www.samajalive.in
Monday, December 8, 2025
14.1 C
Bhubaneswar

ନିୟନ୍ତ୍ରଣ ବାହାରେ ମହାପ୍ରସାଦ ଦର, କାର୍ଯ୍ୟକାରୀ ହେଉନି ସୁପ୍ରିମକୋର୍ଟଙ୍କ ନିର୍ଦେଶ

ପୁରୀ: ମହାପ୍ରସାଦ ଦର ନିୟନ୍ତ୍ରଣ କରିବାରେ ବିଫଳ ହୋଇଛି ଶ୍ରୀମନ୍ଦିର ପ୍ରଶାସନ। ଏହାର ସୁଯୋଗ ନେଇ କେତେକ ସୁଆର ମହାସୁଆର ସେବକ ମନଇଚ୍ଛା ଦର ବୃଦ୍ଧିକରି ଚାଲିଛନ୍ତି। ମହାପ୍ରସାଦ ଦର ପ୍ରାୟ ୩ଗୁଣ ବୃଦ୍ଧି ପାଇଥିବା ଅଭିଯୋଗ ​‌େହାଇଛି। ଏଥିଯୋଗୁଁ ସହରବାସୀଙ୍କ ସମେତ ପର୍ଯ୍ୟଟକ ଓ ତୀର୍ଥଯାତ୍ରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଉତ୍ତମ ପରିବେଶରେ ମହାପ୍ରସାଦ ପ୍ରସ୍ତୁତି, ରୋଷଶାଳାରେ ରହିଥିବା ଚୁଲିଗୁଡିକୁ ପରିଚାଳନା କରିବା ଏବଂ ମହାପ୍ରସାଦ ଦର ନିୟନ୍ତ୍ରଣ ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ଦେଇଥିବା ନିର୍ଦେଶକୁ ପାଳନ କରୁନି ମନ୍ଦିର ପ୍ରଶାସନ। ପରିଚାଳନା କମିଟି ବୈଠକରେ ବାରମ୍ବାର ନିଷ୍ପତ୍ତି ସତ୍ତ୍ବେ ଦରତାଲିକା ଲଗାଯାଉ ନାହିଁ। ପ୍ରଶାସନର ଅବହେଳା ଯୋଗୁଁ କେତେକ ସୁଆର ସେବକ ମନଇଚ୍ଛା ମହାପ୍ରସାଦ ଦର ବୃଦ୍ଧି କରୁଛନ୍ତି।
ମହାପ୍ରସାଦ ପ୍ରସ୍ତୁତ ଏବଂ ବିକ୍ରି ହେଉଥିବା ମାଟିକୁଡୁଆ ଆକାର ଦିନକୁ ଦିନ ଛୋଟ ହେଉଥିବା ବେଳେ ଏହାର ଗୁଣାତ୍ମକ ମାନ ବୃଦ୍ଧି ପାଉନାହିଁ। କୋଭିଡ କଟକଣାଠାରୁ ସୁଆର ମହାସୁଆର ନିଯୋଗ ମହାପ୍ରସାଦ ପ୍ରସ୍ତୁତ କରି ଭକ୍ତଙ୍କୁ ବିକ୍ରି କରୁଛି। ଏହାଛଡା କେତେକ ସୁଆର ମହାସୁଆର ସେବକ ଆନନ୍ଦବଜାରରେ ମହାପ୍ରସାଦ ବିକ୍ରି କରୁଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ମହାପ୍ରସାଦ ଦର ନିର୍ଦ୍ଧାରଣ କରିବା ସହ ଆନନ୍ଦବଜାରରେ ମାତ୍ର ଗୋଟିଏ ଦିନ ପାଇଁ ଦରତାଲିକା ଲଗାଇଥିଲା। ସୁଆର ସେବକଙ୍କ ବିରୋଧ ଯୋଗୁଁ ରାତାରାତି ଦରତାଲିକା ହଟାଇ ଦିଆଯାଇଥିଲା। ସ୍ବାସ୍ଥ୍ୟକର ପରିବେଶରେ ମହାପ୍ରସାଦ ପ୍ରସ୍ତୁତି ଏବଂ ବିକ୍ରି ସମେତ ଆନନ୍ଦବଜାର ଏବଂ ରୋଷଶାଳାର ଉପଯୁକ୍ତ ପରିଚାଳନା ପାଇଁ ଜଷ୍ଟିସ୍‌ ବି.ପି ଦାସଙ୍କୁ ନେଇ ଗଠିତ କମିଶନ ସୁପାରିସ କରିଥିଲେ। କିନ୍ତୁ ସୁଆର ସେବକଙ୍କ ଉପରେ ମହାପ୍ରସାଦ ପ୍ରସ୍ତୁତି, ବିକ୍ରି ଏବଂ ଦର ନିର୍ଦ୍ଧାରଣ ଦାୟିତ୍ବ ଲଦିଦେଇ ମନ୍ଦିର ପ୍ରଶାସନ ନିରବ ହୋଇ ବସିଛି। ମହାପ୍ରସାଦର ଅତ୍ୟଧିକ ଦରବୃଦ୍ଧି ଯୋଗୁଁ ବହୁ ଗରିବ ଭକ୍ତ ମହାପ୍ରସାଦ କିଣିବାରୁ ବଞ୍ଚିତ ହେଉଛନ୍ତି। ଏ କ୍ଷେତ୍ରରେ ମନ୍ଦିର ପ୍ରଶାସନର ରହସ୍ୟଜନକ ନିରବତା ସାଧାରଣରେ ସନ୍ଦେହ ସୃଷ୍ଟି କରିଛି। ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗ ସାଧାରଣ ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କୁ ଏ ସମ୍ପର୍କରେ ପଚାରିବାରୁ ସେ କହିଲେ ପୂର୍ବାପେକ୍ଷା ଡାଲି, ଚାଉଳ, ଘିଅ, କୁଡୁଆ ଏବଂ ପରିବା ଦର ବୃଦ୍ଧି ପାଇଛି। ତାହାକୁ ଦୃଷ୍ଟିରେ ରଖି ମହାପ୍ରସାଦ ଦର ବୃଦ୍ଧି ହେବା ସ୍ବାଭାବିକ । କରୋନା କଟକଣା ଯୋଗୁଁ ଅଳ୍ପ ସେବକ ମହାପ୍ରସାଦ ପ୍ରସ୍ତୁତ କରୁଛନ୍ତି। ଏଥିଯୋଗୁଁ ଲୋକଙ୍କ ଆବଶ୍ୟକତା ଅନୁଯାୟୀ ମହାପ୍ରସାଦ ଯୋଗାଇ ଦିଆଯାଇ ପାରୁନଥିବା ସେ କହିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories