www.samajalive.in
Sunday, December 7, 2025
16.1 C
Bhubaneswar

୮ରେ ରମାଦେବୀ ଆସିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରମାଦେବୀ ମହିଳା ବିଶ୍ବବିଦ୍ୟାଳୟକୁ ଆସନ୍ତା ୧୭ରେ ଆସିବ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି)ର ଟିମ୍‌। ବହୁ ପ୍ରତୀକ୍ଷିତ ୟୁଜିସିର ୧୨(ବି) ସାର୍ଟିଫିକେସନ୍‌ ପାଇଁ ଏହି ଟିମ୍‌ ସଦସ୍ୟ ଗସ୍ତ କରିବେ। ଏନେଇ ୟୁଜିସି ପକ୍ଷରୁ ସହମତି ପ୍ରକାଶ ପାଇଥିବାବେଳେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଏନେଇ ଅବଗତ କରାଯାଇଛି। ଆସନ୍ତା ୧୭ ଓ ୧୮ ଦୁଇ ଦିନ ଧରି ଏହି ଟିମ୍‌ ଶିକ୍ଷାନୁଷ୍ଠାନର ଭିତ୍ତିଭୂମି ଯାଞ୍ଚ କରିବ। ସେହିପରି ଆସନ୍ତା ୮ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଶ୍ବବିଦ୍ୟାଳୟ ଆସିବା କାର୍ଯ୍ୟକ୍ରମ ରହିଛି। ଏନେଇ ବିଶ୍ବବିଦ୍ୟାଳୟ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିବାବେଳେ କ୍ୟାମ୍ପସ୍‌ ସଫେଇ କରାଯାଉଛି।
ଆସନ୍ତା ୮ ତାରିଖରେ କବି କୁନ୍ତଳା କୁମାରୀ ସାବତଙ୍କ ଜୟନ୍ତୀ ରହିଛି। ଏହି ପରିପ୍ରେକ୍ଷୀରେ ୪ ଅଟ୍ଟାଳିକା ଲୋକାର୍ପଣ କରିବାକୁ ବିଶ୍ବବିଦ୍ୟାଳୟ ପକ୍ଷରୁ ଯୋଜନା ପ୍ରସ୍ତୁତ କରାଯାଇଛି। ବିଶ୍ବବିଦ୍ୟାଳୟରେ ଲୋକାର୍ପିତ ହେବାକୁ ଥିବା ପାଠାଗାର ନାମ ମଧ୍ୟ କୁନ୍ତଳା କୁମାରୀ ସାବତ ପାଠାଗାର ରଖାଯାଇଛି। ସେହିପରି କଳା ଓ ବିଜ୍ଞାନ ବ୍ଲକ୍‌ ସହ ଗବେଷଣାରତ ଛାତ୍ରୀଙ୍କ ପାଇଁ ହଷ୍ଟେଲ ପ୍ରସ୍ତୁତ ହୋଇ ରହିଛି। ଏହି ୪ ଅଟ୍ଟାଳିକାକୁ ମୁଖ୍ୟମନ୍ତ୍ରୀ ୮ରେ ଲୋକାର୍ପଣ କରିବେ।

ମୁଖ୍ୟମନ୍ତ୍ରୀ ଓ ୟୁଜିସି ଟିମ୍‌ ଗସ୍ତକୁ ନେଇ ବିଶ୍ବବିଦ୍ୟାଳୟ ଚଳଚଞ୍ଚଳ ହୋଇପଡ଼ିଛି। ନିୟମିତ ଭାବେ କୁଳପତି ପ୍ରଫେସର ଅପରାଜିତା ଚୌଧୁରୀଙ୍କ ଅଧ୍ୟକ୍ଷତାରେ ବରିଷ୍ଠ ପଦାଧିକାରୀଙ୍କୁ ନେଇ ବୈଠକ କରାଯାଉଛି। ୟୁଜିସି ଗସ୍ତକୁ ସଫଳ କରିବା ପାଇଁ ପ୍ରଫେସରଙ୍କୁ ନେଇ ଏକ ଟିମ୍‌ ଗଠନ କରାଯାଇଛି। ୟୁଜିସି ଟିମ୍‌ ବିଶ୍ବବିଦ୍ୟାଳୟର ପାଠାଗାର, ଗବେଷଣାଗାର, ଶ୍ରେଣୀଗୃହ ସ୍ଥିତି ପରଖିବା ସହ ବିଭିନ୍ନ କାଗଜପତ୍ର ଯାଞ୍ଚ କରିବା କାର୍ଯ୍ୟକ୍ରମ ରହିଛି। ୟୁଜିସି ଟିମ୍‌ରେ ୫ଜଣ ସଦସ୍ୟ ରହିବେ। ଦୁଇ ଦିନ ଗସ୍ତ ପରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବେ। ୟୁଜିସି ପକ୍ଷରୁ ରମାଦେବୀକୁ ୧୨(ବି) ସାର୍ଟିଫିକେସନ୍‌ ପାଇଁ ସ୍ବୀକୃତି ମିଳିଲେ ବିଶ୍ବବିଦ୍ୟାଳୟକୁ ବିଭିନ୍ନ କ୍ଷେତ୍ରରେ ୟୁଜିସି ଅନୁଦାନ ମିଳିପାରିବ। ମୁଖ୍ୟତଃ ଗବେଷଣା, ଭିତ୍ତିଭୂମିର ବିକାଶ ପାଇଁ ଅନୁଦାନ ମିଳିବ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories