ଫେବୃୟାରୀ ମାସରେ କାମିନୀ ଭବାନୀପାଟଣା ଇରିଗେସନ ଛକଠାରେ ମାଟିପୁତ୍ର ସତେଜ ପରିବା ବିକ୍ରୟ କେନ୍ଦ୍ର ଆରମ୍ଭ କରିଥିଲେ। ଦେଶିଖତ ଓ ଜୈବିକ ଔଷଧ ପ୍ରୟୋଗ କରି ଉତ୍ପାଦିତ ତାଙ୍କ ପରିବା କିଣିବା ପାଇଁ ଗ୍ରାହକଙ୍କ ମଧ୍ୟରେ ବେଶ ଆଗ୍ରହ ପ୍ରକାଶ ପାଉଛି। ନାବାର୍ଡ ଓ ଦାପ୍ତା ପକ୍ଷରୁ ତାଲିମ ପାଇ ପନିପରିବା ଚାଷ ଓ ମାର୍କେଟିଂ ଉପରେ ଇତିମଧ୍ୟରେ ସେ ନିଜର ଦକ୍ଷତା ବୃଦ୍ଧି କରିଛନ୍ତି। ୨୨୪ ମହିଳା ପରିବା ଚାଷୀଙ୍କ ସହିତ ଯୋଗସୂତ୍ର ରଖି ସେମାନଙ୍କ ଦ୍ୱାରା ଉତ୍ପାଦିତ ପନିପରିବାକୁ ଗାଁରୁ ଆଣି ସହରରେ ବିକ୍ରି କରିବା ପରେ ଲାଭ ଟଙ୍କାକିୁ ସମସ୍ତଙ୍କ ମଧ୍ୟରେ ବଣ୍ଟା ଯାଉଥିବା କହିଛନ୍ତି ସେ। ଭବିଷ୍ୟତରେ ଜିଲା ବାହାରକୁ ପରିବା ରପ୍ତାନି ନିମନ୍ତେ ଯୋଜନା କରୁଥିବା ନେଇ କାମିନୀ ସୂଚନା ଦେଇଛନ୍ତି। ସରକାର ରାଜ୍ୟର ମହିଳାମାନଙ୍କ ଅର୍ଥନୈତିକ ଅଭିବୃଦ୍ଧି କରିବା ନିମନ୍ତେ ଲୋକପ୍ରିୟ ମିଶନ ଶକ୍ତି ଯୋଜନା କାର୍ଯ୍ୟକାରୀ କରି ଏଥିରେ ଲକ୍ଷ ଲକ୍ଷ ମହିଳାଙ୍କୁ ସାମିଲ କରାଇଥିବା ବେଳେ କଳାହାଣ୍ଡିର ମହିଳା ଚାଷୀ କାମିନୀ ପଟେଲଙ୍କ ଭଳି ଚାଷୀଙ୍କର ଅନନ୍ୟ କ୍ଷମତା ପ୍ରଦର୍ଶନ କରି ଅନ୍ୟମହିଳାମାନଙ୍କୁ ସଶକ୍ତ କରିବାର ଏକ ବିରଳ ଅଭିପ୍ରାୟ ସମସ୍ତଙ୍କୁ ଉଦବୁଦ୍ଧ କରିଛି।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories